ଦ୍ରୁତତମ ଅଲରାଉଣ୍ଡର ସାକିବ

ଲଣ୍ଡନ,୩।୬-ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ ଦ୍ରୁତତମ ଅଲରାଉଣ୍ଡର ଭାବେ ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ୫ ହଜାରରୁ ଅଧିକ ରନ୍‌ କରିବା ସହ ୨୫୦ ଉଇକେଟ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ମିଳିଥିବା ୨୧ ରନ୍‌ର ବିଜୟରେ ସାକିବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୧୯୯ତମ ମ୍ୟାଚ୍‌ରେ ସାକିବ ଡବଲ ସଫଳତା ପାଇଛନ୍ତି। ତାଙ୍କ ପୂର୍ବରୁ ପାକିସ୍ତାନର ଅବଦୁର ରଜାକ ୨୫୮ତମ ମ୍ୟାଚ୍‌ ଡବଲ ସଫଳତା ପାଇବାରେ ଦ୍ରୁତତମ ଅଲରାଉଣ୍ଡର ଥିଲେ। ଶାହିଦ ଆଫ୍ରିଦୀ, ଜ୍ୟାକ୍ସ କାଲିସ ଓ ସନଥ ଜୟସୁରିୟାଙ୍କୁ ଯଥାକ୍ରମେ ୨୭୩, ୨୯୬ ଓ ୩୦୪ ତମ ମ୍ୟାଚ୍‌ ଲାଗିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ସାକିବ ଗୋଟିଏ ଉଇକେଟ ନେବା ସହ ୭୫ ରନ୍‌ କରିଥିଲେ। ଅଲରାଉଣ୍ଡିଂ ପ୍ରଦର୍ଶନ ଯୋଗୁ ସାକିବ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

Share