ଦୋକାନ ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ୫୦ ହଜାର

ବଅଁରପାଳ,୧୩।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଟାଉନ୍‌ ପିସି ବଜାରରୁ ଶନିବାର ରାତିରେ ଚୋରି ହୋଇଛି। ବଜାରରେ ଥିବା କୁଳମଣି ପୁଷ୍ଟିଙ୍କ ଭେରାଇଟି ଷ୍ଟୋର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଚୋରି କରି ନେଇଛନ୍ତି। ଏ ନେଇ କୁଳମଣି ନାଲ୍‌କୋ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।