ଦୂତୀ – ପୋଲିସ ଅଧିକାରୀ ମୁହାଁମୁହିଁ

ରସୁଲପୁର,୨୩।୯(ଡି.ଏନ.ଏ.): ଯାଜପୁର ଜିଲା କୁଆଖିଆ ଥାନା ଅଧୀନ  ଚକଗୋପାଳପୁର ଗାଁର ଚାନ୍ଦ ସାହିରେ ଖୁଦୁରୁକୁଣି ମେଢ଼ ଭସାଣିକୁ ନେଇ ବିବାଦ ସୃଷ୍ଟି ହୋଇଛି। କୋଭିଡ୍‌ ନିୟମ ଉଲ୍ଲଂଘନ କରି ସାହିର ଯୁବତୀଯୁବକ ଡିଜେ ବଜାଇ ନାଚଗୀତ କରୁଥିବାରୁ ପୋଲିସ ପହଞ୍ଚତ୍ ଏହାକୁ ବନ୍ଦ କରିଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଧାବିକା ଦୂତୀ ଚାନ୍ଦ ଓ ପୋଲିସ ଅଧିକାରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।
ସୂଚନା ମୁତାବକ, ଭସାଣି କାର୍ଯ୍ୟକ୍ରମର ନେତୃତ୍ୱ ଦୂତୀ ନେଉଥିଲେ ବୋଲି ଥାନା ଅଧିକାରୀଙ୍କୁ ଫୋନ୍‌ ଯୋଗେ ଅଭିଯୋଗ ହୋଇଥିଲା। ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ ପାଟ୍ରୋଲିଂ ଭ୍ୟାନ ପଠାଇଥିଲେ। ଏଏସ୍‌ଆଇ ପ୍ରଦୀପ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ପହଞ୍ଚତ୍ ଶୋଭାଯାତ୍ରା ବନ୍ଦ କରିବାକୁ ପ୍ରୟାସ କରିଥିଲା। କରୋନା କଟକଣା ଉଲ୍ଲଂଘନ କରାଯାଇ ଶୋଭାଯାତ୍ରା କରାଯାଇ ପାରିବ ନାହିଁ ବୋଲି ପୋଲିସ କର୍ମଚାରୀମାନେ କହିଥିଲେ। ଏଥିସହିତ ଡିଜେ ଓ ମାଇକକୁ ବନ୍ଦ କରି ଦେଇଥିଲେ। ଏହାକୁ ନେଇ ପୋଲିସ ଓ ଦୂତୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତେବେ କରୋନା ଲାଗି ପାର୍ବଣ ଋତୁରେ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ମାର୍ଗ ଦର୍ଶିକା ଜରିଆରେ କୁହାଯାଇଛି। ଏସବୁ ସତ୍ତ୍ୱେ ଦୂତୀଙ୍କ ଭଳି ଜଣେ ଅନ୍ତଜାର୍ତୀୟ ଖ୍ୟାତି ସମ୍ପନ୍ନ ଧାବିକା କଟକଣା ଉଲ୍ଲଂଘନ କରିବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି।
ଏସମ୍ପର୍କରେ ଦୂତୀ କହିଛନ୍ତି, ଭସାଣି ଉତ୍ସବ ନିମନ୍ତେ ଅନୁମତି ପାଇଁ କୁଆଖିଆ ଥାନା ଅଧିକାରୀଙ୍କୁ ଭେଟିଥିଲେ। ତେବେ କରୋନା କାଳରେ ଅନୁମତି ଦେବାକୁ ଥାନା ଅଧିକାରୀ ମନା କରିଥିଲେ। ମାତ୍ର ସାହି ଭିତରେ ଭସାଣି କରି ୧ ଘଣ୍ଟା ମଧ୍ୟରେ ସାରି ଦେବାକୁ କହିଥିଲେ। ଏହାଜାଣି ସେ ଭସାଣି ଉତ୍ସବରେ ସାମିଲ ହୋଇ ନ ଥିଲେ। ଭସାଣି ଦେଖିବାକୁ ସେ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ହଠାତ୍‌ ପୋଲିସ ପହଞ୍ଚତ୍ ଭସାଣି ବନ୍ଦ କରିଥିଲା। ପୋଲିସ ତାଙ୍କୁ ଏଠି କାହିଁକି ଛିଡ଼ା ହୋଇଛନ୍ତି ବୋଲି ପଚାରିବାରୁ କଥାକଟାକଟି ହୋଇଥିଲା। ଥାନା ଅଧିକାରୀ ସ୍ବାଇଁ କହିଛନ୍ତି, ଶୋଭାଯାତ୍ରା ପାଇଁ କାହାରିକୁ ଅନୁମତି ଦିଆଯାଉନାହିଁ। ସମସ୍ତଙ୍କୁ କରୋନା କଟକଣା ଅନୁପାଳନ କରିବାକୁ କୁହାଯାଉଛି। ତେବେ ଗୋପାଳପୁରରେ କଟକଣା ଉଲ୍ଲଂଘନ କରି ଭସାଣି ହେଉଥିବା ନେଇ ଅଭିଯୋଗ ଆସିଥିଲା। ସେହି ଅନୁସାରେ ପାଟ୍ରୋଲିଂ ଗାଡ଼ି ପଠାଇ ଭସାଣି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri