ଦେଖା ହେଲା ପ୍ରେମ ହେଲା

ପ୍ରେମ କେତେବେଳେ କେଉଁଠି ହୁଏ ତାହା ଆକଳନ କରିବା କଷ୍ଟକର। ତେବେ ଅନେକ ସମୟରେ ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଯାଏ। ସେହି ପ୍ରେମକୁ ଆଗେଇ ନେବା ସମୟରେ ଅନେକ ପରସ୍ଥିତିର ସାମନା କରିବାକୁ ପଡିଥାଏ। ସେଭଳି ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘ଦେଖା ହେଲା ପ୍ରେମ ହେଲା’। ନିଜ କାହାଣୀକୁ ଆଧାର କରି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଛନ୍ତି ରମେଶ ବାରିକ। ଆର.ଆର. ଇଭେଣ୍ଟସ ଆଣ୍ଡ ପ୍ରଡକ୍ସନ ବ୍ୟାନରରେ ଚିତ୍ରର ସଂଳାପ ରଚନା କରିଛନ୍ତି ଅଜୟ ସାମଲ। ନିର୍ଦ୍ଦେଶନା ଦାୟିତ୍ୱ ଟି. ଗଣେଶ ତୁଲାଇଥିବା ବେଳେ ଚିତ୍ରୋତ୍ତଳନ କରିଛନ୍ତି ଆର. ଭଗତ ସିଂ। ଏହାର ମୁଖ୍ୟ ଭୂମିକାରେ ଅଭିଷେକ ରଥ, ଶୁଭାଶିଷ ଶର୍ମା (ମଣ୍ଟୁ) ଅଭିନୟ କରିଛନ୍ତି ଏବଂ ଫିମେଲ ଲିଡ୍‌ରେ ଅଛନ୍ତି ଚୁଲବୁଲି ରାଗିଣୀ। ଖାସ୍‌ କଥା ହେଲା ନବାଗତ ତପି ମିଶ୍ର ଏଥିରେ ଖଳନାୟକ ଭାବରେ ଅବତୀର୍ଣ୍ଣ ହୋଇଛନ୍ତି। ଫିଲ୍ମଟି ଚଳିତବର୍ଷ ଗଣେଶ ପୂଜାରେ ରିଲିଜ ହେବାର ଯୋଜନା ରହିଛି ବୋଲି ସୂଚନା ଦେଇଛନ୍ତି ପ୍ରଯୋଜକ ରମେଶ।

Share