‘ଦେଶ ପ୍ରଗତିର ପ୍ରତିବନ୍ଧକ ଦୁର୍ନୀତି’

ନବରଙ୍ଗପୁର, (ବି.ପ୍ର.)/ରାୟଗଡ଼ା ଅଫିସ, ୨୭।୧୦:ଦେଶର ଆର୍ଥିକ ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠୁ ବଡ଼ ପ୍ରତିବନ୍ଧକ। ଦୁର୍ନୀତିର ମୂଳପ୍ଲାଟନ ନିମନ୍ତେ ସମସ୍ତ ଅଂଶୀଦାର ହେବା ଜରୁରୀ। ପ୍ରତ୍ୟେକ ନାଗରିକ ସବୁ ସମୟରେ ସତର୍କତା, ସାଧୁତା ଓ ସତ୍ୟନିଷ୍ଠାରେ ରହି ଦୁର୍ନୀତି ବିରୋଧରେ ଲଢିବା ଜରୁରୀ ବୋଲି ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ନବରଙ୍ଗପୁର ଜିଲାପାଳ ଡ. ଅଜିତ୍‌ କୁମାର ମିଶ୍ର କହିଛନ୍ତି। ଏଥିସହ ଜିଲାପାଳଙ୍କ ଅଫିସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନାଗରିକଙ୍କ ପାଇଁ ସାଧୁତାର ଶପଥ ପାଠ କରାଇଥିଲେ। ଏହି ଶପଥ ପାଠ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ଭାସ୍କର ରଇତ, ସମସ୍ତ ଡେପୁଟି ଜିଲାପାଳ, ସହାୟକ ଜିଲାପାଳ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିହାଲ, ଜିଲା କ୍ରୀଡା ଓ ସଂସ୍କୃତି ଅଧିକାରୀ ମହେନ୍ଦ୍ର ସାହୁ, ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକ ଏ.ସୁରେଶ, ଜିଲା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧିକାରୀ ବିଶ୍ୱ ରଞ୍ଜନ ଭୁକ୍ତାଙ୍କ ସହିତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ସେହିଭଳି ରାୟଗଡ଼ା ଜିଲାପାଳଙ୍କ ଅଫିସରେ ମଧ୍ୟ ଏକ ଏହି ଉପଲକ୍ଷେ ଏକ ଶପଥ ପାଠ କାର୍ଯ୍ୟକ୍ରମ କରାଯାଇଛି। ଅତିରିକ୍ତ ଜିଲାପାଳ ସମୋନାଥ ପ୍ରଧାନ କାର୍ଯ୍ୟାଳୟର ସମସ୍ତ ପଦାଧୀକାରୀ, କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ। କୌଣସି ପ୍ରକାର ଦୁର୍ନତିକୁ ପ୍ରଶୟ ଦିଅନ୍ତୁ ନାହିଁ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଡେପୁଟି ଜିଲାପାଳ ନାରାୟଣ ମିଶ୍ର, ସହକାରୀ ଜିଲାପାଳ (ରାଜସ୍ବ) ଦିବାକର ପାତ୍ର, ଜିଲା ସ୍ବଳ୍ପ ସଞ୍ଚୟ ଅଧିକାରୀ ଧ୍ରୁବରାଜ ନାୟକ, କ୍ରୀଡାଧିକାରୀ ଶେଖ ଅଲନୁର, ଜିଲା ସମାଜ କଲ୍ୟାଣ ଅଧିକାରୀ ଜାଜ୍ଞାସେନୀ ବେହେରା, ଅଫିସ୍‌ ସୁପରିଣ୍ଟେଣ୍ଡେଣ୍ଟ ବୁସିଗ୍ରାମ ଶବର, ବିଭିନ୍ନ ସେକ୍ସନ ଅଫିସର ଓ କର୍ମଚାରୀ ଉପସ୍ଥିତ ଥିଲେ।