Categories: ଜାତୀୟ

ଦେବୀ ସରସ୍ବତୀଙ୍କୁ ଅପମାନ କରି ପ୍ରିନ୍ସପାଲ୍‌ ଗିରଫ

ଭୋପାଳ, ୨।୬: ମଧ୍ୟ ପ୍ରଦେଶର ଭୋପାଳରେ ଦେବୀ ସରସ୍ବତୀଙ୍କୁ ଅପମାନ କରିବା ଅଭିଯୋଗରେ ଏକ ସରକାରୀ କଲେଜର ପ୍ରିନ୍ସପାଲ୍‌ଙ୍କୁ ଗିରଫ କରିଛି ପୋଲିସ। ପ୍ରିନ୍ସପାଲ୍‌ ଏସଏସ ଗୌତମ କଲେଜ କ୍ୟାମ୍ପସ କିମ୍ବା ଶ୍ରେଣୀ ଗୃହରେ ସରସ୍ବତୀଙ୍କ ଫଟୋ ଲଗାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହାସହ ସରସ୍ବତୀଙ୍କ ଉପରେ ଅପମାନଜନକ ଟିପ୍ପଣୀ ଦେଇ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ। ଉକ୍ତ କଲେଜର ଜଣେ ପ୍ରଫେସର ଗୌତମଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ମାମଲାରେ ନିଜକୁ ଦୋଷୀ ଭାବି ନିଜେ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲେ ଗୌତମ। ସେଠାରେ ପୋଲିସ ତାଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ଗୌତମ ଅନୁସୂଚିତ ଜନଜାତିର ବୋଲି ଜଣାପଡିଛି। ସେ କଲେଜରେ କେବଳ ମହାତ୍ମା ଗାନ୍ଧୀ ଏବଂ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଲଗାଇବା ପାଇଁ ପ୍ରୋତ୍ସାହିତ କରୁଥିଲେ।

Share