ଦୃଷ୍ଟି ବାଧିତ ଶିଶୁଙ୍କର ଶିଖିବାର ଅଧିକାର ରହିଛି: ଦୃଷ୍ଟିବାଧିତଙ୍କୁ ଡେଜିପ୍ଲେୟର ବଣ୍ଟନ

ନୂଆପଡା ଅଫିସ,୧୪ା୮-ଭିନ୍ନକ୍ଷମମାନେ ଅକ୍ଷମ ନୁହନ୍ତି। ସେମାନଙ୍କଠାରେ ଅନନ୍ୟ ପ୍ରତିଭା ଭରି ରହିଛି । ସେମାନଙ୍କ ମଧ୍ୟ ଶିକ୍ଷାଧିକାର ରହିଛି। ବିଶେଷ କରି ଦୃଷ୍ଟିବାଧିତ ଶିଶୁଙ୍କ ଶିଖିବାର ଅଧିକାରକୁ ଅଗ୍ରାଧିକାର ଦେବାର ପରମକର୍ତ୍ତବ୍ୟ ରହିଛି ବୋଲି ମତପ୍ରକାଶ ପାଇଛି । ମଙ୍ଗଳବାର ସ୍ଥାନୀୟ ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ଦୃଷ୍ଟିବାଧିତମାନଙ୍କୁ ଡେଜି ପ୍ଲେୟର ବଣ୍ଟନ କାର୍ଯ୍ୟକ୍ରମ ଅବସରରେ ଅତିଥିମାନେ ଯୋଗଦେଇ ଏହି ମତ ରଖିଥିଲେ। ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଆଦିକନ୍ଦ ଦାସ ସଭାପତିତ୍ୱ କରିଥିବାବେଳେ ମୃତ୍ୟୁଞ୍ଜୟ ପଲେଇ, ସଂଯୋଜକ ହେମନ୍ତ କୁମାର ଭୋଇ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ହେମନ୍ତ କୁମାର ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଜିଲାର ବିଭିନ୍ନ କୋଣରୁ ଆସିଥିବା ୨୩ଜଣ ଦୃଷ୍ଟିବାଧିତଙ୍କୁ ଡେଜି ପ୍ଲେୟର ବଣ୍ଟନ କରାଯାଇଥିଲା । ଏହା ବ୍ୟବହାର କଲେ ଦୃଷ୍ଟିବାଧିତମାନଙ୍କ ପାଠପଢା ଠିକ ଭାବେ ହୋଇପାରିବ। ଶ୍ରେଣୀ କୋଠରୀରେ ଶିକ୍ଷକ ପଢାଉଥିବା ପାଠକୁ ଛାତ୍ରୀଛାତ୍ରମାନେ ରେକର୍ଡିଂ ଜରିଆରେ ଶୁଣି ମନେ ରଖିବେ । ସମଗ୍ର ରାଜ୍ୟରେ ସମଗ୍ର ଶିକ୍ଷା ଯୋଜନାରେ ପ୍ରଥମ ଥର ପାଇଁ ଏହି ଯୋଜନା ହାତକୁ ନିଆଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ ଆସିଥିବା ମୃତ୍ୟୁଞ୍ଜୟ ପଲେଇ ଯନ୍ତ୍ରର ବ୍ୟବହାର ଏବଂ ସଦୁପଯୋଗ ଉପରେ ଦିବ୍ୟାଙ୍ଗମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଦାସ କହିଥିଲେ ଯେ, ଦିବ୍ୟାଙ୍ଗମାନେ ଦେବତୂଲ୍ୟ। ଏମାନଙ୍କୁ ପାଠ ପଢିବା ବ୍ୟବସ୍ଥା କରିବା ସହ ତାଙ୍କର ଶିକ୍ଷାଧିକାରକୁ ଗୁରୁତ୍ୱ ଦେବା ସମୟ ଆସିଛି । ଏଥିରେ ସମସ୍ତ ଅଧିକାରୀ, ସ୍କୁଲ କର୍ତ୍ତୃପକ୍ଷ ତପତ୍ର ହୋଇ କାମ କରିବା ଜରୁରୀ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ପ୍ରାନ୍ତରୁ ଦିବ୍ୟାଙ୍ଗ ଛାତ୍ରୀଛାତ୍ର, ଅଭିଭାବକ, ବିଆରଟି, ସ୍ବେଚ୍ଛାସେବୀମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅନ୍ୟମାନଙ୍କ ମଧ୍ୟରେ ଅବିନାଶ ମିଶ୍ର, ଶଙ୍କର୍ଷଣ ପୁରୋହିତ, କାର୍ତ୍ତିକ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁରରେ ଯୁବକଙ୍କୁ ଗୁଳିମାଡ଼, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ

ଯାଜପୁର ସଦର,୭।୪(ସମର ବିଜୟ ଶରଣ ): ଯାଜପୁର ଥାନା ଅନ୍ତର୍ଗତ କାଳୀମେଘା ନିକଟର ଫୁଟିଲା ଗୁଳି । ଏହି ଗୁଳିକାଣ୍ଡରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ।…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୬ ଘଣ୍ଟା ଜାତୀୟ ରାଜପଥ…

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

ଏହି ଜିଲାରୁ ପୁରାତନ ମଧ୍ୟପ୍ରସ୍ତର ଯୁଗୀୟ ମାନବ ସଭ୍ୟତା ଠାବ

ସୁନ୍ଦରଗଡ, ୭ା୪(ଜୟ ନାରାୟଣ ମେଣ୍ଡୁଳି):ଓଡ଼ିଶାର ଦେବଗଡ଼ ଜିଲାରୁ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ମାନବ ସଭ୍ୟତାର (ପାଲେଓଲିଥିକ) ସନ୍ଧାନ ମିଳିଛି। ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri