ଦୂରଦର୍ଶନରେ ରଥଯାତ୍ରାର ସିଧାପ୍ରସାରଣ

ଭୁବନେଶ୍ୱର,୨୨ା୬(ବ୍ୟୁରୋ)- ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାର ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। କୋଭିଡ୍‌-୧୯ ପାଇଁ ଏଥର ବିନା ଭକ୍ତରେ ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟ ରାୟ ଦେଇଥିବାବେଳେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ରଥଯାତ୍ରାର ଲାଇଭ୍‌ ଟେଲିକାଷ୍ଟ ବା ସିଧା ପ୍ରସାରଣ କରାଯିବ। ଦୂରଦର୍ଶନ ଓ ଅନ୍ୟ କେତେକ ଟେଲିଭିଜନ ଚ୍ୟାନେଲରେ ରଥଯାତ୍ରାର ସିଧା ପ୍ରସାରଣ ହେବ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି।