Categories: ଜାତୀୟ

ଦ୍ୱିତୀୟ ପାଳିରେ ପ୍ରଥମ ବିଦେଶ ଗସ୍ତରେ ମାଳଦ୍ୱୀପ ଯିବେ ମୋଦି

ନୂଆଦିଲ୍ଲୀ, ୩୦।୫: ଲଗାତର ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ମୋଦି ମାଳଦ୍ୱୀପ ଗସ୍ତରେ ଯିବେ। ଦ୍ୱିତୀୟ ପାଳିରେ ଏହା ତାଙ୍କର ପ୍ରଥମ ବିଦେଶ ଗସ୍ତ ହେବ ବୋଲି ଜଣାପଡିଛି। ଜୁନ୍‌ ୭-୮ ତାରିରିଖରେ ସେଠାକୁ ଯିବାର ସମ୍ଭାବନା ରହିଛି। ମାଳଦ୍ୱୀପ ସଂସଦରେ ମୋଦି ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ଦୁଇ ଦେଶ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନ ମଧ୍ୟ ହେବ। ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମ ବିଦେଶ ଯାତ୍ରାରେ ଭୁଟାନ ଯାଇଥିଲେ। ନିଜ ୫୫ ମାସ କାର୍ଯ୍ୟକାଳ ମଧ୍ୟରେ ୯୩ଥର ବିଦେଶ ଯାତ୍ରା କରିଛନ୍ତି ମୋଦି।

Share