ଦୂତୀ – ପୋଲିସ ଅଧିକାରୀ ମୁହାଁମୁହିଁ

ରସୁଲପୁର,୨୩।୯(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ଥାନା ଅଧୀନ  ଚକଗୋପାଳପୁର ଗାଁର ଚାନ୍ଦ ସାହିରେ ଖୁଦୁରୁକୁଣି ମେଢ଼ ଭସାଣିକୁ ନେଇ ବିବାଦ ସୃଷ୍ଟି ହୋଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ କରି ସାହିର ଯୁବତୀଯୁବକ ଡିଜେ ବଜାଇ ନାଚଗୀତ କରୁଥିବାରୁ ପୋଲିସ ପହଞ୍ଚତ୍ ଏହାକୁ ବନ୍ଦ କରିଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଧାବିକା ଦୂତୀ ଚାନ୍ଦ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।
ସୂଚନା ମୁତାବକ, ଭସାଣି କାର୍ଯ୍ୟକ୍ରମର ନେତୃତ୍ୱ ଦୂତୀ ନେଉଥିଲେ ବୋଲି ଥାନା ଅଧିକାରୀଙ୍କୁ ଫୋନ୍‌ ଯୋଗେ ଅଭିଯୋଗ ହୋଇଥିଲା। ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ପାଟ୍ରୋଲିଂ ଭ୍ୟାନ ପଠାଇଥିଲେ। ଏଏସ୍‌ଆଇ ପ୍ରଦୀପ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ପହଞ୍ଚତ୍ ଶୋଭାଯାତ୍ରା ବନ୍ଦ କରିବାକୁ ପ୍ରୟାସ କରିଥିଲା। କରୋନା କଟକଣା ଉଲ୍ଲଂଘନ କରାଯାଇ ଶୋଭାଯାତ୍ରା କରାଯାଇ ପାରିବ ନାହିଁ ବୋଲି ପୋଲିସ କର୍ମଚାରୀମାନେ କହିଥିଲେ। ଏଥିସହିତ ଡିଜେ ଓ ମାଇକକୁ ବନ୍ଦ କରି ଦେଇଥିଲେ। ଏହାକୁ ନେଇ ପୋଲିସ ଓ ଦୂତୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେବେ କରୋନା ଲାଗି ପାର୍ବଣ ଋତୁରେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ମାର୍ଗ ଦର୍ଶିକା ଜରିଆରେ କୁହାଯାଇଛି। ଏସବୁ ସତ୍ତ୍ୱେ ଦୂତୀଙ୍କ ଭଳି ଜଣେ ଅନ୍ତଜାର୍ତୀୟ ଖ୍ୟାତି ସମ୍ପନ୍ନ ଧାବିକା କଟକଣା ଉଲ୍ଲଂଘନ କରିବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି।
ଏସମ୍ପର୍କରେ ଦୂତୀ କହିଛନ୍ତି, ଭସାଣି ଉତ୍ସବ ନିମନ୍ତେ ଅନୁମତି ପାଇଁ କୁଆଖିଆ ଥାନା ଅଧିକାରୀଙ୍କୁ ଭେଟିଥିଲେ। ତେବେ କରୋନା କାଳରେ ଅନୁମତି ଦେବାକୁ ଥାନା ଅଧିକାରୀ ମନା କରିଥିଲେ। ମାତ୍ର ସାହି ଭିତରେ ଭସାଣି କରି ୧ ଘଣ୍ଟା ମଧ୍ୟରେ ସାରି ଦେବାକୁ କହିଥିଲେ। ଏହାଜାଣି ସେ ଭସାଣି ଉତ୍ସବରେ ସାମିଲ ହୋଇ ନ ଥିଲେ। ଭସାଣି ଦେଖିବାକୁ ସେ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ହଠାତ୍‌ ପୋଲିସ ପହଞ୍ଚତ୍ ଭସାଣି ବନ୍ଦ କରିଥିଲା। ପୋଲିସ ତାଙ୍କୁ ଏଠି କାହିଁକି ଛିଡ଼ା ହୋଇଛନ୍ତି ବୋଲି ପଚାରିବାରୁ କଥାକଟାକଟି ହୋଇଥିଲା। ଥାନା ଅଧିକାରୀ ସ୍ବାଇଁ କହିଛନ୍ତି, ଶୋଭାଯାତ୍ରା ପାଇଁ କାହାରିକୁ ଅନୁମତି ଦିଆଯାଉନାହିଁ। ସମସ୍ତଙ୍କୁ କରୋନା କଟକଣା ଅନୁପାଳନ କରିବାକୁ କୁହାଯାଉଛି। ତେବେ ଗୋପାଳପୁରରେ କଟକଣା ଉଲ୍ଲଂଘନ କରି ଭସାଣି ହେଉଥିବା ନେଇ ଅଭିଯୋଗ ଆସିଥିଲା। ସେହି ଅନୁସାରେ ପାଟ୍ରୋଲିଂ ଗାଡ଼ି ପଠାଇ ଭସାଣି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ଚଢ଼ିଗଲା ପିତ୍ତ: ରାସ୍ତା ମଝିରେ କଲେ…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା ମଝିରେ ପ୍ରେମିକାଙ୍କୁ ଗୋଡ଼ାଇ ପିଟିଲେ। ଏଭଳି ଘଟଣା ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ...

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri