Categories: ଜାତୀୟ

ଦ୍ୱିତୀୟ ଇନିଂସ୍‌ରେ ପ୍ରଥମେ ମାଲଦିଭିସ୍‌ ଗସ୍ତ କରିବେ ମୋଦି

ନୂଆଦିଲ୍ଲୀ,୨୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ଲାଗି ଶାସନ ଭାର ସମ୍ଭାଳିବାକୁ ଯାଉଥିବା ବେଳେ ପ୍ରଥମେ ସେ ବିଦେଶ ଗସ୍ତ କାର୍ଯ୍ୟକ୍ରମରେ ମାଲଦିଭିସ୍‌ ଗସ୍ତ କରିବେ ବୋଲି ସୋମବାର ବିଶେଷ ସୂତ୍ରରୁ ଜଣାପଡିଛି। ଏକ ଦ୍ୱିପାକ୍ଷିକ ଚୁକ୍ତି ନେଇ ଆସନ୍ତା ଜୁନ୍‌ ୭-୮ରେ ସେ ମାଲଦିଭିସ୍‌ ଗସ୍ତ କରିପାରନ୍ତି। ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ଶେଷ ସପ୍ତାହରେ ମୋଦି ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସୋଲିହଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ମାଲଦିଭିସ୍‌ ଗସ୍ତ କରିଥିଲେ। ରାଷ୍ଟ୍ରପତି ନିର୍ବାଚନରେ ସୋହିଲ ଆଶ୍ଚର୍ଯ୍ୟଜନକ ଭାବେ ଅବଦୁଲ୍ଲା ୟମେନଙ୍କୁ ହରାଇ ଏହି ଆସନ ଅଳଙ୍କୃତ କରିଥିଲେ।

Share