ଦୈନନ୍ଦିନ ଜୀବନଶୈଳୀ ଓ ମସ୍ତିଷ୍କର କାର୍ଯ୍ୟଧାରା

ସନ୍ତୁଳିତ ଜୀବନଶୈଳୀ ଆମକୁ କେତେକାଂଶରେ ସୁସ୍ଥ ରଖିଥାଏ। ଯଦି ଜଣେ ବ୍ୟକ୍ତି ନିଜର ଜୀବନଶୈଳୀକୁ ଠିକ୍‌ ଭାବରେ ଆଗେଇ ନିଅନ୍ତି ତେବେ ତାଙ୍କର ମସ୍ତିଷ୍କ ଆହୁରି ସକ୍ରିୟ ରହିଥାଏ ବୋଲି ଗବେଷଣାରୁ ଜଣାପଡିଛି। ‘ଦୈନନ୍ଦିନ ଜୀବନଶୈଳୀ ଓ ମସ୍ତିଷ୍କର କାର୍ଯ୍ୟଧାରା’ ବିଷୟ ଉପରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ସ୍ନାୟୁଶଲ୍ୟ ବିଶେଷଜ୍ଞମାନେ ଏକ ଗବେଷଣା କରିଥିଲେ। ଯେଉଁ ମାନଙ୍କର ଜୀବନଶୈଳୀ ସନ୍ତୁଳିତ ସେମାନଙ୍କ ମସ୍ତିଷ୍କ କିପରି କାର୍ଯ୍ୟ କରୁଛି ତାହା ତନ୍ନ ତନ୍ନ କରି ପରୀକ୍ଷା କରିଥିଲେ। ପରିଶେଷରେ ସେମାନେ ଜାଣିପାରିଥିଲେ ଯେ, ଯଦି ଜଣେ ବ୍ୟକ୍ତି ନିଜ ଜୀବନଶୈଳୀକୁ ସବୁବେଳେ ସନ୍ତୁଳିତ ରଖନ୍ତି ତେବେ ତାହାର ସୁପ୍ରଭାବ ମସ୍ତିଷ୍କ ଉପରେ ପଡିଥାଏ ଏବଂ ଏହା ପୂର୍ବାପେକ୍ଷା ଅଧିକ ସକ୍ରିୟ ରହିଥାଏ।