Categories: ଜାତୀୟ

ଦେଶ ସେବା କରିବାକୁ ରାଜି ନିର୍ଭୟା ମାମଲାର ଦୋଷୀ, ତାଙ୍କୁ ଫାଶୀ ଦିଆ ନ ଯାଉ: ଓକିଲ ଏ.ପି. ସିଂହ

ନୂଆଦିଲ୍ଲୀ,୧୯।୩: ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କ ସମସ୍ତ ଆବେଦନ ଖାରଜ ହୋଇଯିବା ପରେ ଶୁକ୍ରବାର ଭୋର ୫ଟା ୩୦ରେ ଏମାନେ ଫାଶୀ ଖୁଣ୍ଟରେ ଝୁଲିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ହେଲେ ଏହାକୁ ନେଇ ମୁଖଁ ଖୋଲିଛନ୍ତି ଦୋଷୀଙ୍କ ପକ୍ଷର ଓକିଲ ଏ.ପି. ସିଂହ। ସେ କହିଛନ୍ତି ନିର୍ଭୟା ମାମଲାର ସମସ୍ତ ଦୋଷୀ ଦେଶ ସେବା କରିବାକୁ ପ୍ରସ୍ତୁତ ଅଛନ୍ତି। ସେମାନଙ୍କୁ ଭାରତ-ପାକିସ୍ତାନ ସୀମାରେ ଛାଡି ଦିଆଯାଉ, ଡୋକଲାମ ପଠାଇ ଦିଆଯାଉ ହେଲେ ଫାଶୀ ନ ଦିଆଯାଉ ବୋଲି ଅନୁରୋଧ କରିଛନ୍ତି ଏ.ପି. ସିଂହ। ଏହାକୁ ନେଇ ମୁଁ ଏକ ଶପଥପତ୍ର ବା ଆଫିଡେଭିଟ ଫାଇଲ କରିବି ବୋଲି ସେ କହିଛନ୍ତି।

Share