Posted inଫୁରସତ

ଦୋକାନୀଙ୍କ ତାଗିଦ ଆମକୁ ସଚେତନ କରିଥିଲା

ଡ.ବିଜୟ କୁମାର ମହାରଣା, ଦେବଗଡ଼ ମଡେଲ କଲେଜର ଅଧ୍ୟକ୍ଷ। କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭଗତପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ବିଜୟଙ୍କ ପ୍ରାଥମିକ ଶିକ୍ଷା ଗାଁ ସ୍କୁଲରୁ ହିଁ ଆରମ୍ଭ ହୋଇଥିଲା। ଏହାପରେ କଙ୍ଗେଇପୁର ଗ୍ରାମ ପଞ୍ଚାୟତ ହାଇସ୍କୁଲରେ ମାଟ୍ରିକ ପାସ୍‌ କରିବା ପରେ ଜାତୀୟ କବି ବୀରକିଶୋର କଲେଜ, ରେଭେନ୍‌ଶା କଲେଜରେ ତାଙ୍କର ଉଚ୍ଚତର ଶିକ୍ଷା ସମାପ୍ତ ହୋଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ଓଡ଼ିଆରେ ଏମ୍‌.ଫିଲ୍‌ କରିବା ପରେ ବ୍ରହ୍ମପୁର ବିଶବିଦ୍ୟାଳୟରୁ ତୁଳନାତ୍ମକ ଭାଷା ସାହିତ୍ୟ ଉପରେ ଗବେଷଣା କରି ପିଏଚ୍‌ଡି ଲାଭ କରିଥିଲେ।

r ଆପଣଙ୍କ ପ୍ରଥମ ଚାକିରି କେଉଁଠି ହୋଇଥିଲା ?
୧୯୯୬ ମସିହାରେ ଗଞ୍ଜାମ ଜିଲା ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲି।
r ଦରମା କିପରି ଖର୍ଚ୍ଚ କରିଥିଲେ ?
ପ୍ରଥମ ଦରମାରେ ମୋ ମାଆଙ୍କ ପାଇଁ ଖଣ୍ଡେ ଶାଢ଼ି କିଣିଥିଲି। ସାଙ୍ଗମାନଙ୍କ ସହ ମିଶି କଟକରେ ସିନେମା ଦେଖିଥିଲି।
r ଆପଣଙ୍କ ଆଦର୍ଶ କିଏ ?
ମୋର ଆଦର୍ଶ ସ୍ବାମୀ ବିବେକାନନ୍ଦ ଓ ମହାତ୍ମା ଗାନ୍ଧୀ। ସେମାନଙ୍କ ସରଳ ନିରାଡମ୍ବର ଜୀବନଚର୍ଯ୍ୟା, ଉଚ୍ଚ ଆଧ୍ୟାତ୍ମିକ ଦର୍ଶନ , ସେବା ମନୋଭାବ , ଅହିଂସା ମାର୍ଗ ମତେ ସର୍ବଦା ପ୍ରଭାବିତ କରିଛି
r ଆପଣଙ୍କ ଜୀବନରେ ଘଟିଥିବା କିଛି ଅଭୁଲା କଥା?
ନିଶ୍ଚୟ। ଦିନେ ମୁଁ ମୋର ସାଙ୍ଗ ପ୍ରିୟବ୍ରତ ପାତ୍ରଙ୍କ ସହ ଛତିଶଗଡ଼ର ଅମରକଣ୍ଟକ ଯାଇଥାଉ। ସେଠାକାର ଏକ ଛୋଟ ହୋଟେଲରେ ଆମେ ଖାଇବାକୁ ବସିଥାଉ। ଜଣେ ଯୁବକ ନିଜ ଖାଦ୍ୟ ଅଧା ଖାଇ ଉଠିଯାଇଥିଲେ। ଏହା ଦେଖି ଦୋକାନୀ ଜଣକ ଚିତ୍କାର କଲେ, ଆପଣ ଖାଦ୍ୟ ଫିଙ୍ଗିଲେ ମୁଁ ଦୁଇ ଗୁଣ ପଇସା ନେବି l ଖାଇବାକୁ ଇଚ୍ଛା ନ ଥିଲେ ଅଳ୍ପ ଖାଦ୍ୟ ନେଇଥାନ୍ତେ। ଖାଦ୍ୟ ନଷ୍ଟ କରିବାର ଅଧିକାର ତୁମର ନାହିଁ। ସେଦିନ କଥା ଆଜି ବି ମୋର ମନ ଅଛି। ସେହି ଦୋକାନୀଙ୍କ ତାଗିଦ୍‌ ଆମକୁ ବି ସଚେତନ କରିଥିଲା।
* କଳା ପ୍ରତି ରୁଚି ରଖନ୍ତି କି?
ନିଶ୍ଚୟ l କଳା ମୋର ଆତ୍ମା କହିଲେ ଭୁଲ୍‌ ହେବ ନାହିଁ l ମୁଁ କ୍ଲାସିକାଲ ନାଚ ଗୀତ ଦେଖିବାକୁ ଓ ଶୁଣିବାକୁ ବହୁତ ଭଲ ପାଏ l ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାରେ କବିତା ଓ ପ୍ରବନ୍ଧ ଲେଖେ।
* କେଉଁ ଫିଲ୍ମ ଦେଖିବାକୁ ଆପଣ ପସନ୍ଦ କରନ୍ତି?
ସାମାଜିକ ସମସ୍ୟାମୂଳକ ବାସ୍ତବବାଦୀ ଓ କଳାତ୍ମକ ଫିଲ୍ମ ମୋର ପସନ୍ଦ। ରିମେକ ଆକ୍ସନ ମୁଭି ମତେ ଭଲ ଲାଗେନା l
* ଅବସର ସମୟରେ କ’ଣ କରନ୍ତି ?
ସମୟ ମିଳିଲେ ମୁଁ ବୁଲାବୁଲି କରି ଲୋକ ଜୀବନ ଓ ସଂସ୍କୃତିକୁ ଅଧ୍ୟୟନ କରେ l ଟିଭିରେ ନିଉଜ ଓ ଖେଳ ଦେଖେ l
* ପରିବାର ପାଇଁ କେତେ ସମୟ ଦିଅନ୍ତି ?
ମା ,ସ୍ତ୍ରୀ,ଝିଅ ଓ ପୁଅକୁ ନେଇ ମୋର ଛୋଟ ପରିବାର। ଟିକିଏ ସମୟ ମିଳିଲେ ସେମାନଙ୍କ ସହିତ ଗପ କରେ। ଏକାଠି ବସି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁ।
* ଆପଣଙ୍କ ରୁଚି ?
ପୁସ୍ତକ ପଢିବାକୁ ଭଲ ପାଏ। ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାର ବହି ପଢିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri