ଦ୍ୱିତୀୟ ବିବାହ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ର କିଛି ଅଭିନେତ୍ରୀ ବିବାହ ପରେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। କିଛି ଅଭିନେତ୍ରୀ ଦ୍ୱିତୀୟ ବିବାହ ମଧ୍ୟ କରିସାରିଛନ୍ତି। ମାତ୍ର ଅଭିନେତ୍ରୀ କରିସ୍ମା କପୁର ତାଙ୍କ ସ୍ବାମୀ ତଥା ବିଶିଷ୍ଟ ଶିଳ୍ପପତି ସଞ୍ଜୟ କପୁରଙ୍କଠାରୁ ଅଲଗା ହେବାର ଅନେକ ବର୍ଷ ବିତିସାରିଛି। ଇତିମଧ୍ୟରେ ସଞ୍ଜୟ ଦ୍ୱିତୀୟ ବିବାହ କରି ତାଙ୍କର ନୂତନ ଜୀବନ ଆରମ୍ଭ କରିସାରିଛନ୍ତି। ମାତ୍ର କରିସ୍ମା ଆଉ ଦ୍ୱିତୀୟ ବିବାହ କରିବେ ନାହିଁ ବୋଲି ଦୃଢ଼ ପ୍ରତିଜ୍ଞା କରିଛନ୍ତି। ଏନେଇ ଯଦିଓ କରିନା ମୁହଁ ଖୋଲି କହିନାହାନ୍ତି ତାଙ୍କ ଭଉଣୀ ତଥା ଅଭିନେତ୍ରୀ କରୀନା କପୁର ଏକ ସାକ୍ଷାତକାରରେ କହିଥିଲେ ଲୋଲୋ ଆଉ ବିବାହ କରିବେ ନାହିଁ। ତେବେ କାରଣ ଯାହା ହୋଇଥାଉନା କାହିଁକି କରିସ୍ମାଙ୍କ ଏପରି ନିଷ୍ପତ୍ତିକୁ ଅନେକ ପ୍ରଶଂସା କରିଛନ୍ତି।

Share