ଦେଶ ଗୋଟିଏ ଆଡ଼େ, ଓଡ଼ିଶା ଭିନ୍ନ

ଭୁବନେଶ୍ୱର,୨୪-୫(ବ୍ୟୁରୋ):ସମଗ୍ର ଦେଶ ଗୋଟିଏ ଆଡେ ମୁହାଁଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଛାଇଯାଇଛି। ଭାଜପା ଓ ଏହାର ସହଯୋଗୀ ଦଳକୁ ଭୋଟ ଗ୍ରହଣ ହୋଇଥିବା ୫୪୨ ଲୋକ ସଭା ଆସନରୁ ୩୫୦ରୁ ଊର୍ଦ୍ଧ୍ୱ ସିଟ୍‌ ମିଳିଛି। ଏକକ ସଂଖ୍ୟାଗରିଷ୍ଠ ହାସଲକରି ଏନ୍‌ଡିଏ ପୁଣି କ୍ଷମତାକୁ ଫେରିଛି। କେନ୍ଦ୍ରରେ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳଙ୍କ ସବୁ କଳ୍ପନାଜଳ୍ପନା ଧୂଳିସାତ୍‌ ହୋଇଯାଇଛି। ଚାରିଆଡେ ଗୈରିକ ଦଳର ଜୟ ଜୟ କାର ଚାଲିଛି। ୨୦୧୪ ସାଧାରଣ ନିର୍ବାଚନକୁ ବଳିଯାଇଛି ଏଥରର ନିର୍ବାଚନ। ଭାଜପା ବୃହତ୍‌ ଦଳ ଭାବେ ଦ୍ୱିତୀୟ ଥର ଲାଗି ଦେଶର ଶାସନ ଗାଦିକୁ କବ୍‌ଜା କରିଛି। ବିଭିନ୍ନ ରାଜ୍ୟରେ କାମ ଦେଇଥିବା ମୋଦି ମ୍ୟାଜିକ୍‌ ଓଡ଼ିଶାରେ କିନ୍ତୁ ସେତେଟା କାମ ଦେଇ ନାହିଁ। ଏଠାକାର ମତଦାତା ଭିନ୍ନ ପରିଚୟ ଦେଇଛନ୍ତି। ଦେଶର ଶାସନ ଭାର ପାଇଁ ମୋଦିଙ୍କ ଉପରେ କିଛି ମତଦାତା ଭରସା କରିଥିବା ବେଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ଅତୁଟ ରଖିଛନ୍ତି। ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନରେ ରାଜ୍ୟର ମତଦାତା ବିଜୁ ଜନତା ଦଳ(ବିଜେଡି)କୁ ଲଗାତର ଅଧିକ ଆସନ ଧରାଇଛନ୍ତି।
ପୂର୍ବରୁ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇ ଆସୁଥିଲା। ପ୍ରଥମ ଥର ଲାଗି ଚଳିତ ନିର୍ବାଚନ ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ନିଜର ସ୍ଥିତିକୁ ଶକ୍ତିଶାଳୀ କରିଥିବା ବିଜେଡିକୁ ଶାସନ ଗାଦିରୁ ହଟାଇବା ପାଇଁ ଭାଜପା ପକ୍ଷରୁ ଏଭଳି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା ବୋଲି ଚର୍ଚ୍ଚା ହେଉଥିଲା। ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାକୁ ୧୦ ଥରରୁ ଊର୍ଦ୍ଧ୍ୱ ଏବଂ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ମଧ୍ୟ ଅନେକ ଥର ଓଡ଼ିଶା ଗସ୍ତରେ ଆସି ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ରଣହୁଙ୍କାର ଦେଇଥିଲେ। ଏଥିସହିତ ୫୦ରୁ ଊର୍ଦ୍ଧ୍ୱ କେନ୍ଦ୍ରମନ୍ତ୍ରୀ ମଧ୍ୟ ଓଡ଼ିଶାରେ ନିର୍ବାଚନ ପ୍ରଚାରରେ ମାତିଥିଲେ। ବିଜେଡି ଶାସନକୁ ଉପାଡି ବଙ୍ଗୋପ ସାଗରରେ ଫୋପାଡିବା ପାଇଁ କେନ୍ଦ୍ରୀୟ ନେତାମାନେ ଆହ୍ବାନ ଦେଇଥିଲେ। ଭାଜପା କୌଣସି ପ୍ରକାରେ ବିଜେଡିକୁ କ୍ଷମତାରୁ ଦୂରେଇ ରଖିବାକୁ ଜୋରଦାର ଉଦ୍ୟମ କରିଥିଲା। ଉଭୟ ଦଳ ବଳ କଷାକଷି ହୋଇଥିଲେ। ଏହା ସତ୍ତ୍ୱେ ଓଡ଼ିଶା ମତଦାତାଙ୍କ ଉପରେ ଭାଜପା କିମ୍ବା ମୋଦିଙ୍କ ଯାଦୁ ଏଠାରେ ସେତେଟା ପ୍ରଭାବ ପକାଇ ପାରି ନ ଥିଲା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ରାଜ୍ୟର ମତଦାତା ପୁଣି ଭରସା କରିଛନ୍ତି। ପୂର୍ଣ୍ଣ ସମର୍ଥନ ଦେଇ ଆଉଥରେ ଶାସନ ଭାର ନବୀନଙ୍କ ହାତରେ ଧରାଇଛନ୍ତି। ଓଡ଼ିଶାର ମତଦାତା ସମଗ୍ର ଦେଶରେ ଭିନ୍ନ ରାଜନୈତିକ ବାତାବରଣ ସୃଷ୍ଟିକରି ନିଜର ଏକ ନୂତନ ଧାରା ଦେଖାଇଛନ୍ତି, ଯାହାକି ଅତୀତରେ କେବେ ଦେଖା ଯାଇ ନ ଥିଲା। ୧୯୯୯ ପରେ କଂଗ୍ରେସ ଉପରୁ ମତଦାତା ମୁହଁ ମୋଡିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ରାଜ୍ୟରେ ନୂତନ ଆଞ୍ଚଳିକ ଦଳ ଭାବେ ଜନ୍ମ ନେଇଥିବା ବିଜେଡିକୁ ଲୋକେ ଭରସା କରିଥିଲେ। ଗତ ଦୁଇ ଦଶନ୍ଧି ଧରି ଜାତୀୟ ଦଳ କଂଗ୍ରେସ ଓ ଭାଜପା ଶତ ଚେଷ୍ଟା କଲେ ମଧ୍ୟ ଶାସନକୁ ଫେରି ପାରୁ ନାହାନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri