ଦ୍ୱିତୀୟ ଥର ମା’ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଲିଜା ହେଡେନ୍‌ଙ୍କ ଘରକୁ ଖୁସି ଖବର ଆସିଛି। ସେ ଦ୍ୱିତୀୟ ଥର ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ଏକ ପୁତ୍ରସନ୍ତାନକୁ ଜନ୍ମ ଦେଇଛନ୍ତି। ତା’ର ନାଁ ରଖିଛନ୍ତି ଲିଓ। ପ୍ରଶଂସକଙ୍କୁ ଏହି ଖୁସି ଜଣାଇବା ପାଇଁ ଲିଜା ସୋସିଆଲ ମିଡିଆରେ କିଛି ଫଟୋ ଶେୟାର କରିଛନ୍ତି। ଫଟୋଟିରେ ତାଙ୍କ ଦୁଇ ପୁଅ ରହିଥିବା ଦେଖିବାକୁ ମିଳିଛି। ଦୁହେଁ ଦୁହିଁଙ୍କୁ ବେଶ୍‌ ଖୁସି ମନରେ ଚାହିଁଛନ୍ତି। ଏଥିରେ ଲିଜା କ୍ୟାପଶନ ଲେଖିଛନ୍ତି, ଏହି ଛୋଟମାନଙ୍କ ଆଶୀର୍ବାଦ ମୋ’ ହୃଦୟକୁ ଛୁଇଁଗଲା। ଯାହା କି ପ୍ରଥମରୁ କେବେ ହୋଇ ନ ଥିଲା। ମୁଁ ପୂରା ନିଶବ୍ଦ ହୋଇଗଲି। ତୁମ ଦୁଇଜଣଙ୍କୁ ଦେଖିବାଠାରୁ ମୋ’ ପାଇଁ ଦୁନିଆରେ ଆଉ କିଛି ଭଲନାହିଁ। ମୋର ବିଶ୍ୱାସ ଆସୁନି ମୁଁ ଦୁଇଜଣଙ୍କ ମା’ବୋଲି। ‘ଲିଓ’ ଏବଂ ‘ଜ୍ୟାକ୍‌’। ୧୩ ତାରିଖଠାରୁ ମୋ’ ଜୀବନ ସବୁଦିନ ପାଇଁ ବଦଳି ଯାଇଛି। ସେ ତାଙ୍କ ସ୍ବାମୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।


ଫିଲ୍ମ ‘ଆୟଶା’ ଜରିଆରେ ଲିଜା ବଲିଉଡ୍‌ରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ‘ହାଉସ୍‌ଫୁଲ – ୩’, ‘ଦ ସୌକୀନ୍‌ସ କ୍ୱିନ୍‌’, ‘ୟେ ଦିଲ୍‌ ହେ ମୁସ୍କିଲ୍‌’ ଆଦି ଫିଲ୍ମରେ ଅଭିନୟ କରିଥିଲେ। ଏହା ସହିତ କେତେକ ଜଣାଶୁଣା ମ୍ୟାଗାଜିନ୍‌ରେ ତାଙ୍କର କଭର ଫଟୋ ମଧ୍ୟ ପ୍ରକାଶ ପାଇଥିଲା।

Share