ଦେଶର ନାଗରିକତ୍ୱ ବିଦେଶୀର ହକ୍‌ କି

ଡ. ଇନ୍ଦୁଲତା ଦାସ
ଗୋଟିଏ ଘର ସେହି ଘରର ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ। ତା’ ଭିତରେ ଯେ କୌଣସି ବାହାର ଲୋକ ପଶି ରହିପାରେ ନାହିଁି। ସେହିପରି ଗୋଟିଏ ଦେଶ ତାହାର ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ। ଦେଶ ତାହାର ନାଗରିକର ସୁଖ-ସୁବିଧାର ବ୍ୟବସ୍ଥା କରିଥାଏ। ସମୟ ସମୟରେ ଦେଶ ଭିତରକୁ ବିଦେଶୀ ମଧ୍ୟ ଆସିଥାଆନ୍ତି। ତାହା ସେହି ଦେଶର କର୍ତ୍ତୃପକ୍ଷଙ୍କ ଅନୁମତି ଦ୍ୱାରା ସମ୍ଭବ ହୋଇଥାଏ। ସେହି ଅନୁମତିକୁ ‘ଭିଜା’ ବୋଲି କୁହାଯାଏ। ଜଣେ ଲୋକ ‘ଭିଜା’ ନେଲେ ସେ କାହିଁକି, କେତେଦିନ ପାଇଁ ଆସୁଛି, ତା’ର ଖର୍ଚ୍ଚ କିଏ ବହନ କରିବ ଇତ୍ୟାଦି ସବୁକିଛି ଦେଶକୁ ଜଣାଇବାକୁ ପଡ଼େ। ‘ଭିଜା’ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ପାଇଁ ଦିଆଯାଏ। ସେହି ସମୟ ସୀମା ସରିଯିବା ପରେ ଗୋଟିଏ ଦିନ ମଧ୍ୟ ସେହି ଦେଶରେ ସେ ବିଦେଶୀ ରହିପାରେ ନାହିଁ।
ବେଳେ ବେଳେ ଗୋଟିଏ ଦେଶର ଜଣେ ଲୋକ କୌଣସି କାରଣରୁ ନିଜ ଦେଶ ଛାଡ଼ି ଅନ୍ୟ ଦେଶରେ ବସବାସ କରିବାକୁ ଇଚ୍ଛୁକ ହୋଇଥାଏ। ସେ ସେହି ଦେଶର ନାଗରିକତ୍ୱ ପାଇଁ ଆବେଦନ କରିଥାଏ। ଦେଶ ସବୁଆଡ଼ୁ ପରୀକ୍ଷା କରି ଦେଖେ। ଯଦି ସେହି ଲୋକର ଯୋଗ୍ୟତା ରହିଛି, ତେବେ ତାହାକୁ ସେହି ଦେଶରେ ନାଗରିକତ୍ୱ ମିଳିଥାଏ। ଯେଉଁ ଦେଶ ଯେତେ ସଭ୍ୟ, ଯେତେ ଉନ୍ନତ, ଯେତେ ଅଗ୍ରଣୀ ସେଠାରେ ନାଗରିକତ୍ୱ ମିଳିବା ସେତେ କଷ୍ଟକର। ନାଗରିକତ୍ୱ ଦେବା ସମ୍ପୂର୍ଣ୍ଣ ଭାବେ ସେହି ଦେଶ ଉପରେ ନିର୍ଭର କରେ। ଏଥିପାଇଁ ନିୟମ ନିର୍ଦ୍ଧାରଣ କରିବାରେ ସେ ସମ୍ପୂର୍ଣ୍ଣ ସ୍ବତନ୍ତ୍ର। ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ କୌଣସି ନିୟମ ନିର୍ଦ୍ଧାରଣ କରାଯାଇନାହିଁ। କୌଣସି ବିଦେଶୀ ବ୍ୟକ୍ତି ଅନ୍ୟ ଦେଶରେ ନିଜର ଅଧିକାର ଭାବେ ନାଗରିକତ୍ୱ ଦାବି କରିପାରିବ ନାହିଁ। ଅନ୍ୟ ଦେଶରେ ନାଗରିକତ୍ୱ ପାଇବା କୌଣସି ବିଦେଶୀ ବ୍ୟକ୍ତିର ମୌଳିକ ଅଧିକାର ନୁହେଁ।
ଏ ତ ଗଲା ନାଗରିକତ୍ୱ ଆବେଦନ ଓ ମଞ୍ଜୁର ହେବାର ସାଧାରଣ ପ୍ରକ୍ରିୟା। ନାଗରିକତ୍ୱ ନ ଥାଇ ମଧ୍ୟ ବେଳେବେଳେ ଲୋକେ ଅନ୍ୟଦେଶରେ ପ୍ରବେଶ କରିଯାଆନ୍ତି। ଯଦି ଦେଶର ସୀମା ସେଭଳି କଡ଼ାକଡ଼ି ଭାବେ ସୁରକ୍ଷିତ ନ ଥାଏ ତେବେ ତାହାର ସୁଯୋଗ ନେଇ କିଛି ବିଦେଶୀ ସେହି ଦେଶରେ ପଶିଯାଆନ୍ତି। କେତୋଟି ବିଶେଷ ପରିସ୍ଥିତିରେ ଏହା ହୋଇଥାଏ। ଯଦି ନିଜ ଦେଶରେ କୌଣସି କାରଣରୁ ସେମାନେ ଅତ୍ୟାଚାରିତ ହୁଅନ୍ତି, ତେବେ ନିଜର ପ୍ରାଣ ବଞ୍ଚେଇବା ପାଇଁ ଲୋକେ ପାଖ ଦେଶକୁ ପଳାଇଯାଆନ୍ତି। ଦ୍ୱିତୀୟ କାରଣ ହେଲା ଆର୍ଥିକ। ଅଧିକ ରୋଜଗାରର ସମ୍ଭାବନା ଥିବା ଦେଶକୁ, ଅଧିକ ସୁଖ-ସୁବିଧା ଥିବା ଦେଶକୁ ଗରିବ ଦେଶର ଲୋକେ ଚାଲିଯାଆନ୍ତି। ଏ ଦୁଇ ଶ୍ରେଣୀ ଛାଡ଼ି ଗୋଟିଏ ତୃତୀୟ ଶ୍ରେଣୀର ଲୋକ ଅଛନ୍ତି। ସେମାନେ ଅସାମାଜିକ। ମାନବିକତାର ଶତ୍ରୁ। ଯେପରି ଘରର କବାଟ ଖୋଲା ଥିଲେ ଚୋର ପଶିଯାଏ, ସେହିପରି ସୀମା ଯଦି କଡ଼ାକଡ଼ି ଭାବେ ସୁରକ୍ଷିତ ନ ରହେ ତେବେ ତା’ ଭିତର ଦେଇ ମାନବିକତାର ଶତ୍ରୁ ପଶିଯା’ନ୍ତି। ହିଂସା, କ୍ଷୟକ୍ଷତି ଉପୁଜାଇ ଅନ୍ୟ ଦେଶର କ୍ଷତିସାଧନ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ।
ଏହି ତିନୋଟି ଶ୍ରେଣୀ ଭିତରେ ପ୍ରଥମ ଶ୍ରେଣୀର ଲୋକଙ୍କୁ ଶରଣାର୍ଥୀ ବୋଲି କୁହାଯାଇପାରେ। କିନ୍ତୁ ଅନ୍ୟ ଦୁଇପ୍ରକାର ଲୋକେ ଶରଣାର୍ଥୀ ଶ୍ରେଣୀରେ ଆସନ୍ତି ନାହିଁ। ସେମାନେ ଅନୁପ୍ରବେଶକାରୀ। ସେମାନେ କଠୋର ଦଣ୍ଡର ଅଧିକାରୀ।
ସମୟ ସମୟରେ ମାନବିକତା ଆଧାରରେ କୌଣସି କୌଣସି ଦେଶ ଶରଣାର୍ଥୀଙ୍କୁ ନାଗରିକତ୍ୱ ଦେଇଥାଏ। ଭାରତରେ ଅତୀତରେ ବିଭିନ୍ନ ସମୟରେ ଶରଣାର୍ଥୀଙ୍କୁ ନାଗରିକତ୍ୱ ଦିଆଯିବାର ଦୃଷ୍ଟାନ୍ତ ରହିଛି। ଇନ୍ଦିରା ଗାନ୍ଧୀଙ୍କ ସମୟରେ ଉଗାଣ୍ଡାରୁ ବିତାଡ଼ିତ ହିନ୍ଦୁ ଶରଣାର୍ଥୀଙ୍କୁ ଓ ବାଂଲାଦେଶରୁ ଆସିଥିବା ସବୁ ଶରଣାର୍ଥୀଙ୍କୁ ନାଗରିକତ୍ୱ ଦିଆଯାଇଛି। ଶ୍ରୀଲଙ୍କାରୁ ଆସିଥିବା ତାମିଲ ଶରଣାର୍ଥୀଙ୍କୁ ମଧ୍ୟ ଏହି ଦେଶରେ ନାଗରିକତ୍ୱ ମିଳିଛି। ତା’ ଛଡ଼ା ବିଭିନ୍ନ ସମୟରେ ବ୍ୟକ୍ତିବିଶେଷଙ୍କ ଆବେଦନ ଉପରେ ବିଚାର କରି ତାଙ୍କୁ ମଧ୍ୟ ନାଗରିକତ୍ୱ ମିଳିଥାଏ। ଗତ ସାଢ଼େ ପାଞ୍ଚବର୍ଷ ଭିତରେ (ମୋଦି ସରକାର ଅମଳରେ) ପ୍ରାୟ ଛଅ ଶହ ମୁସଲମାନଙ୍କୁ ଏ ଦେଶରେ ନାଗରିକତ୍ୱ ଦିଆଯାଇଛି।
ଧର୍ମ ଆଧାରରେ ଭାରତର ବିଭାଜନ ହେବା ପରେ ହିନ୍ଦୁ, ଶିଖ୍‌ ଇତ୍ୟାଦି ପାକିସ୍ତାନରେ ସଂଖ୍ୟାଲଘୁରେ ପରିଣତ ହେଲେ ଓ ନାନା ପ୍ରକାର ଅତ୍ୟାଚାର ସହିବାକୁ ବାଧ୍ୟ ହେଲେ। ନିଜେ ମହାତ୍ମା ଗାନ୍ଧୀ, ନେହେରୁ, ବଲ୍ଲଭଭାଇ ପଟେଲ୍‌ ଏପରି କି ମନମୋହନ ସିଂ ସୁଦ୍ଧା ବିିଭିନ୍ନ ସମୟରେ ସେଠାକାର ସଂଖ୍ୟାଲଘୁଙ୍କୁ ଭାରତରେ ନାଗରିକତ୍ୱ ଦେବା ସପକ୍ଷରେ ଦୃଢ଼ଭାବେ ପ୍ରସ୍ତାବ ରଖିଆସିଥିଲେ। ଏହା ଏକ ବହୁଦିନର ପ୍ରଲମ୍ବିତ ସର୍ବଜନସମ୍ମତ ପ୍ରସ୍ତାବ। ବହୁଦିନରୁ ପ୍ରଲମ୍ବିତ ଏହି ପ୍ରସ୍ତାବକୁ କାର୍ଯ୍ୟାନ୍ବିତ କଲେ ବର୍ତ୍ତମାନର ସରକାର। ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ସଂଖ୍ୟାଲଘୁ ହିନ୍ଦୁ, ଶିଖ୍‌, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ୍‌ଙ୍କୁ ଏହି ଦେଶର ନାଗରିକତ୍ୱ ଦିଆଯିବା ପାଇଁ ଦେଶରେ ବିଲ୍‌ ଅଣାଗଲା ଓ ଦୁଇଟିଯାକ ସଦନରେ ବହୁମତରେ ଅନୁମୋଦନ ହେଲା। ଆଇନ ପ୍ରଣୟନ କରିବା ପାଇଁ ଏ ଦେଶର ସଂସଦ ହିଁ ସର୍ବୋଚ୍ଚ ଅଧିକାରୀ। ସେଠାରେ ବହୁମତରେ ଗୃହୀତ ହେବା ପରେ ତାହା ଲାଗୁ ହୁଏ। ନାଗରିକତ୍ୱ ଆଇନ ମଧ୍ୟ ସେହି ପ୍ରକ୍ରିୟାରେ ଗୃହୀତ ହୋଇ ଲାଗୁ ହେଲା। ଏହାଦ୍ୱାରା କିଛି ଲୋକଙ୍କୁ ନାଗରିକତ୍ୱ ମିଳିବ। ଏଥିରେ କାହାରି କିଛି କ୍ଷତି ହେବନାହିଁ ବା କାହାରି ନାଗରିକତ୍ୱ ଚାଲିଯିବାର ପ୍ରଶ୍ନ ଉଠୁନାହିଁ। ଏହା କିଛି ପୀଡ଼ିତ ଲୋକଙ୍କୁ ସହାୟତା କରୁଛି ମାତ୍ର। ଏହା ଏକ ଅଭିନନ୍ଦନୀୟ ମାନବୀୟ ପଦକ୍ଷେପ।
କିନ୍ତୁ ଏ ଦେଶର କିଛି ଲୋକ ଓ ଅନୁଷ୍ଠାନ ଏହାର ବିରୋଧ କରୁଥିବାର ଦେଖାଯାଉଛି। ସେମାନଙ୍କ ମତରେ ଭାରତରେ ସବୁ ଧର୍ମ ସମାନ। ତେଣୁ ନାଗରିକତ୍ୱ ପାଇବା ଏ ଦେଶରେ ବେଆଇନ ଭାବେ ରହୁଥିବା ମୁସଲମାନଙ୍କର ମୌଳିକ ଅଧିକାର।
ଏହା ଏକ ଅଦ୍ଭୁତ ଯୁକ୍ତି। ହିନ୍ଦୁ, ଶିଖ୍‌, ଜୈନ, ବୌଦ୍ଧ, ପାର୍ସୀ ଓ ଖ୍ରୀଷ୍ଟିଆନ ଧର୍ମର ଲୋକେ ମୁସଲମାନବହୁଳ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରେ ନିଜର ଧର୍ମ ଯୋଗୁ ଅତ୍ୟାଚାରିତ। ତେଣୁ ସେମାନେ ଭାରତରେ ଶରଣାର୍ଥୀ। ମୁସଲମାନଙ୍କୁ ନିଜ ଦେଶରେ ଅତ୍ୟାଚାରିତ ବୋଲି କୁହାଯାଇପାରିବ ନାହିଁ। ସେମାନେ ଯଦି ଭାରତରେ କୌଣସି ପ୍ରକାରେ ଆସି ପଶିଯାଇଛନ୍ତି ତେବେ ସେମାନେ ଅନୁପ୍ରବେଶକାରୀ। ଅନୁପ୍ରବେଶକାରୀର ପୁଣି ମୌଳିକ ଅଧିକାର? ଦେଶରେ ନାଗରିକତ୍ୱ ପାଇବା ବିଦେଶୀର ମୌଳିକ ଅଧିକାର କି?
ଦେଶର ଏପରି ଦୁର୍ଦ୍ଦିନରେ ଦେଶକୁ ଭଲ ପାଉଥିବା ଦେଶଭକ୍ତ ନାଗରିକ ନୀରବ ହୋଇ ବସିରହିବା ଦେଶ ପାଇଁ ଘାତକ। ସେମାନେ ନିଜର କଥା ଓ ଲେଖନୀ ମାଧ୍ୟମରେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶର ମନୋବଳ ବଢ଼ାଇବା ପାଇଁ ଆଗକୁ ଆସିବା ନିତାନ୍ତ ଆବଶ୍ୟକ।
ମୋ- ୮୭୬୩୩୭୬୨୭୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri