ଦୋକାନରେ ପଶିବାବେଳେ ଧରାପଡ଼ିଲେ ୨ ଚୋର

ଧାମନଗର,୧୫।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୁଷୁରୀ ଥାନା ଖାରିଜକୋରୁଆ ବଜାରରେ ସୁବାସ ପଣ୍ଡାଙ୍କ ଦୋକାନରେ ବୁଧବାର ବିଳମ୍ବିତ ରାତିରେ ଜଣେ ଚୋର ପଶି ଚୋରି କରୁଥିବାବେଳେ ସୁବାସ ଉଠି ପଡ଼ି ଦୋକାନର ବାହାର ପଟୁ କବାଟ ବନ୍ଦ କରିଦେଇ ପୋଲିସକୁ ଖବର ଦେଇଥିଲେ। ଅନ୍ୟ ଜଣେ ଯୁବକ ସନ୍ଦେହରେ ବୁଲୁଥିବାବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଛନ୍ତି। ସେ ମଧ୍ୟ ଚୋରି ସହିତ ସଂପୃକ୍ତି ଥିବା ଜଣା ପଡ଼ିଥିଲା। ସ୍ଥାନୀୟ ଲୋକେ ଚୋର ଦୁଇଜଣଙ୍କୁ ପୋଲିସ ଜିମାରେ ଦେଇଥିବାବେଳେ ଘଟଣାର ତଦନ୍ତ ଜାରି ରହିଛି।