ଦେବାଳିଆ ହେଉଛନ୍ତି ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ: ଖାଉଛନ୍ତି ଶିଳ୍ପ, ଗଣୁଛନ୍ତି ସରକାର

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ରାଜ୍ୟରେ ବିଦ୍ୟୁତ୍‌ ବ୍ୟବସ୍ଥା ସାଂଘାତିକ ଅବସ୍ଥା ଦେଇ ଗତି କରୁଛି। ବିଦ୍ୟୁତ୍‌ ନିଅଣ୍ଟିଆ ଏବଂ ଋଣ ବୋଝରେ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଉବୁଟୁବୁ ହେଲେଣି । ଅନ୍ୟପକ୍ଷରେ ରାଜ୍ୟରେ ଥିବା ବଡ ବଡ ଶିଳ୍ପସଂସ୍ଥାଗୁଡିକ ବିଦ୍ୟୁତ୍‌ ଚଳୁ କରି ପରିସ୍ଥିତିକୁ ଆହୁରି ବିଗାଡି ଚାଲିଛନ୍ତି। ବିଭିନ୍ନ କମ୍ପାନୀ ଓ ସଂସ୍ଥା ଉପରେ ବହୁ କୋଟି ଟଙ୍କା ବିଦ୍ୟୁତ୍‌ ବିଲ୍‌ ଅନେକ ବର୍ଷ ହେବ ବାକି ପଡିଛି। ସେହି ବକେୟା ବିଲ୍‌ ଫାଙ୍କିବାକୁ ଶିଳ୍ପସଂସ୍ଥାଗୁଡିକ ନ୍ୟାୟାଳୟର ଆଶ୍ରୟ ନେଇଛନ୍ତି। ବକେୟା ଆଦାୟ କରିବା ପରିବର୍ତ୍ତେ ସରକାର କୋର୍ଟ କଚେରିରେ ମାମଲା ଲଢି ଲଢି ନୟାନ୍ତ ହେଲେଣି। ଶିଳ୍ପ ସଂସ୍ଥାଗୁଡିକର ବୋଝ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀଗୁଡିକୁ କାଳ ହେଲାଣି। ଋଣ ଆଦାୟ କରିବା ଦୂରର କଥା ବଣ୍ଟନ କମ୍ପାନୀଗୁଡିକୁ ସମ୍ଭାଳିବାକୁ ସରକାର ଅଣନିଃଶ୍ୱାସୀ ହେଲେଣି ।

ଶକ୍ତି ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ଓ୍ବେସ୍‌କୋ, ନେସ୍‌କୋ, ସାଉଥ୍‌କୋ ଏବଂ ସେସୁ ଉପରେ ଗ୍ରୀଡ୍‌କୋ, ବିଶ୍ୱବ୍ୟାଙ୍କ ଏବଂ ରାଜ୍ୟ ସରକାରଙ୍କ ୬୮୪୬.୦୩ କୋଟି ଟଙ୍କା ଗଡୁଛି । ଓ୍ବେସ୍‌କୋ ଉପରେ ୧୫୨୬.୮୫ କୋଟିି ଟଙ୍କା ଋଣ ବକେୟା ରହିଥିବା ବେଳେ ନେସ୍‌କୋ ୧୨୭୫.୮୪, ସାଉଥ୍‌କୋ ୧୧୭୦.୧୩ ଏବଂ ସେସୁ ଉପରେ ୨୮୭୩ କୋଟି ଟଙ୍କାର ଋଣ ବାକି ରହିଛି। ସେହି ଋଣ ପରିଶୋଧ କରିବାକୁ ବଣ୍ଟନ କମ୍ପାନୀ ପାଖରେ ବଳ ନାହିଁ। ପରିସ୍ଥିତି ଏମିତି ହେଲାଣି ଯେ ସରକାର ଆର୍ଥିକ ସହାୟତା ନ ଦେଲେ କର୍ମଚାରୀମାନଙ୍କୁ ଦରମା ଦେବା କାଠିକର ପାଠ ହେଲାଣି। ଅନ୍ୟପକ୍ଷରେ ରାଜ୍ୟରେ ଥିବା ବିଭିନ୍ନ ବଡ ବଡ ଶିଳ୍ପାନୁଷ୍ଠାନ ଓ ସଂସ୍ଥା ଦୀର୍ଘ ବର୍ଷ ଧରି ବିଦ୍ୟୁତ୍‌ ବିଲ୍‌ ଫାଙ୍କି ଚାଲିଛନ୍ତି। ସାଉଥ୍‌କୋ ଅଧୀନରେ ଥିବା ୭୩ଟି ବୃହତ୍‌ ଶିଳ୍ପ ସଂସ୍ଥା ଉପରେ ୧୧୯୨.୨୩ କୋଟି ଟଙ୍କା ବିଦ୍ୟୁତ୍‌ ବିଲ୍‌ ବାକି ରହିଥିବା ବେଳେ ସେସୁ ଅଧୀନରେ ଥିବା ୯୬ଟି ଶିଳ୍ପାନୁଷ୍ଠାନ ଉପରେ ୧୭,୯୦,୯୧,୧୩୮ ଟଙ୍କା ବାକି ରହିଛି। ୧୦ଟି ଇଏଚ୍‌ଟି ବିଦ୍ୟୁତ୍‌ ନେଇଥିବା ଶିଳ୍ପ ଉପରେ ୩୮୫ କୋଟି ୭୪ ଲକ୍ଷ ୪୮ ହଜାର ୮୯୮ କୋଟି ଏବଂ ସାଉଥ୍‌କୋ ଅଧୀନରେ ଥିବା ବିଭିନ୍ନ ଶିଳ୍ପସଂସ୍ଥା ଉପରେ ୪୦୭ କୋଟି ୨୬ ଲକ୍ଷ ୪୫ ହଜାର ୯୩୯ ଟଙ୍କା ବକେୟା ରହିଛି। ଏ ସବୁକୁ ହିସାବ କଲେ ଶିଳ୍ପ ଓ ଅନ୍ୟାନ୍ୟ ସଂସ୍ଥା ଉପରେ ପ୍ରାୟ ୮୧୦୯ କୋଟି ୧୮ ଲକ୍ଷ ୭୧ ହଜାର ୭୦୯ଟଙ୍କା ବକେୟା ରହିଛି। ଏସବୁ ବକେୟା ଆଦାୟ କରିବାକୁ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀ ପାଖରେ ବଳ ନାହିଁ। କେବଳ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

୨୦୦୩-୦୪ରୁ ୨୦୦୭-୦୮ ଯାଏ ବିଦ୍ୟୁତ୍‌ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏକ ବଳକା ରାଜ୍ୟରେ ପରିଣତ ହେଉଥିଲା। ଏହା ପରଠାରୁ ରାଜ୍ୟକୁ ଶକ୍ତି ସଙ୍କଟ ଜାବୁଡି ଧରିଲାଣି। ୨୦୦୩-୦୪ରେ ରାଜ୍ୟ ସରକାର ୩୨୯୯ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଶକ୍ତି ବିକ୍ରି କରୁଥିଲେ। ୨୦୦୮-୦୯ରେ ଏହା ୨୭୮ ନିୟୁତ ୟୁନିଟ୍‌କୁ ଖସି ଆସିଲା। ଏବେ ନିଅଣ୍ଟିଆ ପରିସ୍ଥିତିକୁ ଚାଲି ଆସିଲାଣି। ୨୦୧୯ ଜୁଲାଇ ୧୨ ତାରିଖ ସୁଦ୍ଧା ରାଜ୍ୟରେ ୯୦୦ ମେଗାଓ୍ବାଟ ବିଦ୍ୟୁତ୍‌ ନିଅଣ୍ଟିଆ ରହିଛି। ବେଳକୁ ବେଳ ବିଦ୍ୟୁତ୍‌ ଚାହିଦା ବଢୁଥିବା ବେଳେ ଉତ୍ପାଦନ ବୃଦ୍ଧି ନ ହେବା ସରକାରଙ୍କ ଚିନ୍ତା ବଢାଇ ଦେଇଛି। ୨୦୦୦ ବେଳକୁ ରାଜ୍ୟରେ ବିଦ୍ୟୁତ୍‌ ଗ୍ରାହକଙ୍କ ସଂଖ୍ୟା ୧୪,୪୬,୬୩୪ ଥିବା ବେଳେ ୨୦୧୭-୧୮ରେ ଏହି ସଂଖ୍ୟା ୮୧,୪୬,୬୨୫ରେ ପହଞ୍ଚିଛି। ସେ ସମୟରେ ବିଦ୍ୟୁତ୍‌ ଚାହିଦା ୨ରୁ ୩ ହଜାର ମେଗାଓ୍ବାଟ ଥିବା ବେଳେ ବର୍ତ୍ତମାନ ୪୫୦୦ ମେଗାଓ୍ବାଟର ଆବଶ୍ୟକତା ରହିଛି। ବର୍ଷା ଦିନେ ଯଦି ସ୍ଥିତି ଏମିତି ତେବେ ଖରାଦିନେ ଅବସ୍ଥା ଅସମ୍ଭାଳ ହେବା ନେଇ ଜଳଜଳ ଦେଖାଗଲାଣି। ଘନଘନ ବିଦ୍ୟୁତ୍‌ କାଟ ଛଡା ସରକାରଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନାହିଁ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ବାହାରେ ବୁଲିବା ପଡ଼ିଲା ମହଙ୍ଗା

ଗୁଡ଼ାରି,୧୧।୪ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକର ବିଭିନ୍ନ ବିଦ୍ୟାଳୟର ୧୩ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ କାରଣ ଦର୍ଶାଅ…

କେଶରୀପଙ୍କାଳ ନାଳ ନିକଟରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ପରିଚୟ ଖୋଜୁଛି ମୋହନା ପୋଲିସ

ମୋହନା୧୧।୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଗ୍ରାମ ନିକଟସ୍ଥ କେଶରୀପଙ୍କାଳ ନାଳ ନିକଟରୁ ଅଜଣା ମୃତଦେହ ଉଦ୍ଧାର କରିଛି ପୋଲିସ। ଗ୍ରାମର କିଛି…

ପ୍ରେମିକା ଗର୍ଭବତୀ ହେବା ପରେ ବିବାହ ପୂର୍ବରୁ ଛୁଆ ମନା କହି କଲେ ଗର୍ଭପାତ, ଏବେ  ବଳାତ୍କାର ଅଭିଯୋଗରେ ବନ୍ଧାହେଲେ…

ରିଆମାଳ,୧୧।୪(ବଦ୍ରିନାରାୟଣ ଅଗ୍ରୱାଲା): ଯୁବତୀକୁ ବଳାତ୍କାର ମାମଲାରେ ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ରିଆମାଳ ପୋଲିସ। ସେ ହେଲେ ଭେଙ୍କଟେଶ ସୁନାନୀ(୨୮)। ସୂଚନାନୁଯାୟୀ, ରିଆମାଳ ଥାନା ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri