ଦୋଷ ମାନିଲେ ଅଧିକାରୀ: ନାମ ଲେଖାଇଥିବା ପିଲାଙ୍କର ଅସୁବିଧା ହେବନି: ନିର୍ଦ୍ଦେଶକ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ୨ ନାମଲେଖା କ୍ଷେତ୍ରରେ ବଡ଼ଧରଣର ତ୍ରୁଟି ଧରିତ୍ରୀ ଦୃଷ୍ଟିକୁ ଆସିବାପରେ ଏନେଇ ‘ପିଲା ଯିବେ କୁଆଡ଼େ’ ଶୀର୍ଷକ ଖବର ସୋମବାର ପ୍ରକାଶ ପାଇଥିଲା। ଖବର ଏହା ଥିଲା ଯେ, ଗତ ୧୯ତାରିଖରେ ରାଜ୍ୟର ବିଭିନ୍ନ ସରକାରୀ ଜୁନିଅର କଲେଜଗୁଡିକୁ ପରିଷଦର ସାମସ୍‌(ଷ୍ଟୁଡେଣ୍ଟ ଏକାଡେମିକ ମ୍ୟାନେଜମେଣ୍ଟ ସିଷ୍ଟମ) ପକ୍ଷରୁ ପିଲାଙ୍କ ଆଡ୍‌ମିଶନ ଲାଗି ତାଲିକା ପଠାଯାଇଥିଲା। ସେହି ତାଲିକା ଅନୁଯାୟୀ ଛାତ୍ରୀଛାତ୍ରମାନେ ନାମ ଲେଖାଇଥିଲେ। ମାତ୍ର ୨୦ ତାରିଖରେ ପରିଷଦ ପକ୍ଷରୁ ଆଉ ଏକ ଚିଠି କଲେଜଗୁଡ଼ିକରେ ପହଞ୍ଚତ୍ଥିଲା, ଯେଉଁଥିରେ ୧୯ ତାରିଖର ନାମଲେଖା ତାଲିକା ଭୁଲ୍‌ ଥିବା ଦର୍ଶାଯାଇଥିଲା। ଏପରିକି ୨୧ ତାରିଖରେ ଆଉ ଏକ ତାଲିକା ପହଞ୍ଚତ୍ବ ବୋଲି କୁହାଯାଇଥିଲା। ଏହାପରେ ୧୯ ତାରିଖରେ ନାମ ଲେଖାଇଥିବା ପିଲାମାନଙ୍କୁ କଲେଜରୁ ରସିଦ୍‌ ମିଳିଥିବା ସତ୍ତ୍ୱେ ଟଙ୍କା ଫେରାଇ ନେବାକୁ କଲେଜ କର୍ତ୍ତୃପକ୍ଷ ଜଣାଇଥିଲେ। ଫଳରେ ରାଜ୍ୟର ପ୍ରାୟ ୨୦ ହଜାର ଛାତ୍ରୀଛାତ୍ର ସେମାନଙ୍କ ପାଠପଢ଼ା ଭବିଷ୍ୟତକୁ ଚିନ୍ତାରେ ପଡ଼ିଯାଇଥିବାବେଳେ ଦୋଷ ଲୁଚାଇବା ପାଇଁ ଅଧିକାରୀମାନେ ଜୋରଦାର ଉଦ୍ୟମ କରିଥିଲେ। କିନ୍ତୁ ଖବର ପ୍ରକାଶ ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ ସୁନ୍ଦରଲାଲ ସିଲ୍‌ ଓ ସାମସ୍‌ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ୟୁନିଟ୍‌(ପିଏମ୍‌ୟୁ) ଅଫିସର ଇନ୍‌ଚାର୍ଜ(ଓଆଇସି) ଭାଗୀରଥି କାଣ୍ଡି ଦୋଷ ହୋଇଥିବା ସୋମବାର ସ୍ବୀକାର କରିଛନ୍ତି।
ପରିଷଦ ନିର୍ଦ୍ଦେଶକ ସିଲ୍‌ କହିଛନ୍ତି, ଯେଉଁ ପିଲାମାନଙ୍କ ନାମଲେଖାରେ ତ୍ରୁଟି ହୋଇଛି ତା’ର ସମାଧାନ ତୁରନ୍ତ କରାଯିବ। ସେମାନଙ୍କୁ ଯଥାଶୀଘ୍ର ଆଡ୍‌ମିଶନ ମିଳିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏହି ସମସ୍ୟା ଉପୁଜିବା ପରେ କଲେଜ କର୍ତ୍ତୃପକ୍ଷମାନେ ପ୍ରଥମେ ସାମସ୍‌ ପିଏମ୍‌ୟୁ ଓଆଇସି କାଣ୍ଡିଙ୍କୁ ଜଣାଇଥିବା କହିଥିଲେ। ମାତ୍ର ଏହି ଘଟଣା ସମ୍ପର୍କରେ ତାଙ୍କୁ କେହି ଅବଗତ କରି ନ ଥିବା କହି କାଣ୍ଡି ରବିବାର କଲେଜ କର୍ତ୍ତୃପକ୍ଷମାନଙ୍କ ମୁଣ୍ଡରେ ଦୋଷ ଲଦି ଦେଇଥିଲେ। ସୋମବାର ଏ ସମ୍ପର୍କିତ ଅଧିକ ଖବର ସଂଗ୍ରହ ବେଳେ କାଣ୍ଡି କହିଛନ୍ତି, ଏମିତି ଭୁଲ୍‌ ହୋଇଯାଏ। ନିଶ୍ଚିତ ଏହାର ସମାଧାନ କରାଯିବ।
ଅପରପକ୍ଷରେ ଏଭଳି ତ୍ରୁଟିକୁ ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ କାର୍ଯ୍ୟାଳୟ ତରଫରୁ ନିର୍ଦ୍ଦେଶକ ସିଲ୍‌ ଏବଂ କାଣ୍ଡିଙ୍କୁ ତାଗିଦ୍‌ କରାଯାଇଥିବା ଜଣାପଡିଛି। ଏଭଳି ଘଟଣା ଘଟିଥିବା ସତ୍ତ୍ୱେ ଏତେଦିନ ପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ଏବଂ ନାମ ଲେଖାଇଥିବା ଛାତ୍ରୀଛାତ୍ରଙ୍କ ସମସ୍ୟା ସମାଧାନ କରି ଆସନ୍ତା ୫ ତାରିଖ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri