ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧,୭୧୮ ନୂଆ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୩୦।୪: ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧,୭୧୮ ନୂଆ ରୋଗୀ ଚିହ୍ନଟ ହେବା ପରେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩.୦୫୦ରେ ପହଞ୍ଚିଛି। ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ ଏହି ସୂଚନା ଦେଇଛନ୍ତି। ତେବେ ଦେଶରେ ସୁସ୍ଥ ହାର ୨୫.୧୯ ପ୍ରତିଶତ ରହିଛି ବୋଲି ସେ କହିଛନ୍ତି। ଦେଶରେ ଏବେ ସୁଦ୍ଧା କରୋନାରେ ୧,୦୭୪ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

Share