ଦୋଛକିରେ କିଆରା

କିଆରା ଆଡଓ୍ବାନୀ ଦୋଛକିରେ ପଡ଼ିଯାଇଛନ୍ତି। କଥାଟି ଏମିତି ହୋଇଛି ଯେ ଏଣୁ ମାରିଲେ ଗୋହତ୍ୟା ତେଣୁ ମାରିଲେ ବ୍ରହ୍ମହତ୍ୟା। କଥା କ’ଣ କି ନିକଟରେ ଏକ ଅନଟାଇଟଲଡ ହିନ୍ଦୀ ସିନେମାରେ ଅଭିନୟ କରିବାକୁ ତାଙ୍କୁ ଅଫର ମିଳିଥିଲା। କିନ୍ତୁ ଏଥିରେ କେତୋଟି ବୋଲ୍ଡ ସିନ୍‌ ତାଙ୍କୁ ଅଡୁଆରେ ପକାଇଛି। ଗୋଟିଏ ପଟେ ଫିଲ୍ମର କାହାଣୀ ଏବଂ ନିଜ ଭୂମିକା ତାଙ୍କୁ ପ୍ରଭାବିତ କରିଛି। ହେଲେ ଏଥିରେ ଏପରି କେତୋଟି କ୍ଲୋଜ ଶଟ୍‌ ରହିଛି, ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି କିଆରା। ସେଥିପାଇଁ ଏ ବିଷୟରେ ଶେଷ ନିଷ୍ପତ୍ତି ନେବାକୁ ସେ ଦୁଇ ସପ୍ତାହ ସମୟ ନେଇଛନ୍ତି। ଅନ୍ୟପକ୍ଷରେ ଏହି ଫିଲ୍ମ ପାଇଁ କିଆରାଙ୍କ ପାରିଶ୍ରମିକକୁ ଦୁଇ ଗୁଣା କରିବାକୁ ପ୍ରଯୋଜକ ରାଜି ଥିବା ଶୁଣିବାକୁ ମିଳୁଛି।

Share