ଦୋକାନର ନାଁ ‘ଗବର୍‌’ କଫିର ନାଁ ‘ବାସନ୍ତୀ’

କଟକ ଅଫିସ,୧୬।୩: କଟକ ମହାନଦୀ ବିହାର ଛକରେ ରହିଛି ଏକ ଦୋକାନ। ଯାହାର ନାଁ ହେଉଛି ଗବର୍‌। ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗବର ଇଜ୍‌ ବ୍ୟାକ୍‌’ରୁ ଅନୁପ୍ରାଣିତ ହୋଇ ଏଭଳି ନିଆରା ଦୋକାନ କରିଛନ୍ତି ରଞ୍ଜନ କୁମାର ପରିଡ଼ା ନାମକ ଜଣେ ଯୁବକ। ଫିଲ୍ମ ଷ୍ଟାଇଲରେ ଦୋକାନ ଓ ବିଭିନ୍ନ ଖାଦ୍ୟ ତାଲିକାର ନାଁ ରଖି ଗ୍ରାହକଙ୍କ ଆକର୍ଷଣକୁ ବଢାଉଛନ୍ତି। କିଛିଦିନ ତଳେ ଆରମ୍ଭ ହୋଇଥିବା ଏହି ଦୋକାନରେ ପ୍ରତ୍ୟେହ ଶତାଧିକ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ତେବେ ଏଠାରେ ମିଳୁଥିବା ବିଭିନ୍ନ ସାମଗ୍ରୀର ନାଁ ବି ନିଆରା। ଯେମିତିକି ବାସନ୍ତୀ ସ୍ପେସାଲ କଫି, ବିବିକ୍ୟୁ ସ୍ପାଇସି ପନିର ବର୍ଗର, ଜୟ-ଭୀରୁ ସ୍ପେସାଲ ମ୍ୟାଗି, ଗବର ସ୍ପେଶାଲ ଲସି।
ରେଭେନ୍‌ଶା ବିଶ୍ୱବିଦ୍ୟାଳୟରୁ ୨୦୧୩ରେ ଆଇଟିଏମ୍‌ ବିଭାଗରେ ପାଠପଢା ଶେଷ କରି ଏକ ଘରୋଇ ବ୍ୟାଙ୍କରେ ଚାକିରି କରୁଥିଲେ ରଞ୍ଜନ। ହେଲେ ଚାକିରିରୁ ଆତ୍ମସନ୍ତୋଷ ନ ମିଳିବାରୁ ବ୍ୟବସାୟ କରିବାକୁ ମନସ୍ଥ କରିଥିଲେ। କିଛିମାସ ତଳେ ମହାନଦୀ ବିହାରରେ ଏକ ଦୋକାନ କରିଥିଲେ। ଏହି ବ୍ୟବସାୟରେ ପ୍ରଥମେ ତାଙ୍କ ବାପା ଭାଗୁ ଚରଣ ପରିଡା ଏବଂ ମା’ ଟୁନିଲତା ପରିଡା ସାହାଯ୍ୟ କରୁଥିଲେ। ଏବେ ଦୁଇଜଣ ପିଲା ରଖି ନିଜେ ଏହାର ଦାୟିତ୍ୱ ନେଉଛନ୍ତି। କଟକ ସହରରେ କିଛି ସ୍ବତନ୍ତ୍ର କରିବାର ଲକ୍ଷ୍ୟ ରଖି ଏହି କ୍ଷେତ୍ରରେ ପାଦ ଥାପିଥିବା ରଞ୍ଜନ କହିଛନ୍ତି। ସେ ଭବିଷ୍ୟତରେ ଅନ୍‌ଲାଇନ୍‌ରେ ଚା’ ବ୍ୟବସାୟ କରିବାକୁ ଆଶା ରଖିଛନ୍ତି। କେବଳ ବ୍ୟବସାୟ ନୁହେଁ ଏଠାରେ ସାଧାରଣ ଲୋକଙ୍କୁ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ରଞ୍ଜନ। ପ୍ରତ୍ୟେକ ଗ୍ରାହକଙ୍କୁ ସେ ପ୍ଲାଷ୍ଟିକ ବର୍ଜନ, ଧୂମ୍ରପାନ ସ୍ବାସ୍ଥ୍ୟପକ୍ଷେ ହାନିକାରକ, ନାରୀ ହିଂସା ରୋକିବା, ମଦ୍ୟପାନ କରି ଗାଡି ନ ଚଳାଇବା ଭଳି ବାର୍ତ୍ତା ଦେଇଥାନ୍ତି।

୫୦ରୁ ଊର୍ଦ୍ଧ୍ୱ ଫ୍ଲେବରର ଚା’
ଏହିି ଦୋକାନର ଚାହିଦା ସ୍ବତନ୍ତ୍ର। ଏଠାରେ ୫୦ରୁ ଅଧିକ ଫ୍ଲେଭର ଚା, ବିଭିନ୍ନ ପ୍ରକାରର କଫି, ମିଲ୍କ ସେକ୍‌ ଏବଂ ସ୍ନାକ୍ସ ମିଳୁଛି। କିନ୍ତୁ ତନ୍ଦୁରି ଚା’କୁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି। ଚା’ର ଦାମ ୧୦ଟଙ୍କାରୁ ୧୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ଅନ୍ୟ ଚା’ ମଧ୍ୟରେ କଡକ ମସଲା ଚା, ତନ୍ଦୁରୀ ମସଲା ଚା, ଚକଲେଟ ମସଲା ଚା, ତନ୍ଦୁରୀ ଚକଲେଟ ଚା, କୁଲାଡୱାଲା ଚା ଆଦି ମିଳେ। କଫିରେ ମସଲା କଫି, ହଟ କଫି, ନଟି ଆଲମଣ୍ଡ, ବାସନ୍ତୀ ସ୍ପେଶାଲ, ବାସନ୍ତୀ ସ୍ପେଶାଲ ତନ୍ଦୁରୀ କଫି, ସ୍ମୁକି ଚକୋ ଅରେଞ୍ଜ ରହିଛି। ସେହିପରି ଆମ୍ବ, ସପୁରି, ବାଦାମ, ଲିଚି, କଦଳୀ, ଗ୍ରୀନ ଆପେଲ ଆଦି ଫ୍ଲେଭରର ଲସି ଏଠାରେ ଉପଲବ୍ଧ ରହିଛି।
ରିପୋର୍ଟ: ଆଶୋକ କୁମାର ବାରିକ


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri