ଦୃଢ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ ଜଗନ୍ନାଥଙ୍କୁ କରିଛି ସକ୍ଷମ

ସୋନପୁର, ୫।୮(ନି.ପ୍ର) ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଦଶରାଜପୁର ଗାଁର ଜଗନ୍ନାଥ ଦାସ(୪୬)। ଆଖିକୁ ଭଲ ଦେଖା ଯାଉନି। ଗୋଡ ଓ ହାତ ଥରୁଛି। ତଳେ ଗୋଡ ଭଲ ଭାବେ ଲାଗୁନି। କିନ୍ତୁ ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ଦିବ୍ୟାଙ୍ଗ ଜଗନ୍ନାଥ ନିଜକୁ ସକ୍ଷମ ବୋଲି ସମାଜରେ ପ୍ରମାଣିତ କରି ପାରିଛନ୍ତି। ନିଜସ୍ବ ଉଦ୍ୟମରେ ସେ ରୋଜଗାରକ୍ଷମ ହୋଇ ପାରିଛନ୍ତି। ନିମ୍ନା ଛକରେ ସାଇକେଲ ଦୋକାନଟିଏ କରିଛନ୍ତି। ସାଇକେଲ ମରାମତି କରି ଓ ପାଟର୍‌ସ ବିକି ସେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଜଣେ ଦିବ୍ୟାଙ୍ଗ ହୋଇ ସାଧାରଣ ଲୋକଙ୍କ ପାଇଁ ସେ ଉଦାହରଣ ହୋଇଛନ୍ତି।
ଜନ୍ମରୁ ଜଗନ୍ନାଥ ଠିକ୍‌ ଥିଲେ। ପାଠ ପଢିବା ସମୟରେ ସାଧାରଣ ପିଲାଙ୍କ ଭଳି ସବୁ କାମ କରି ପାରୁଥିଲେ। ପ୍ରତିଦିନ ନିଜ ଗାଁରୁ ଉଲୁଣ୍ଡାକୁ ସାଇକେଲରେ ପାଠ ପଢିବାକୁ ଯାଉଥିଲେ। ହେଲେ ମାଟ୍ରିକ୍‌ ପଢୁଥିବା ସମୟରେ ୧୬ବର୍ଷ ବୟସରେ ସଡ଼କ ଦୁର୍ଘଟଣା ତାଙ୍କ ଜୀବନର ଗତିପଥ ବଦଳାଇ ଦେଲା। ସେ ଦିବ୍ୟାଙ୍ଗ ହୋଇଗଲେ। ତାଙ୍କ ପାଠପଢାରେ ଡୋରି ବନ୍ଧା ହେଲା। କିଛି ଦିନ ପରେ ନିଜ ମନକୁ ସେ ଦୃଢ କଲେ। ନିମ୍ନାରେ ଜଣେ ବ୍ୟକ୍ତିଙ୍କ ଘର କାନ୍ଥରେ ଛାଉଣି କରି ସାଇକେଲ ମରାମତି କାମ ଆରମ୍ଭ କଲେ। ଏ ପର୍ଯ୍ୟନ୍ତ ସେହି କାର୍ଯ୍ୟକୁ ହିଁ ସେ ଆଦରି ନେଇଛନ୍ତି। ଜଗନ୍ନାଥ ଅବିବାହିତ। ଇତିମଧ୍ୟରେ ତାଙ୍କ ମା ଓ ବାପାଙ୍କ ଦେହାନ୍ତ ହୋଇଛି। ସେ ନିଜ ବଡ ଭାଇଙ୍କ ଘରେ ରହୁଛନ୍ତି। ସରକାରୀ ସହାୟତା ବୋଲି କେବଳ ମାସିକ ଭିନ୍ନକ୍ଷମ ଭତ୍ତା ମିଳୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କିମ୍ବା ବ୍ୟବସାୟ ପାଇଁ ସହାୟତା ମିଳିନି। ଏହି ଯୋଜନା ଉଦ୍ୟମୀ ଦିବ୍ୟାଙ୍ଗଙ୍କ ପାଇଁ ଅପହଞ୍ଚ ହୋଇପଡିଛି। ଜଗନ୍ନାଥ କୁହନ୍ତି, ପୂର୍ବରୁ ଦୋକାନ ଭଲ ଚାଲୁଥିଲା। ଜଣେ ସହାୟକ ରଖି ସାଇକେଲ ମରାମତି କରୁଥିଲେ। ଭଲ ରୋଜଗାର ହେଉଥିଲା। ଏବେ ବ୍ୟବସାୟ ମାନ୍ଦା। ସହାୟକଙ୍କୁ ଦରମା ଦେଇପାରୁନି, କି ପାଟର୍‌ସ କିଣି ପାରୁନି । ଅର୍ଥାଭାବରୁ ଚଳିବା କଷ୍ଟକର ହେଉଛି। ବ୍ୟବସାୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ମିଳିଲେ ମୁଁ ସ୍ବାବଲମ୍ବୀ ହୋଇପାରନ୍ତି। ଏ ସମ୍ପର୍କରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ଥାଟି କୁହନ୍ତି, ନିଜସ୍ବ ଉଦ୍ୟମରେ ଜଗନ୍ନାଥ ରୋଜଗାରକ୍ଷମ ହୋଇପାରିବା ଖୁବ୍‌ ବଡ କଥା। ସେ ସରକାରୀ ସହାୟତା ପାଇଁ ଆବେଦନ କରନ୍ତୁ। ପ୍ରଶାସନ ତାଙ୍କୁ ନିଶ୍ଚିତ ସହାୟତା ଯୋଗାଇ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପଷ୍ଟ ଦିବାଲୋକରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନଗହଣା, ଘର ଆଗରେ କାର୍‌ ରଖି…

ମୋରଡ଼ା,୧୪ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ନଳଗଜାଠାରେ ଜଣଙ୍କ ଘରୁ ଦୁର୍ବୃତ୍ତମାନେ ଲୁଟ୍‌ କରିଥିବାର ଜଣାପଡ଼ିଛି। ସୂଚନା ମୁତାବକ, ଉକ୍ତ ଗ୍ରାମର ଆଲାଦି ଟୁଡୁ…

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଭିିତ୍ତିପ୍ରସ୍ତର କରି କହିଲେ…

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।…

ଦାଦା ବଟି ପାଇଁ ଗୋଷ୍ଠୀ ସଂଘର୍ଷ : ମାରଣାସ୍ତ୍ରରେ ଯୁବକଙ୍କୁ ହାଣିଦେଲେ…

ବାଲେଶ୍ୱର,୧୪।୨( ବାଞ୍ଛାନିଧି ଦେ ) : ଦାଦା ବଟି ପାଇଁ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଗୁଜୁରୀ ବଜାର ଛକଠାରେ ଶନିବାର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ରାସ୍ତା ଆଢୁଆଳରେ ନଳକୂପ: ପିଇବା ପାଣି ପାଇଁ ହଟହଟା

ଲୋଇସିଂହା,୧୩।୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟାରୁ ବାଦିବାହାଲ ଆରଡି ରାସ୍ତା ପ୍ରଶସ୍ତ ଓ ଉନ୍ନତୀକରଣ କାମ ଚାଲିଛି ା ଏହାଦ୍ୱାର ରାସ୍ତା ପାର୍ଶ୍ୱରେ ଥିବା…

ରାତିରେ ଧୂମ୍‌ଧାମରେ ପାଳିଲେ ବିବାହବାର୍ଷିକୀ, ସକାଳୁ ପାଲଟିଗଲେ ଶବ

ବଣାଇଁ,୧୪ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ପର୍ଯ୍ୟଟନସ୍ଥଳ ଖଣ୍ଡାଧାରକୁ ୩୦ତମ ବିବାହ ବାର୍ଷିକୀ ପାଳନ ପାଇଁ ଆସି ଦମ୍ପତିଙ୍କ ମଧ୍ୟରୁ ଜଣେ ଶବ ହୋଇ ଫେରିବା…

କଟକ ଜିଲାପାଳଙ୍କୁ ନୋଟିସ୍‌, ଦେବାଶିଷ ସାମନ୍ତରାୟଙ୍କ ଏହି ଅଭିଯୋଗ ନେଇ…

କଟକ,୧୪ା୨: କଟକ ଜିଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ନୋଟିସ୍‌ ଜାରି ହୋଇଛି। ରାଜ୍ୟ ସଭା ସଚିବାଳୟ ନିର୍ଦ୍ଦେଶକଙ୍କ ପକ୍ଷରୁ ନୋଟିସ୍‌ ହୋଇଛି। ଦେବାଶିଷ ସାମନ୍ତରାୟଙ୍କ ଲିଖିତ ଅଭିଯୋଗକୁ…

ଦାଦନ ଶ୍ରମିକ ଗଣେଶଙ୍କ ୨ କିଡ଼ନୀ ନଷ୍ଟ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୃଷ୍ଣପ୍ରସାଦ,୧୪।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଗିଲିନାସି ଗ୍ରାମର ଗଣେଶ ଚନ୍ଦ୍ର ପ୍ରଧାନ (୪୦ ବର୍ଷ)ଙ୍କର ଦୁଇଟି କିଡ଼ନୀ ନଷ୍ଟ ହୋଇଛି। ଓଳିଏ ଖାଇଲେ…

ନବଜାତ ଶିଶୁପୁତ୍ରଙ୍କୁ ବିଲରେ ଫିଙ୍ଗିଦେଲେ, କୁକୁର ଟାଣି ଟାଣି ନେବାବେଳେ…

ଜେନାପୁର,୧୪।୨(ଅଶୋକ ଦାସ): ଯାଜପୁର ଜିଲାରେ ଏକ ଅମାନୁଷିକ ଘଟଣା ଘଟିଛି। ଏଠାରେ ଏକ ବିଲରୁ ମୃତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri