ଦେଶବାସୀଙ୍କ ହୃଦୟ ଜିତିଲେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ

ନୂଆଦିଲ୍ଲୀ,୨୩।୪: ଦେଶର ‘ଫାଷ୍ଟ ଲେଡି’ ସବିତା କୋବିନ୍ଦ ଏବେ ଦେଶବାସୀଙ୍କ ହୃଦୟ ଜିତି ନେଇଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ମୁହଁରେ ମାସ୍କ ବାନ୍ଧି ସିଲେଇ ମେଶିନରେ ସିଲେଇ କରୁଥିବା ଦେଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ଲୋକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଭବନ ପରିସରରେ ଥିବା ‘ଶକ୍ତି ହାଟ’ରେ ମାସ୍କ ତିଆରି କରିଛନ୍ତି। ଏହି ମାସ୍କ ଦିଲ୍ଲୀର ବିଭିନ୍ନ ସେଲଟର ହୋମରେ ବଣ୍ଟାଯାଇଛି। ସବିତା କୋବିନ୍ଦଙ୍କ ଏହି କାମକୁ ସମସ୍ତେ ପ୍ରଶଂସା କରିବା ସହ ଏହାଦ୍ୱାରା ଭଲ ବାର୍ତ୍ତା ପ୍ରଚାରିତ ହୋଇଛି ଯେ ଦେଶ କୋଭିଡ-୧୯ ସହ ଲଢିବାକୁ ଏକାଠି ହୋଇଛି। ସୂଚନାଯୋଗ୍ୟ, କରୋନା ଭାଇରସଠାରୁ ଦୂରେଇ ରହିବାକୁ ମାସ୍କ ପିନ୍ଧିବା ଜରୁରୀ ବୋଲି ସର୍ବଦା କୁହାଯାଉଛି।

Share