ଦୋଳ ଉତ୍ସବରେ ବାଦଦଣ୍ଡ ପ୍ରତିଯୋଗିତା

ବନ୍ତଳା, ୯ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମରେ ସୋମବାର ଦୋଳ ଉତ୍ସବ ମହାସମାରୋହରେ ପାଳିତ ହେଉଛି। ରାଧାକୃଷ୍ଣ ସ୍ବତନ୍ତ୍ର ବିମାନରେ ଏକ ବିରାଟ ପଟୁଆରରେ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ। ଶିଙ୍ଗ ବାଜା, ଭାଙ୍ଗଡ଼ା ବାଜା, ଘଣ୍ଟ ବାଜା, ଘୋଡା ନାଚ, ସାଉଣ୍ଡ, ଦୁଇଟି ମହିଳା ସଂକୀର୍ତ୍ତନ ଆଦି ସହ ଶୋଭାଯାତ୍ରାରେ ଲଉଡ଼ି ଖେଳ ପରିବେଷଣ ହୋଇଥିଲା। ଅପରାହ୍ନ ୪ଟାରେ ଦୋଳମଣ୍ଡପରେ ହୋମଯଜ୍ଞ କରାଯାଇ ନୂତନ ପାଞ୍ଜି ପଢା ଯାଇଥିଲା। ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଦଦାଣ୍ଡ ପ୍ରତିଯୋଗିତାର ଆୟୋଜନ ହେବ। ଗ୍ରାମ ସଭାପତି ପପୁ ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମବାସୀ ସହଯୋଗ କରୁଛନ୍ତି ।ଶାନ୍ତି ଶୃଙ୍ଖଳା ପାଇଁ ବନ୍ତଳା ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।