ଦେଶର ବିଭିନ୍ନ ସମସ୍ୟା ପ୍ରତିବାଦରେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

କେନ୍ଦୁଝର,୨୨।୧୧( ସ୍ବ.ପ୍ର.): ଦେଶରେ ଅହେତୁକ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଅର୍ଥନୀତି ମାନ୍ଦାବସ୍ଥା ଓ ସରକାରୀ ତଥା ବେସରକାରୀ କ୍ଷେତ୍ରରେ ବେରୋଜଗରୀ ସମସ୍ୟା ଆଦି ପ୍ରତିବାଦରେ କେନ୍ଦୁଝର ଜିଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଛି। ଜିଲା କଂଗ୍ରେସ କମିଟି ସଭାପତି ମୋହନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ପିସିସି ସମ୍ପାଦକ ଆଲୋକ ମିଶ୍ର, କାର୍ଯ୍ୟକାରୀ ସଭାପତି ବିପ୍ଳବ ମିଶ୍ର, ପ୍ରଶାନ୍ତ ଦଳେଇ, ସଂଗ୍ରାମ ଦାସ, ରମାକାନ୍ତ ପାତ୍ରଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ। ଏହି ଅବସରରେ କଂଗ୍ରେସ କର୍ମୀ ଓ ନେତାମାନେ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।