ଦୟାନଦୀରେ କମିଲା ଜଳସ୍ତର

କଣାସ,୧୩ା୯(ଡି.ଏନ.ଏ./ସ୍ବ.ପ୍ର.):  ପୁରୀ ଜିଲା କଣାସ ବ୍ଲକର  ୩ ପଞ୍ଚାୟତର ୧୨ଖଣ୍ଡ ଗାଁରେ ବନ୍ୟା ପ୍ରବାହିତ ହୋଇଥିଲାବେଳେ ଏବେ ନଦୀର ଜଳସ୍ତର କମିବାର ଦେଖାଯାଇଛି। ବନ୍ୟା ଆଶଙ୍କା ସମସ୍ୟା ଟଳିବାର ସମ୍ଭାବନା ରହିଛି। ଏବେ ଦୟାନଦୀର ବିପଦ ସଙ୍କେତ ୩.୯୯ମିଟର ଥିବାବେଳେ ବୁଧବାର ଜଳସ୍ତର ୫.୫୩ ଓ ଗୁରୁବାର ୫.୨୨ମିଟରରେ ପହଞ୍ଚତ୍ଛି। ଦୋକନ୍ଦା, କଦଳୀଦଣ୍ଡା, ବାଲିପାଟଣା, ତରପଡା, ବଡାସ, ବୈଦ୍ୟନାଥପାଟଣା, କଖାରୁବସ୍ତ ଗ୍ରାମର ଗାଁ ଦାଣ୍ଡରେ ଜଳ ସ୍ରୋତ ଛୁଟିବା ସହ ଅନେକ ବାସଗୃହରେ ବନ୍ୟାଜଳ ପ୍ରବେଶ କରିଥିବାରୁ ରୋଷେଇ ବନ୍ଦ ରହିଛି। ଏବେ ବି ବନ୍ୟା ବିପନ୍ନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ଗାଇଗୋରୁ, ଛେଳି, ମେଣ୍ଢା ରାସ୍ତା ଉପରେ ରହିଛନ୍ତି। ବ୍ଳକ ତହସିଲ ଓ ଜଳସମ୍ପଦ ବିଭାଗର ଅଧିକାରୀମାନେ ବନ୍ୟା ପ୍ରଭାବିତ ଅଞ୍ଚଳରେ ବୁଲି ଅନୁଧ୍ୟାନ କରୁଛନ୍ତି। ବିଧାୟକ ଉମାକାନ୍ତ ସାମନ୍ତରାୟ ବଡାସ, ଦୋକନ୍ଧା,ବଳଭଦ୍ରପୁର,ପଂଚାୟତର ବିଭିନ୍ନ ଗ୍ରାମକୁ ଗୁରୁବାର ଯାଇ ବିପନ୍ନମାନଙ୍କୁ ଭେଟିଛନ୍ତି। ରେଡ୍‌କ୍ରସ ପକ୍ଷରୁ ବଳଭଦ୍ରପୁର, ବୋତଳମା, ଅଶ୍ୱସ୍ତପାରୀ, କଖାରୁବସ୍ତ ଓ ବାଇଗଣତଳି ଗ୍ରାମରେ ରିଲିଫ ବଣ୍ଟନ କରାଯାଇଛି। ବୁଡି ରହିଥିବା ବିଦ୍ୟାଳୟଗୁଡିକରେ ପାଠପଢ଼ା ବନ୍ଦ ରହିଛି। ରାଜସ୍ବ ନିରୀକ୍ଷକମାନଙ୍କୁ କ୍ଷୟକ୍ଷତି ଆକଳନ କରି ତଦନ୍ତ ରିପେର୍ଟ ଦେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri