Categories: ଜାତୀୟ

ଦୁଷ୍ୟନ୍ତଙ୍କ ମା’ ହୋଇପାରନ୍ତି ହରିୟାଣାର ଉପ ମୁଖ୍ୟମନ୍ତ୍ରୀ

ହରିୟାଣା,୨୬।୧୦: ଜନନାୟକ ଜନତା ପାର୍ଟି(ଜେଜେପି)ର ମୁଖ୍ୟ ଦୁଷ୍ୟନ୍ତ ଚୌତାଲାଙ୍କ ମା’ ନୈନା ସିଂ ଚୌତାଲା ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଶୁକ୍ରବାର ରାତିରେ ଭାଜପା ସହ ଜେଜେପି ମେଣ୍ଟ କରିବା ପରେ ଭାଜପା ଅଧ୍ୟକ୍ଷ ଅମିତ ଶାହ ଘୋଷଣା କରିଥିଲେ କି ହରିୟାଣାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବେ ମନୋହଲାଲ ଖଟ୍ଟର। ଆଉ ମେଣ୍ଟ କରିଥିବା ଜେଜେପିର ମୁଖ୍ୟ ଦୁଷ୍ୟନ୍ତ ଚୌତାଲାଙ୍କୁ ମିଳିବ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ। ହେଲେ ଏବେ ଶୁଣିବାକୁ ମିଳିଛି କି ଏହି ପଦ ଦୁଷ୍ୟନ୍ତ ତାଙ୍କ ମା’ଙ୍କୁ ଅର୍ପଣ କରିବେ। ଏହାକୁ ନେଇ ଭାଜପା ସହ ଶନିବାର ଦୁଷ୍ୟନ୍ତ ଆଲୋଚନା କରିବେ ବୋଲି ଜଣାପଡିଛି।

Share