ଦୈନିକ ୧୧୬ ଟଙ୍କାରେ କାମ କରୁଛନ୍ତି ଦିବ୍ୟାଙ୍ଗ

ବାଲେଶ୍ୱର ଅଫିସ, ୩୧।୮-ବାଲେଶ୍ୱର ପୌରାଞ୍ଚଳ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟ କରୁଥିବା ରାକେଶ କୁମାର ପଣ୍ଡା(୪୫) ନାମକ ଜଣେ ଦିବ୍ୟାଙ୍ଗ ଦୈନିକ ୧୧୬ ଟଙ୍କାରେ ଦୀର୍ଘ ୮ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ତାଙ୍କର ଚୁକ୍ତିଭିତ୍ତିକ ଚାକିରି ନିଯୁକ୍ତିରୁ ସରକାରୀ ହେବାକୁ ନେଇ ଦିବ୍ୟାଙ୍ଗ ଜଣକ ବାରମ୍ବାର ଏ ଅଫିସ୍‌ରୁ ସେ ଅଫିସ୍‌ ଦୌଡି ଦୌଡି ନୟାନ୍ତ ହୋଇପଡ଼ିଛନ୍ତି। ମାତ୍ର ଏତିକି ଟଙ୍କାରେ ନିଜର ପରିବାର ଚଳାଇବା କଷ୍ଟକର ହୋଇପଡୁଥିବାରୁ ସେ ଚାକିରି ଛାଡ଼ି ଦାଦନ ଖଟିବା ପାଇଁ ବାହାରକୁ ଯିବାର ମନସ୍ଥ କରିଛନ୍ତି।
ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ବାସୁବ୍ରହ୍ମପୁର ଗ୍ରାମର ରାକେଶ ଶତପ୍ରତିଶତ ଶାରୀରିକ ଅକ୍ଷମ। ଗତ ୨୦୧୨ ଅକ୍ଟୋବର ୩୦ ତାରିଖ ଶାରୀରିକ ଭିନ୍ନକ୍ଷମ କୋଟାରେ ବାଲେଶ୍ୱର ପୌରାଞ୍ଚଳ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିଲେ। ଅଦ୍ୟାବଧି ମାସିକ ୪ହଜାର ୪୪୦ ଟଙ୍କା ଦରମା ପାଉଥିବା ବେଳେ ଇପିଏଫ୍‌ ଓ ଇଏସ୍‌ଆଇରେ ୯୪୦ ଟଙ୍କା କଟୁଥିବା କର୍ତ୍ତୃପକ୍ଷ କହୁଥିବା ବେଳେ କୌଣସି ରସିଦ୍‌ ମିଳୁ ନାହଁି। ଏପରି ଅବସ୍ଥାରେ ଦୀର୍ଘ ୮ବର୍ଷ ଧରି ସରକାରୀ ଅଧିକାରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିଆସୁଥିଲେ ମଧ୍ୟ ତାଙ୍କୁ ବିଧିବଦ୍ଧ ଭାବେ ସରକାରୀ କର୍ମଚାରୀ ଭାବେ ନିଯୁକ୍ତି ଦେବା ପାଇଁ କେହି ସହଯୋଗ କରୁ ନାହାନ୍ତି। ସମାଜ ମଙ୍ଗଳ ବିଭାଗର ଅତିରିକ୍ତ ସଚିବ ଅଶୋକ କୁମାର ଭୂୟାଁ ଗତ ୨୦୧୬ ମେ’ ୭ ତାରିଖରେ ଜିଲାରେ କାର୍ଯ୍ୟରତ ଥିବା ଚୁକ୍ତିଭିତ୍ତିକ ଭାବରେ କାର୍ଯ୍ୟ କରୁଥିବା ଭିନ୍ନକ୍ଷମଙ୍କ ତାଲିକା ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ମାଗିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପଠା ଯାଇ ନ ଥିବାର ଜଣାପଡ଼ିଛି। ଫଳରେ ଜିଲାରେ କାର୍ଯ୍ୟରତ ୫ଜଣ ଦିବ୍ୟାଙ୍ଗ କର୍ମଚାରୀ ଆଜି ଯାଏଁ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ରାକେଶ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ଜିଲା ସମାଜମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ସାବତ କହିଛନ୍ତି, ଉପରୋକ୍ତ ନିଯୁକ୍ତି ପାଇଥିବା ସମ୍ପର୍କରେ ଅବଗତ ଥିବା ସହ ସେମାନଙ୍କର ସମସ୍ତ ଅଫିସ୍‌ କାଗଜପତ୍ରକୁ କାର୍ଯ୍ୟ କରୁଥିବା ବିଭାଗକୁ ପଠାଇ ଦିଆଯାଇଛି। ଏହାପରେ ମଧ୍ୟ ସେମାନଙ୍କର ଆର୍ଥିକ ଅଭାବକୁ ଲକ୍ଷ୍ୟ ରଖି ପୁନର୍ବାର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ ନିମନ୍ତେ ଚେଷ୍ଟା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...

ଡାକ୍ତରଙ୍କ ଆନ୍ଦୋଳନ: ଲାଇନ୍‌ରେ ଛିଡ଼ା ହୋଇଛନ୍ତି ରୋଗୀ

ଧର୍ମଶାଳା,୨୭।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବିଭିନ୍ନ ଦାବି ନେଇ ୧ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri