ଦୃଢ ଇଚ୍ଛାଶକ୍ତି, ଆତ୍ମବିଶ୍ୱାସ ଜଗନ୍ନାଥଙ୍କୁ କରିଛି ସକ୍ଷମ

ସୋନପୁର, ୫।୮(ନି.ପ୍ର) ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଦଶରାଜପୁର ଗାଁର ଜଗନ୍ନାଥ ଦାସ(୪୬)। ଆଖିକୁ ଭଲ ଦେଖା ଯାଉନି। ଗୋଡ ଓ ହାତ ଥରୁଛି। ତଳେ ଗୋଡ ଭଲ ଭାବେ ଲାଗୁନି। କିନ୍ତୁ ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ଦିବ୍ୟାଙ୍ଗ ଜଗନ୍ନାଥ ନିଜକୁ ସକ୍ଷମ ବୋଲି ସମାଜରେ ପ୍ରମାଣିତ କରି ପାରିଛନ୍ତି। ନିଜସ୍ବ ଉଦ୍ୟମରେ ସେ ରୋଜଗାରକ୍ଷମ ହୋଇ ପାରିଛନ୍ତି। ନିମ୍ନା ଛକରେ ସାଇକେଲ ଦୋକାନଟିଏ କରିଛନ୍ତି। ସାଇକେଲ ମରାମତି କରି ଓ ପାଟର୍‌ସ ବିକି ସେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଜଣେ ଦିବ୍ୟାଙ୍ଗ ହୋଇ ସାଧାରଣ ଲୋକଙ୍କ ପାଇଁ ସେ ଉଦାହରଣ ହୋଇଛନ୍ତି।
ଜନ୍ମରୁ ଜଗନ୍ନାଥ ଠିକ୍‌ ଥିଲେ। ପାଠ ପଢିବା ସମୟରେ ସାଧାରଣ ପିଲାଙ୍କ ଭଳି ସବୁ କାମ କରି ପାରୁଥିଲେ। ପ୍ରତିଦିନ ନିଜ ଗାଁରୁ ଉଲୁଣ୍ଡାକୁ ସାଇକେଲରେ ପାଠ ପଢିବାକୁ ଯାଉଥିଲେ। ହେଲେ ମାଟ୍ରିକ୍‌ ପଢୁଥିବା ସମୟରେ ୧୬ବର୍ଷ ବୟସରେ ସଡ଼କ ଦୁର୍ଘଟଣା ତାଙ୍କ ଜୀବନର ଗତିପଥ ବଦଳାଇ ଦେଲା। ସେ ଦିବ୍ୟାଙ୍ଗ ହୋଇଗଲେ। ତାଙ୍କ ପାଠପଢାରେ ଡୋରି ବନ୍ଧା ହେଲା। କିଛି ଦିନ ପରେ ନିଜ ମନକୁ ସେ ଦୃଢ କଲେ। ନିମ୍ନାରେ ଜଣେ ବ୍ୟକ୍ତିଙ୍କ ଘର କାନ୍ଥରେ ଛାଉଣି କରି ସାଇକେଲ ମରାମତି କାମ ଆରମ୍ଭ କଲେ। ଏ ପର୍ଯ୍ୟନ୍ତ ସେହି କାର୍ଯ୍ୟକୁ ହିଁ ସେ ଆଦରି ନେଇଛନ୍ତି। ଜଗନ୍ନାଥ ଅବିବାହିତ। ଇତିମଧ୍ୟରେ ତାଙ୍କ ମା ଓ ବାପାଙ୍କ ଦେହାନ୍ତ ହୋଇଛି। ସେ ନିଜ ବଡ ଭାଇଙ୍କ ଘରେ ରହୁଛନ୍ତି। ସରକାରୀ ସହାୟତା ବୋଲି କେବଳ ମାସିକ ଭିନ୍ନକ୍ଷମ ଭତ୍ତା ମିଳୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କିମ୍ବା ବ୍ୟବସାୟ ପାଇଁ ସହାୟତା ମିଳିନି। ଏହି ଯୋଜନା ଉଦ୍ୟମୀ ଦିବ୍ୟାଙ୍ଗଙ୍କ ପାଇଁ ଅପହଞ୍ଚ ହୋଇପଡିଛି। ଜଗନ୍ନାଥ କୁହନ୍ତି, ପୂର୍ବରୁ ଦୋକାନ ଭଲ ଚାଲୁଥିଲା। ଜଣେ ସହାୟକ ରଖି ସାଇକେଲ ମରାମତି କରୁଥିଲେ। ଭଲ ରୋଜଗାର ହେଉଥିଲା। ଏବେ ବ୍ୟବସାୟ ମାନ୍ଦା। ସହାୟକଙ୍କୁ ଦରମା ଦେଇପାରୁନି, କି ପାଟର୍‌ସ କିଣି ପାରୁନି । ଅର୍ଥାଭାବରୁ ଚଳିବା କଷ୍ଟକର ହେଉଛି। ବ୍ୟବସାୟ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ରାଶି ମିଳିଲେ ମୁଁ ସ୍ବାବଲମ୍ବୀ ହୋଇପାରନ୍ତି। ଏ ସମ୍ପର୍କରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ଥାଟି କୁହନ୍ତି, ନିଜସ୍ବ ଉଦ୍ୟମରେ ଜଗନ୍ନାଥ ରୋଜଗାରକ୍ଷମ ହୋଇପାରିବା ଖୁବ୍‌ ବଡ କଥା। ସେ ସରକାରୀ ସହାୟତା ପାଇଁ ଆବେଦନ କରନ୍ତୁ। ପ୍ରଶାସନ ତାଙ୍କୁ ନିଶ୍ଚିତ ସହାୟତା ଯୋଗାଇ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri