ଦୂରତା ଅବଲମ୍ବନ କରିବାକୁ ଶିଖାଇଲା ପୋଲିସ

ଆରଡି, ୨୬। ୩(ଡି.ଏନ୍‌.ଏ.): ଭଦ୍ରକ ଜିଲାର ଶୈବପୀଠ ଆରଡିରେ ଥିବା ଏକ ଘରୋଇ ବ୍ୟାଙ୍କରେ ଗ୍ରାହକମାନେ ଧାଡ଼ିରେ ଛିଡ଼ାହୋଇ ଦୂରତା ଅବଲମ୍ବନ କରିବାକୁ ଆରଡି ଫାଣ୍ଡି ପକ୍ଷରୁ ଗୁରୁବାର ପଦକ୍ଷେପ ନିଆଯାଇଛି । ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ସମ୍ପୃକ୍ତ ବ୍ୟାଙ୍କ ଆଗରେ ୧ମିଟର ବ୍ୟବଧାନରେ ଚୂନରେ ଗୋଲ ବୁଲାଇ ତାହା ମଧ୍ୟରେ ଛିଡା ହେବାକୁ ଗ୍ରାହକମାନଙ୍କୁ ସଚେତନ କରାଇଥିଲେ। ଏହାଦ୍ବାରା କରୋନା ଭୂତାଣୁ ସଂକ୍ରମଣ ରୋକାଯାଇପାରିବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଥିଲେ । ବ୍ୟାଙ୍କ ବ୍ୟତୀତ ଏଟିଏମ୍‌ ଆଗରେ ମଧ୍ୟ ପୋଲିସ ପକ୍ଷରୁ ଗ୍ରାହକଙ୍କୁ ଦୂରତା ଅବଲମ୍ବନ କରିବାକୁ ପଦକ୍ଷେପ ନିଆ ଯାଇଥିଲା।