Categories: ଜାତୀୟ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ୪ଶହ ୧୮ ପ୍ରାର୍ଥୀଙ୍କ ନାମରେ ଆପରାଧୀକ ମାମଲା

ନୂଆଦିଲ୍ଲୀ,୧୭।୪: ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନରେ ଏପ୍ରିଲ୍‌ ୧୮ରେ ୧୩ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ୯୭ ଲୋକ ସଭା ଆସନରେ ମତଦାନ କରାଯିବ। ଏହି ପର୍ଯ୍ୟାୟରେ ମଇଦାନରେ ୧୬ଶହ ୪୪ ପ୍ରାର୍ଥୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୫ଶହ ୯୦ ଜଣଙ୍କର ସତ୍ୟପାଠ ଯାଞ୍ଚ୍‌ କରାଯାଇଛି। ପ୍ରାର୍ଥୀଙ୍କ ମଧ୍ୟରୁ ୪ ଶହ ୧୮ଙ୍କ ନାମରେ ରହିଛି ବିଭିନ୍ନ ଆପରାଧୀକ ମାମଲା। ୨ଶହ ୫୧ ଜଣଙ୍କ ନାମରେ ସାଧାରଣ ଆପରାଧୀକ ମାମଲା ରହିଥିବାବେଳେ ଶହେ ୬୭ଜଣଙ୍କ ନାମରେ ରହିଛି ଗୁରୁତରା ଆପରାଧୀକ ମାମଲା। ଏହି ପର୍ଯ୍ୟାୟରେ ୬ ଜଣ ପ୍ରାର୍ଥୀ ସତ୍ୟପାଠରେ କୌଣସି ତଥ୍ୟ ଦେଇ ନ ଥିବା କୁହାଯାଉଛି।

Share