ଦୃଷ୍ଟିହୀନ ଛାତ୍ରଙ୍କୁ ମିଳୁନି ହଷ୍ଟେଲ୍‌

ବ୍ରହ୍ମପୁର ଅଫିସ୍‌,୨୭ା୮-ଖଲ୍ଲିକୋଟ ଜୁନିୟର୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦୃଷ୍ଟିହୀନ ଛାତ୍ରଙ୍କୁ ରହିବା ପାଇଁ ହଷ୍ଟେଲ୍‌ରେ ସିଟ୍‌ ମିଳୁନି। ଏହାକୁ ନେଇ ଦୃଷ୍ଟିହୀନ ଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୋମବାର ଏନେଇ ସେମାନେ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦକ୍ଷିଣ ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରୁ ଆସି ଏହି କଲେଜରେ ସେମାନେ ନାମ ଲେଖାଇଛନ୍ତି। କିନ୍ତୁ ରହିବା ପାଇଁ ହୋଷ୍ଟେଲରେ ସିଟ୍‌ ମିଳୁ ନ ଥିବା ଯୋଗୁ ସେମାନେ ହଇରାଣ ହେଉଛନ୍ତି। ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଛାତ୍ରମାନେ ଗୁହାରି କରିଛନ୍ତି ।
ପ୍ରକାଶ ଯେ, ଖଲ୍ଲିିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରଙ୍କ ପାଇଁ ଏକ ମାତ୍ର ହଷ୍ଟେଲ୍‌ ହେଲା ଆର୍‌.କେ.ହଷ୍ଟେଲ୍‌। ଜୁନିୟର୍‌ କଲେଜର ମଧ୍ୟ ଗୋଟିଏ ହଷ୍ଟେଲ୍‌ ଥିଲା, ଯେଉଁଥିରେ ପ୍ରାୟ ୩୦ ଛାତ୍ର ରହିପାରୁ ଥିଲେ। ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରମାନେ ଏହି ହଷ୍ଟେଲ୍‌ରେ ରହୁଥିବା ବେଳେ ଯୁକ୍ତ ୨ ଦ୍ୱିତୀୟ ବର୍ଷ ଏବଂ ଯୁକ୍ତ ୩ ର ତିନି ବର୍ଷର ଛାତ୍ରମାନେ ଆର୍‌.କେ. ହଷ୍ଟେଲ୍‌ରେ ରହୁଛନ୍ତି। ଚଳିତ ଶିକ୍ଷା ବର୍ଷ ଆରମ୍ଭରେ ଯୁକ୍ତ ୨ ହଷ୍ଟେଲ୍‌କୁ ଅସୁରକ୍ଷିତ ଦର୍ଶାଇ କଲେଜ କର୍ତ୍ତୃପକ୍ଷ ବନ୍ଦ କରି ଦେଇଛନ୍ତି। ଦ୍ୱିତୀୟ ବର୍ଷ ଛାତ୍ରମାନେ ଆର୍‌.କେ. ହଷ୍ଟେଲ୍‌ରେ ରହୁଛନ୍ତି। ହେଲେ ପ୍ରଥମ ବର୍ଷ ଛାତ୍ରଙ୍କ ରହିବା ପାଇଁ ଜାଗା ନାହିଁ। ସାଧାରଣ ଛାତ୍ରମାନେ ଘରୋଇ ମେସ୍‌ କରି ରହୁଛନ୍ତି।
କିନ୍ତୁ ଦୃଷ୍ଟିହୀନ ଛାତ୍ରମାନେ ରହିବା ପାଇଁ ହଇରାଣ ହେଉଛନ୍ତି। ଚଳିତ ଶିକ୍ଷା ବର୍ଷରେ ଯୁକ୍ତ ୨ ପ୍ରଥମ ବର୍ଷରେ ପ୍ରାୟ ୧୦ଜଣ ଦୃଷ୍ଟିହୀନ ଛାତ୍ର ନାମ ଲେଖାଇଛନ୍ତି । ସେମାନଙ୍କ ମଧ୍ୟରେ ଅନେକଙ୍କ ଘର ନବରଙ୍ଗପୁର, କୋରାପୁଟ, ରାୟଗଡ଼ା ଆଦି ଜିଲାରେ। ଅସୁବିଧା ସମ୍ପର୍କରେ ଜାଣିବା ପରେ ମିଲଟନ୍‌ ଚାରିଟେବୁଲ୍‌ ଟ୍ରଷ୍ଟ ସେମାନଙ୍କ ରହିବା ସୁବିଧା କରିଛି। ୨ ବର୍ଷ ପର୍ଯ୍ୟନ୍ତ ସେଠାରେ ରହିବା ସମ୍ଭବ ନୁହଁ । ଏ ସମ୍ପର୍କରେ ଗତ ୫ତାରିଖରେ ଦୃଷ୍ଟିହୀନ ଛାତ୍ରମାନେ ଜିଲାପାଳ କୁଲାଙ୍ଗେଙ୍କ ନିକଟରେ ଅଭିଯୋଗ କରିଥିଲେ। ହଷ୍ଟେଲ୍‌ରେ ରହିବା ବ୍ୟବସ୍ଥା କରିବା ପାଇଁ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଜିଲାପାଳ କୁଲାଙ୍ଗେ ଚିଠି ଲେଖିଥିଲେ। ତଥାପି କଲେଜ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ସୋମବାର ଦୃଷ୍ଟିହୀନ ଛାତ୍ର ତ୍ରିଲୋଚନ ବେହେରା, ମାନବ ପଣ୍ଡା, ଅଜିତ ବିଷୋୟୀ, ଶୁଭଜିତ ମଣ୍ଡଳ, ଅଜିତ ଖଣ୍ଡୁଆ ଓ ଦେବାଶିଷ ସାହୁ ପ୍ରମୁଖ ପୁଣି ଥରେ ଜିଲାପାଳଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଗୋଟିଏ ସପ୍ତାହ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ଜିଲାପାଳ କୁଲାଙ୍ଗେ ପ୍ରତିଶ୍ରୁତି ଦେଇଥିଲେ ।
ସମ୍ପର୍କରେ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଉତ୍ତମା ଜେନାଙ୍କ ସହ ଯୋଗାଯୋଗ କରାଯାଇଥିଲା। ତାଙ୍କ କହିବାନୁଯାୟୀ, ଆର୍‌.କେ. ହଷ୍ଟେଲ୍‌ରେ ସମସ୍ତ ସିଟ୍‌ ଭର୍ତ୍ତି ହୋଇଯାଇଛି। ଆଉ ଜାଗା ନାହିଁ ।
ଜୁନିୟର୍‌ କଲେଜ ହଷ୍ଟେଲ୍‌କୁ ବନ୍ଦ କରି ଦିଆଯାଇଥିବା ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଛି। ତଥାପି ଛାତ୍ରଙ୍କ ଅଭିଯୋଗର ବିଚାର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକୋଟ ଗ୍ରାମ ନିକଟରେ କଲରାପତରିଆ ବାଘଛୁଆର ମୃତଦେହ: ଘଟଣାସ୍ଥଳରେ ଡିଏଫ୍ଓ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରେ ବୁଧବାର ସନ୍ଧ୍ୟାରେ ଏକ କଲରାପତରିଆ ବାଘ ଛୁଆ ମରି…

ଗଞ୍ଜାମ ପୋଲିସ ଜିଲା ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ: ପୁଣି ସଭାପତି ହେଲେ ଗୋରାଚାନ୍ଦ, ସମ୍ପାଦକ ହେଲେ ସୁବାଷ

ଛତ୍ରପୁର,୧୮।୨(ଦିଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଳ ସଂଘର କର୍ମକର୍ତ୍ତା ନିର୍ବାଚନର ବୁଧବାର ଗଣତି ସହିତ ଫଳାଫଳ ଘୋଷଣା ହୋଇଯାଇଛି। ପୁଣି ନିର୍ବାଚନରେ ଗୋରାଚାନ୍ଦ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ହେଉଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ମାର୍ଚ୍ଚ ୧୧ରେ ଶୁଭଖୁଣ୍ଟି ସ୍ଥାପନ,ମେ’ ୨୦ରେ…

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ରାଜେନ୍ଦ୍ର ବିଷୋୟୀ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri