ଦେଶ ବିଦେଶରେ କ୍ରିସ୍‌ମାସ୍‌

*କ୍ରିସ୍‌ମାସ୍‌ ଅବସରରେ ଅଷ୍ଟ୍ରେଲିଆର ବିଭିନ୍ନ ସ୍ଥାନରେ ଭୟଙ୍କର ମୁଖାପିନ୍ଧା ବ୍ୟକ୍ତିମାନେ ବୁଲୁଥିବାର ନଜର ଆସନ୍ତି। ଏହି ବ୍ୟକ୍ତିମାନେ ବିଭିନ୍ନ ପ୍ରାଙ୍କ୍‌ ଦ୍ୱାରା ଛୋଟ ଛୁଆ ତଥା ବଡମାନଙ୍କୁ ଡରାଇଥାନ୍ତି।
*ଭେନିଜୁଏଲାର ରାଜଧାନୀ କାରାକାସ୍‌ର ଜନସାଧାରଣ ଏହି ଅବସରରେ ସ୍କେଟିଙ୍ଗ୍‌ କରି ଚର୍ଚ୍ଚ ଯାଇଥାନ୍ତି।
*ଆୟର୍ଲାଣ୍ଡରେ କ୍ରିସ୍‌ମାସ୍‌ ଅବସରରେ ଏକ ବିରାଟ ବିରାଡି ବୁଲିଥିବାର ଲୋକବିଶ୍ୱାସ ରହିଛି। ଏହି ବିରାଡି ଭଲ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ନୂଆ ପୋଷାକ ଭେଟିଦେଉଥିବାର ବିଶ୍ୱାସ ରହିଥିବା ବେଳେ ଖରାପ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଗିଳି ଦେଇଥାଏ ବୋଲି ଅନ୍ଧବିଶ୍ୱାସ ରହିଛି।
*ୟୁକ୍ରେନ୍‌ରେ ଏହି ଅବସରରେ କ୍ରିସ୍‌ମାସ୍‌ ଟ୍ରିରେ ବୁଢ଼ିଆଣୀ ଜାଲ ଭଳି ଦିଶୁଥିବା ଡେକୋରେଟିଭ ଜିନିଷ ଝୁଲେଇବାର ପ୍ରଥା ରହିଛି। ଏଠାରେ ବୁଢ଼ିଆଣୀ ଜାଲକୁ ଶୁଭ ବୋଲି ଗ୍ରହଣ କରାଯାଏ।
*କ୍ରିସ୍‌ମାସ୍‌ ଅବସରରେ ଜର୍ମାନୀରେ କ୍ରିସ୍‌ମାସ୍‌ ଟ୍ରିରେ ଆଚାର ଲୁଚେଇବାର ପ୍ରଥା ରହିଛି। ଯେଉଁ ଛୋଟପିଲା ଏହି ଆଚାରକୁ ଖୋଜି ବାହାର କରିବ ତାକୁ କିଛି ଉପହାର ଦେବାର ଏକ ନିଆରା ପ୍ରଥା ରହିଛି।
*ନେଦରଲାଣ୍ଡରେ ଛୋଟପିଲାମାନେ ନିଜ ଜୋତାକୁ ରାତିରେ ନିଆଁ ପାଖରେ ରଖି ଶୋଇଯାନ୍ତି ଏହି ବିଶ୍ୱାସରେ କି ସକାଳୁ ଏହି ଜୋତାରେ ତାଙ୍କ ପାଇଁ କୌଣସି ଉପହାର ଭରି ହୋଇ ରହିଥିବ।
*ଇଟାଲୀରେ କ୍ରିସ୍‌ମାସ୍‌୍‌ ଅବସରରେ ‘ବେଫାନା’ ନାମକ ଜଣେ ବୃଦ୍ଧା ଘରଘର ବୁଲି ଛୋଟଛୁଆଙ୍କ ମୋଜା ଭିତରେ କ୍ୟାଣ୍ଡି ଏବଂ କିଛି ଉପହାର ରଖିଥାନ୍ତି ବୋଲି ବିଶ୍ୱାସ ରହିଛି।
*ଦକ୍ଷିଣଆଫ୍ରିକାରେ ଏହି ଅବସରରେ ଶୂକରେ ଏକ ପ୍ରକାର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରାଯାଇ ଅତିଥିଙ୍କୁ ପରଷା ଯାଏ। ଏହି ଶୂକଗୁଡିକୁ ପାଇନ୍‌ ଗଛ କିମ୍ବା କ୍ରିସ୍‌ମାସ୍‌ ଟ୍ରିରୁ ସଂଗ୍ରହ କରାଯାଏ।
*ଲୋକବିଶ୍ୱାସ ରହିଛି ଯେ ନରଓ୍ବେରେ ଏହି ଅବସରରେ ଅନିଷ୍ଟକାରୀ ଆତ୍ମା ଘୂରିବୁଲନ୍ତି ଏବଂ ଏହି ଆତ୍ମା ଝାଡୁକୁ ନିଜର ପରିବହନ ଭାବେ ବ୍ୟବହାର କରିଥାନ୍ତି। ତେଣୁ ଏହି ଅବସରରେ ନରଓ୍ବେବାସୀ ନିଜ ଘରର ଝାଡୁକୁ ଲୁଚେଇ ଦେଇଥାନ୍ତି।
*ସ୍ପେନ୍‌ରେ ଏହି ଅବସରରେ କାଠରେ କଣ୍ଢେଇ ପ୍ରସ୍ତୁତ କରାଯାଇଥାଏ ଯାହାକୁ ‘ତିଓଦେ ନାଦାଲ’ ବୋଲି କୁହାଯାଏ। କାଠଗଣ୍ଡିରେ କାଠର ଗୋଡ, ନାଲି ଟୋପି ପରିହିତ ଏହି କଣ୍ଢେଇକୁ ଛୋଟଛୁଆମାନେ କ୍ରିସ୍‌ମାସ୍‌ ପୂର୍ବରୁ ଖାଦ୍ୟ, ପାନୀୟ ଦେବା ସହ ତାକୁ ଗରମ ପୋଷାକ ଘୋଡେଇ ରଖିଥାନ୍ତି। କ୍ରିସ୍‌ମାସ୍‌୍‌ ସନ୍ଧ୍ୟାରେ ପିଲାମାନେ ପାରମ୍ପରିକ ଗୀତ ବୋଲି ଏହି କଣ୍ଢେଇକୁ କାଠରେ ବାଡେଇଥାନ୍ତି। ଏହି ବିଶ୍ୱାସରେ କି ଏହି କାଠ କଣ୍ଢେଇ ସେମାନଙ୍କୁ କୌଣସି ଉପହାର ପ୍ରଦାନ କରିବ।
*ସ୍ବିଡେନ୍‌ରେ ଏହି ଅବସରରେ କୁଟା ଏବଂ ନାଲି ରିବନରେ ବଡ ବଡ ଛେଳି ପ୍ରସ୍ତୁତ କରାଯାଏ। ଏହାକୁ ପାରମ୍ପରିକ ଭାଷାରେ ‘ୟୁଲ୍‌ଗୋଟ୍‌’ ବୋଲି କୁହାଯାଏ। କ୍ରିସ୍‌ମାସ୍‌ ଅବସରରେ ଏହି ଛେଳିର ପୂତ୍ତଳିକାକୁ ଦାହ କରାଯାଇଥାଏ।

Share