ଦୋଳପୂର୍ଣ୍ଣିମାରେ ପୁଣି ଏକ ପରମ୍ପରାରେ ବ୍ୟତିକ୍ରମ

ପୁରୁଣା ଭୁବନେଶ୍ୱର, ୧୨ା୩ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିରରେ ଥରକୁ ଥର ପରମ୍ପରା ଭଙ୍ଗ ହେବା ନେଇ ଜନ ଅସନ୍ତୋଷ ଦେଖାଦେଇଛି। ସୋମବାର ଦୋଳପୂର୍ଣ୍ଣିମାରେ ପୁଣି ଏକ ପରମ୍ପରାରେ ବ୍ୟତିକ୍ରମ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାତଃରୁ ଶ୍ରୀଜୀଉମାନଙ୍କର ଯଥାରୀତି ନୀତି ସମ୍ପନ୍ନ ପରେ ମନ୍ଦିରର ଉତ୍ତର ଦ୍ୱାର ନିକଟରେ ଥିବା ଦୁଇଟି ମଣ୍ଡପକୁ ଯାତ୍ରା କରିଥିଲେ। ଗୋଟିଏ ଦୋଳବେଦିରେ ଶ୍ରୀଲିଙ୍ଗରାଜ, ମା’ପାର୍ବତୀ ଏବଂ ଋଙ୍କୁଣା ଦେବୀ ଅବସ୍ଥାନ କରିଥିବାବେଳେ ଅନ୍ୟ ଦୋଳବେଦିରେ ପ୍ରଭୁ ବାସୁଦେବ ଅବସ୍ଥାନ କରିଥିଲେ। ମନ୍ଦିରରେ ବେଢାପରେ ପୂଜାର୍ଚ୍ଚନା ସାରି ସେବକମାନେ ଦିଅଁଙ୍କ ଆଜ୍ଞା ଅନୁଯାୟୀ ଶ୍ରୀଜୀଉଙ୍କୁ ଆଜ୍ଞା ପ୍ରସାଦ ଦେବା ପରେ ସେବକମାନେ ଏହି ବିଜେ କରାଇଥିଲେ। ଦୋଳବେଦିରେ ଡ଼ୋରୀ ଲାଗିବା ପରେ ଉଭୟ ଦୋଳବେଦିରେ ସକାଳଧୂପ କରାଯାଇଥିଲା। ମନ୍ଦିରରେ ଦ୍ୱିପ୍ରହର ଏବଂ ସନ୍ଧ୍ୟା ଧୂପ ସରିବା ପରେ ଉଭୟ ଦୋଳବେଦିରେ ଦ୍ୱିପ୍ରହର ଏବଂ ସନ୍ଧ୍ୟା ଧୂପ ହୋଇଥିଲା। ପରେ ଶ୍ରୀଜୀଉମାନେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପରମ୍ପରା ମୁତାବକ ମନ୍ଦିରରେ ଶ୍ରୀଲିଙ୍ଗରାଜ ଏବଂ ଦୋଳଗୋବିନ୍ଦଙ୍କ ମଧ୍ୟରେ ବଚନିକା ହୋଇଥିଲା। ଉଭୟଙ୍କ ପକ୍ଷରୁ ଦୁଇଜଣ ସେବାୟତ ସଚ୍ଚିକାନ୍ତ ପୂଜାପଣ୍ଡା ଏବଂ ରମାକାନ୍ତ ପୂଜାପଣ୍ଡା ମଧ୍ୟରେ ବଚନିକା ହୋଇଥିଲା। ଏହି ଅବସରରେ ରଥଯାତ୍ରା ପାଇଁ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କୁ ରଥକାର୍ଯ୍ୟ ସମ୍ପାଦନ ପାଇଁ ଦାୟିତ୍ୱ ଅର୍ପଣ କରାଯାଇଥାଏ। ମାତ୍ର ଚଳିତବର୍ଷ ଏହି ବିଳମ୍ବିତ ରାତ୍ରିର କାର୍ଯ୍ୟକ୍ରମରେ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ଉପସ୍ଥିତ ନ ରହି କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ ପଠାଇଥିଲେ ଯାହା ପରମ୍ପରାରେ ବ୍ୟତିକ୍ରମ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ମନ୍ଦିର ପ୍ରଶାସନ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କୁ ପଚାରିବାରେ ଏହା ବ୍ୟତିକ୍ରମ ନୁହେଁ ଆଗରୁ ମଧ୍ୟ ଅନ୍ୟ ଅଧିକାରୀଙ୍କ ଅନୁପସ୍ଥିତିରେ ବଚନିକା ହେବା ନଜିର ରହିଛି। ଅପରପକ୍ଷେ ମୋର ଶାରୀରିକ ଅସୁସ୍ଥତା ଏବଂ ନିଷ୍ଠା ବ୍ୟତିରେକ ଉପସ୍ଥିତ ରହିବାରୁ ବଞ୍ଚତ୍ତ ହୋଇଥିଲି। ତେବେ ନିଷ୍ଠାରେ ଥିବା ମନ୍ଦିର କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri