Categories: ଜାତୀୟ

ଦେଶର ଆର୍ଥିକ ସ୍ଥିତିକୁ ନେଇ ମୋଦି ସରକାରଙ୍କୁ ଘେରିବ କଂଗ୍ରେସ

ନୂଆଦିଲ୍ଲୀ,୧୬।୧୧: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଶନିବାର ତାଙ୍କ ବାସଭବନରେ ଏକ ବୈଠକର ଆୟୋଜନ କରାଯାଇଛି। ଆସନ୍ତା ୩୦ରେ କଂଗ୍ରେସ ମୋଦି ସରକାରଙ୍କୁ ଘେରିବ ବୋଲି ଏହି ବୈଠକରେ ଆଲୋଚନା ହୋଇଛି। ତେବେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ ଆସନ୍ତା ୩୦ ତାରିଖରେ କଂଗ୍ରେସ ପକ୍ଷରୁ ଭାଜପା ବିରୋଧରେ ଦିଲ୍ଲୀର ରାମଲିଳା ମୈଦାନରେ ଏକ ରାଲିର ଆୟୋଜନ କରାଯାଇଥିବା ସୂଚନା ମିଳିଛି। ଏବେ ଦେଶର ଆର୍ଥିକ ସ୍ଥିତି ଖରାପ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। କେବଳ ସେତିକି ନୁହେଁ ଏହାଦ୍ୱାରା ବେରୋଜଗାର ସଂଖ୍ୟା ମଧ୍ୟ ବଢିଥିବା କଂଗ୍ରେସ କହିଛି।

Share