Categories: ଜାତୀୟ

ଦେଶର ବିଭାଜନ ପାଇଁ ନେହେରୁ ନୁହେଁ ଜିନ୍ନା ଓ ସାବରକର ଦାୟୀ

ରାୟପୁର,୨୭।୫: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲା ଭାରତ ବିଭାଜନ ନେଇ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ। ସେ କହିଛନ୍ତି ଦେଶର ବିଭାଜନ ପାଇଁ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ଦାୟୀ ନୁହଁନ୍ତି। ଏଥିପାଇଁ ମହମ୍ମଦ ଅଲ୍ଲୀ ଜିନ୍ନା ଏବଂ ବିନାୟକ ଦାମୋଦର ସାବରକର ହିଁ ଦାୟୀ ବୋଲି ବଘେଲା କହିଛନ୍ତି। ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ସେ ଏନେଇ ସୂଚନା ଦେଇଛନ୍ତି। ନେହେରୁ ଭାରତ ବିକାଶର ପ୍ରଥମ ସୋପାନ ପ୍ରସ୍ତୁତ କରିଥିବା ସେ କହିଛନ୍ତି। ଏବେ ବଘେଲାଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share