ଦେଶୀମଦ ଜବତ, ଜଣେ ଗିରଫ

ବୁଗୁଡ଼ା,୨୪ା୪(ଡି.ଏନ.ଏ.)- ବୁଗୁଡ଼ା ଥାନା ଭଗବାନପୁର ଗ୍ରାମର ଏକ ଗ୍ରୋସରୀ ଦୋକାନରୁ ଗୁରୁବାର ସନ୍ଧ୍ୟାରେ ବୁଗୁଡ଼ା ପୋଲିସ ପାଟ୍ରୋଲିଂ ଟିମ୍‌ ଚଢ଼ାଉ କରି ୯ ଲିଟର ଦେଶୀ ମଦ ଜବତ କରିବା ସହ ଦୋକାନୀଙ୍କୁ ଗିରଫ କରିଛି। ସେ ହେଲେ ଭଗବାନପୁର ଗ୍ରାମର କେଦାରନାଥ ପ୍ରଧାନ। ଏନେଇ ବୁଗୁଡ଼ା ଥାନାରେ କେଶ ନଂ. ୧୦୦/୨୦ରେ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।