ଦେବଗଡ଼ ଜିଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକ: ୨୯ରୁ ଧାନ କିଣା ଆରମ୍ଭ

ଦେବଗଡ, ୯।୧୧(ଡି.ଏନ.ଏ.)-ଦେବଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲାସ୍ତରୀୟ ଧାନସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସୁଧାଂଶୁ ମୋହନ ସାମଲ ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲା ପରିଷଦ ଅଧ୍ୟକ୍ଷା ସୁଧାମୟୀ ପଟେଲ, ଜିଲା ପରିଷଦ ଉପାଧ୍ୟକ୍ଷ ଜୟକୃଷ୍ଣ ପ୍ରଧାନ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ଭିନସେଣ୍ଟ ପୁନମକାନ୍ତ ଏକ୍କା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରବିନାରାୟଣ ସିଙ୍କ ସମେତ ଏମ୍‌ପି ପ୍ରତିନିଧି ରଣଜିତ ପଟେଲ ପ୍ରମୁଖ ଯୋଗଦେଇଥିଲେ। ବୈଠକରେ ୨୦୧୯-୨୦ ଖରିଫ୍‌ ବର୍ଷ ପାଇଁ ଧାନକ୍ରୟ ସମ୍ବନ୍ଧୀୟ ନୀତି ନିର୍ଦ୍ଧାରଣ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ା ଆଲୋଚନାରେ ଅଂଶଗ୍ରହଣ କରି ବିଧାୟକ ପାଣିଗ୍ରାହୀ ନୀତି ନିର୍ଦ୍ଧାରଣ ସମୟରେ ଚାଷୀମାନେ ଯେପରି ସୁବିଧାରେ ମଣ୍ଡିମାନଙ୍କରେ ନିଜର ଧାନ ବିକ୍ରୟ କରିପାରିବେ ସେଥିପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ କହିବା ସଙ୍ଗେ ସଙ୍ଗେ ଦଲାଲମାନଙ୍କ ପ୍ରଭାବ ରୋକିବା ପାଇଁ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପଟେଲ ମଣ୍ଡିମାନଙ୍କରେ ସୁରୁଖୁରରେ ଧାନ ବିକ୍ରୟ ବ୍ୟବସ୍ଥା ଉପରେ ମତ ରଖିଥିଲେ। ଜିଲାପାଳ ସାମଲ ସମସ୍ତ ମଣ୍ଡିଗୁଡିକରେ ପଞ୍ଜିକୃତ ଚାଷୀମାନଙ୍କଠାରୁ ଧାନକ୍ରୟ କରିବା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି ବୋଲି ସୂଚନା ଦେବା ସଙ୍ଗେ ସଙ୍ଗେ ଦଲାଲ କିମ୍ବା ବେପାରୀମାନଙ୍କ ପ୍ରଭାବ ରୋକିବା ପାଇଁ ଏନଫୋର୍ସମେଣ୍ଟ ସ୍କ୍ବାଡ଼୍‌ ଗଠନ ସହିତ ମନିଟରିଂ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଥିଲେ। ନଭେମ୍ବର ୨୯ତାରିଖରୁ ମଣ୍ଡିମାନଙ୍କରେ ଧାନ କିଣା ଆରମ୍ଭ ହେବ ଏବଂ ଏହା ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ସେ ସୂଚନା ଦେଇଥିଲେ। ଚାଷୀମାନେ ନିଜର ଧାନ ଯେପରି ସୁରୁଖୁରରେ ବିକ୍ରୟ କରିପାରିବେ ସେଥିପାଇଁ ଆନୁସଙ୍ଗିକ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ଏ.ଆର୍‌.ସି.ଏସ୍‌.ଏବଂ ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ା ବୈଠକର ଆଲୋଚନାରୁ ଜଣାଯାଏ ଯେ, ନଭେମ୍ବର ୨୯ତାରିଖ ଶୁକ୍ରବାରଠାରୁ ଜିଲାରେ ଥିବା ୨୯ଟି ପ୍ରାଥମିକ କୃଷି ସମବାୟ ସମିତି ଜରିଆରେ ୪୦ଟି ମଣ୍ଡି ଖୋଲାଯାଇ ଚାଷୀମାନଙ୍କଠାରୁ ଧାନକ୍ରୟ କରାଯିବ ା ଚଳିତ ଖରିଫ୍‌ ଋତୁରେ ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୩୮ହଜାର ୨୩୫ କୁଇଣ୍ଟାଲ ଧାନକ୍ରୟ କରିବାପାଇଁ ନିର୍ଦ୍ଧାରଣ କରାଯାଇଛି ା ସାଧାରଣ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ ପିଛା୧୮୧୫ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ‘ଏ’ ଗ୍ରେଡ ଧାନର କ୍ରୟମୂଲ୍ୟ କୁଇଣ୍ଟାଲ ପିଛା ୧୮୩୫ଟଙ୍କା ଧାର୍ଯ୍ୟ କରାଯାଇଛି ବୋଲି ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ୧୩୯୫୮ଜଣ ଚାଷୀ ଧାନ ବିକ୍ରୟ ନିମନ୍ତେ ପଞ୍ଜିକରଣ କରିଛନ୍ତି। ମଣ୍ଡିଗୁଡିକରେ ଧାନକ୍ରୟ ସମ୍ବନ୍ଧୀୟ ସୂଚନା ଦେବା ନିମନ୍ତେ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ପ୍ରଚାର ପ୍ରସାର ବ୍ୟବସ୍ଥା କରାଯିବ ା ଧାନକ୍ରୟ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ସୋସାଇଟିସ୍ତରରେ କମିଟିମାନ ଗଠନ କରାଯିବ। ବୈଠକରେ ଉପସ୍ଥିତ ଚାଷୀ ପ୍ରତିନିଧି ପ୍ରସନ୍ନ କୁମାର ପଟେଲ, ଅରୁଣ କୁମାର ସାହୁ, ତରଣୀସେନ ପ୍ରଧାନ ପ୍ରମୁଖ ଧାନବିକ୍ରୟ ସମୟରେ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ା ବୈଠକ ପ୍ରାରମ୍ଭରେ ଯୋଗାଣ ଅଧିକାରୀ ସୁରେନ୍ଦ୍ର କୁମାର ପାଢୀ ସମସ୍ତଙ୍କୁ ସ୍ବାଗତ ଜଣାଇବା ସଙ୍ଗେ ସଙ୍ଗେ ଆଲୋଚ୍ୟ ବିଷୟବସ୍ତୁ ଉପସ୍ଥାପନ କରିଥିଲେ। ବୈଠକରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲା କୃଷି ଅଧିକାରୀ, ଲିଡବ୍ୟାଙ୍କ ମ୍ୟାନେଜର, ଏ.ଆର.ସି.ଏସ., ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ, ଜିଲା ସମାଜ ମଙ୍ଗଳ ଅଧିକାରୀ, କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ, ଯୋଗାଣ ବିଭାଗର କ୍ଷେତ୍ର ଅଧିକାରୀମାନଙ୍କ ସହିତ ମିଲରମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri