Categories: ଜାତୀୟ

ଦେଶରେ କରୋନା ସ୍ଥିତି ଜଟିଳ: ୨୪ ଘଣ୍ଟାରେ ୭ ହଜାର ୪୬୬ ଜଣ ସଂକ୍ରମିତ, ୧୭୫ ମୃତ

ନୂଆଦିଲ୍ଲୀ,୨୯।୫:ଭାରତରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମିତ ୭ ହଜାର ୪୬୬ଟି ମାମଲା ସାମ୍ନାକୁ ଆସିଛି। ଏହାସହ ୧୭୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ହଜାର ରୋଗୀ ସୁସ୍ଥ ହୋଇଛନ୍ତି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ରିପୋର୍ଟ ମୁତାବକ, ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାର ୯୭୭ରେ ପହଞ୍ଚିଛି। ଏହି ମହାମାରୀରେ ଏପର୍ଯ୍ୟନ୍ତ ୪ ହଜାର ୭୦୬ ଜଣଙ୍କ ପ୍ରାଣ ଯାଇଛି। ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ପାଖାପାଖି ୯୦ ହଜାର ଥିବାବେଳେ ୭୧ ହଜାର ୧୦୬ଜଣ ସୁସ୍ଥ ହୋଇଛନ୍ତି। ସର୍ବାଧିକ କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ଆଗରେ ଅଛି ମହାରାଷ୍ଟ୍ର। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୬୦ ହଜାରରେ ପହଞ୍ଚି ଥିବାବେଳେ ୧୯୮୨ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଦ୍ୱିତୀୟ ସ୍ଥାନରେ ରହିଛି ତାମିଲନାଡୁ। ଏହି ରାଜ୍ୟରେ ୧୯ ହଜାର ୩୭୨ ଜଣ କରୋନା ସଂକ୍ରମିତ ଥିବାବେଳେ ୧୪୫ଜଣଙ୍କ ମୃତ୍ୟୁ ଘଟିଛି।

Share