ଦୂର ସ୍ଥାନକୁ ଯାତ୍ରା କରିବାବେଳେ ପାଖରେ ରଖନ୍ତୁ ଏ ସବୁ ଜିନିଷ

ଯାତ୍ରା ସର୍ବଦା ଆନନ୍ଦଦାୟକ ଓ ରୋମାଞ୍ଚକର ହୋଇଥାଏ। ମାତ୍ର ଏକୁଟିଆ ଯାତ୍ରା କଷ୍ଟଦାୟକ। ଆଉ ଏହି ସମୟରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ତେବେ ଏକ୍‌ଲା ଯାତ୍ରା ସମୟରେ ନିତ୍ୟବ୍ୟବହାର୍ଯ୍ୟ ଜିନିଷ, କ୍ଷୁଦ୍ର ଯନ୍ତ୍ରପାତି ପାଖରେ ରଖିବା ନିତାନ୍ତ ଆବଶ୍ୟକ। କାରଣ ଦୂର କିମ୍ବା ପାହାଡ଼ ଆଦି ସ୍ଥାନଗୁଡ଼ିକରେ ସେସବୁ ମିଳିବା ଅସମ୍ଭବ। ଏପରି କିଛି ବିଷୟରେ ଜାଣନ୍ତୁ, ଯାହା ଆପଣଙ୍କ ଏକୁଟିଆ ଯାତ୍ରାକୁ ସହଜ କରିଥାଏ। ତେବେ ଜାଣନ୍ତୁ ସେ ସମ୍ପର୍କରେ….

ଭିଜୁଆଲ ଲେକ୍‌ ପ୍ରୁଫ୍‌ ଟ୍ରାଭେଲ ବଟଲ୍‌: ଏଥିରେ ଆପଣ ଜରୁରୀ ବ୍ୟବହାର୍ଯ୍ୟ ଜିନିଷ ରଖିପାରିବେ। ଏହା ଲଗେଜ୍‌ ବ୍ୟାଗ୍‌ରେ କମ୍‌ ଜାଗା ନେଇଥାଏ। ସବୁଠୁ ଖାସ୍‌ କଥା ହେଲା, ପ୍ରେସର ପଡ଼ିଲେ ମଧ୍ୟ ଏଥିରେ ଥିବା ଜିନିଷ ଲିକେଜ୍‌ ହୋଇ ନ ଥାଏ।
ଟ୍ରାଭେଲୋନ୍‌ ଆଣ୍ଟିଥେପ୍ଟ ବ୍ୟାଗ୍‌: ଏହି ବ୍ୟାଗ୍‌ ଅଧିକ ମଜଭୁତ। ଏଥିରେ ଅନେକ ପ୍ୟାକେଟ୍‌ ମଧ୍ୟ ରହିଥାଏ, ଯେଉଁଥିରେ ଆପଣ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ଜିନିଷ ବିନା କୌଣସି ଭୟରେ ରଖିପାରିବେ।

ହେଡ୍‌ଫୋନ୍‌: ଯଦି ଆପଣ ବାହାରର କୋଳାହଳ ଓ ଶବ୍ଦ ଶୁଣିବାକୁ ନାପସନ୍ଦ କରୁଥାନ୍ତି, ତେବେ ଏହା ଆପଣଙ୍କୁ ସାହାଯ୍ୟ କରିବ।

ଏନର୍ଜି ପ୍ରୋ ପ୍ୟାକ୍‌ ପାଓ୍ବାର ବ୍ୟାଙ୍କ: ଏଥିରେ ୩ଟି ଡିଭାଇସ୍‌ ଏକ ସାଥିରେ ଚାର୍ଜ ହୋଇଥାଏ। ତେବେ ଏପରି ପାଓ୍ବାର ବ୍ୟାଙ୍କ ନିଶ୍ଚୟ ପାଖରେ ରଖିନ୍ତୁ।