Categories: ଖେଳ

ଦ୍ୱିତୀୟ ବିବାହ କରିଛନ୍ତି ଏହିସବୁ ଭାରତୀୟ ଖେଳାଳି

କୁହାଯାଏ, ପ୍ରେମ ମାନେନା ବନ୍ଧବାଡ। କେତେବେଳେ କାହାକୁ ପ୍ରେମ ହୋଇଯାଏ ତାହା କହିବା ମୁସ୍କିଲ। କ୍ରିକେଟରଙ୍କ କ୍ଷେତ୍ରରେ ମଧ୍ୟ ସେମିତି ଘଟିଛି। କିଛି ଖେଳାଳି ବିବାହ ପରେ ମଧ୍ୟ ପ୍ରେମରେ ପଡିଛନ୍ତି। ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ନିଜ ପ୍ରେମିକାଙ୍କୁ ବିବାହ କରିଥିଲେ।

ଦିନେଶ କାର୍ତ୍ତିକ
ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ପ୍ରଥମେ ପିଲାଦିନର ବନ୍ଧୁ ନିକିତାଙ୍କୁ ବିବାହ କରିଥିଲେ। ପରେ ସାଥୀ ଖେଳାଳି ମୂରଲି ବିଜୟ ନିକିତାଙ୍କ ପ୍ରେମରେ ପଡିଥିଲେ। ଏହା ଜାଣିବା ପରେ ଦିନେଶ ନିକିତାଙ୍କୁ ଛାଡପତ୍ର ଦେଇ ସ୍କ୍ବାସ ଖେଳାଳି ଦୀପିକା ପାଲିକଲଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

 

ମହମ୍ମଦ ଆଜାରୁଦ୍ଦିନ
ଭାରତୀୟ କ୍ରିକେଟ ଦଳର ସଫଳ ଖେଳାଳି ମହମ୍ମଦ ଆଜାରୁଦ୍ଦିନ ପ୍ରଥମେ ନଉରିନ୍ଙ୍କୁ ବିବାହ କରିଥିଲେ। ଉଭୟଙ୍କର ୨ଟି ସନ୍ତାନ ମଧ୍ୟ ଅଛନ୍ତି। ପରେ ଅଭିନେତ୍ରୀ ସଙ୍ଗୀତା ବିଜଲାନୀଙ୍କୁ ପ୍ରେମ କରି ବସିଥିଲେ ଆଜାରୁଦ୍ଦିନ। ୧୯୯୬ରେ ନଉରିନ୍ଙ୍କୁ ଛାଡପତ୍ର ଦେଇ ସଙ୍ଗୀତାଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୧୦ରେ ସଙ୍ଗୀତାଙ୍କୁ ମଧ୍ୟ ଛାଡପତ୍ର ଦେଇଥିଲେ ଆଜାରୁଦ୍ଦିନ। ପରେ ତାଙ୍କ ନାମ ବ୍ୟାଡମିଣ୍ଟନ ଖେଳାଳି ଜ୍ୱାଳା ଗୁଟ୍ଟାଙ୍କ ସହ ଯୋଡାଯାଇଥିଲା।

ଜାଭାଗଲ ଶ୍ରୀନାଥ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ପେସ ବୋଲର୍‌ ଜାଭାଗଲ ଶ୍ରୀନାଥ ପ୍ରଥମେ ଜୋସ୍ନା ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ୨୦୮୮ରେ ସେ ତାଙ୍କୁ ଛାଡପତ୍ର ଦେଇ ସାମ୍ବାଦିକା ମାଧବୀ ପତ୍ରାଭାଲୀଙ୍କୁ ବିବାହ କରିଥିଲେ।

ବିନୋଦ କାମ୍ବଲୀ
କ୍ରିକେଟର ବିନୋଦ କାମ୍ବଲୀ ନୋଏଲା ଲିଓ୍ବିସ୍ଙ୍କୁ ୧୯୯୮ରେ ବିବାହ କରିଥିଲେ। ପରେ ତାଙ୍କୁ ଛାଡପତ୍ର ଦେଇ ମଡେଲ ଆଣ୍ଡ୍ରିଆ ହଓ୍ବେିଟ୍ଙ୍କୁ ବିବାହ କରିଥିଲେ।

Share