Categories: ଜାତୀୟ

ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟ

ଲକ୍ଷ୍ନୌ,୨୬।୧୨: ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟ ଉତ୍ତରପ୍ରଦେଶର କୁଶୀନଗରଠାରେ ସ୍ଥାପିତ ହୋଇଛି। ଏହାକୁ ଅଖିଳ ଭାରତୀୟ କିନ୍ନର ଶିକ୍ଷା ସେବା ଟ୍ରଷ୍ଟ୍‌ ପକ୍ଷରୁ ସ୍ଥାପନା କରାଯାଇଛି। କୁଶୀନଗର ଜିଲାର ଫାଜିଲ୍‌ନଗର ବ୍ଲକ୍‌ରେ ଥିବା ଏହି ବିଶ୍ୱବିଦ୍ୟାଳୟରେ ଜାନୁୟାରୀ ୧୫ଠାରୁ ନାମଲେଖା ହେବ। ଏଠାରେ ପୋଷ୍ଟଗ୍ରାଜୁଏଶନ୍‌ ଏବଂ ପିଏଚ୍‌ଡି ଡିଗ୍ରୀ ପାଠ୍ୟକ୍ରମ ଉପରେ ଶିକ୍ଷାଦାନ କରାଯିବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ଡ.କୃଷ୍ଣ ମୋହନ ମିଶ୍ରା ସୂଚନା ଦେଇଛନ୍ତି। ଏହାଦ୍ୱାରା କିନ୍ନରମାନେ ଉପକୃତ ହୋଇପାରିବେ ବୋଲି କୁହାଯାଉଛି।

Share