ଦେବ ଦୀପାବଳି ଉତ୍ସବ: ଦଶରଥ ଓ କୌଶଲ୍ୟାଙ୍କୁ ଦୀପଦାନ

ପୁରୀ ଅଫିସ,୨୭-୧୧:ମାର୍ଗଶିର ଅମାବାସ୍ୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପିତୃପୁରୁଷ ଦଶରଥ ଓ କୌଶଲ୍ୟାଙ୍କୁ ଦୀପଦାନ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାଧୂପ ନୀତି ବଢିବା ପରେ ଦେବ ଦୀପାବଳି ନୀତି ଆରମ୍ଭ ହୋଇଥିଲା। ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ନୀତି ଭଳି ସମାନ ନୀତି ରହିଥିଲା। ଠାକୁର ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ମନ୍ଦିରରେ ଦୀପ ଲଗାଯାଇଥିଲା। ଶ୍ରୀମନ୍ଦିରରେ ତିନିଦିନ ଧରି ପାଳିତ ହେଉଥିବା ଦେବ ଦୀପାବଳି ଉତ୍ସବର ବୁଧବାର ଶେଷ ଦିବସ। ଏହିଦିନ ଠାକୁର ବାସୁଦେବ ଓ ଦେବକୀ, ନନ୍ଦ, ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ ଦୀପଦାନ କରିବେ। ସୂଚନାଯୋଗ୍ୟ, ମହାପ୍ରଭୁ ମାର୍ଗଶିର ଚତୁର୍ଦ୍ଦଶୀରେ ଅଦିତି ଓ କଶ୍ୟପଙ୍କୁ, ଅମାବାସ୍ୟାରେ କୌଶଲ୍ୟା ଓ ଦଶରଥଙ୍କୁ ଦୀପଦାନ କରିଥିବାବେଳେ ଶୁକ୍ଳ ପ୍ରତିପଦା ଅର୍ଥାତ୍‌ ବୁଧବାର ଦେବକୀ ଓ ବସୁଦେବ, ନନ୍ଦ ଓ ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚାଙ୍କୁ ଶ୍ରାଦ୍ଧ ଦେବେ।