Posted inଖେଳ

ଦୁଲୀପ ଟ୍ରଫି : କଲ୍‌ସୀଙ୍କ ଶତକ, ନାୟାର ୯୯

ବେଙ୍ଗାଲୁରୁ,୨୪।୮(ପି.ଟି.)- ଅଲୁରସ୍ଥିତ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେ.ଏସ୍‌.ସି.ଏ.) ଗ୍ରାଉଣ୍ଡରେ ଚାଲିଥିବା ଇଣ୍ଡିଆ ରେଡ ବିପକ୍ଷ ଦୁଲୀପ ଟ୍ରଫି ମ୍ୟାଚ୍‌ରେ ଇଣ୍ଡିଆ ବ୍ଲୁ ପ୍ରାରମ୍ଭିକ ବ୍ୟାଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ରେଡ୍‌ ପ୍ରଥମ ଇନିଂସରେ କରୁନ ନାୟାର ଓ ଅଙ୍କିତ୍‌ କଲ୍‌ସୀଙ୍କ ଦୃଢ଼ ବ୍ୟାଟିଂ ବଳରେ ୧୨୪ ଓଭରରେ ୨୮୫ ରନ କରି ଅଲଆଉଟ ହୋଇଛି। ନାୟାର ୯୯ ରନର କରି ଆଉଟ ହେବାସହ ଶତକ ହାସଲରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ତେବେ କଲ୍‌ସୀ ୧୦୬ ରନର ଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ବ୍ଲୁ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୨୪ ଓଭରରେ ୩ ଉଇକେଟ ହରାଇ ୭୪ ରନ ସଂଗ୍ରହ କରିଛି। ଫଳରେ ବ୍ଲୁ ୭ ଉଇକେଟ ବାକି ରଖି ୨୧୧ ରନ ପଛରେ ପଡିଛି। ଷ୍ଟମ୍ପ୍ସ ଅପସାରଣ ବେଳକୁ ଅଙ୍କିତ୍‌ ବାଓ୍ବନେ ୧୫ ଓ ଅନମୋଲପ୍ରୀତ ସିଂ ୬ ରନ କରି ଅପରାଜିତ ରହିଛନ୍ତି। ଇନିଂସ ଆରମ୍ଭରୁ ବ୍ଲୁ ଝଟ୍‌କା ଖାଇଥିଲା। ଓପନର ସ୍ନେଲ ପଟେଲ ଖାତା ଖୋଲିବା ପୂର୍ବରୁ ଜୟଦେବ ଉନାଡ଼କଟ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଏହାପରେ ଯୁବ ପ୍ରତିଭାସମ୍ପର୍ଣ୍ଣ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ଶୁବମନ ଗିଲ ୯ ରନ କରିଥିବା ବେଳେ ଏଲ୍‌ବିଡବ୍ଲ୍ୟ ହୋଇ ଉନାଡ଼କଟଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଅନ୍ୟତମ ଓପନର ଋତୁରାଜ ଗାଏକ୍ୱାଡ ୩୭ ରନ କରିଥିବା ବେଳେ ଆଭେସ ଖାଁଙ୍କ ବଲ୍‌ରେ ନାୟାରଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ରେଡ୍‌ ତରଫରୁ ଉନାଡକଟ ୨, ଆଭେସ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମ ଦିବସର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୬୩/୨ରୁ ଖେଳ ଆରମ୍ଭ କରି ରେଡ୍‌ ଅଲଆଉଟ୍‌ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ନାୟାର ୯୨ରୁ ଖେଳ ଆରମ୍ଭ କରି ଆଉ ମାତ୍ର ୭ ରନ କରି ୯୯ ରନ କରିଥିବା ବେଳେ ସୌରଭ କୁମାରଙ୍କ ବଲ୍‌ରେ ଉଇକେଟକିପର ସ୍ନେଲ ପଟେଲଙ୍କ ଦ୍ୱାରା ଷ୍ଟମ୍ପ ଆଉଟ୍‌ ହୋଇ ୧ ରନ ପାଇଁ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ସେ ୨୧୬ଟି ବଲର ସମ୍ମୁଖୀନ ହୋଇ ୯ଟି ଚୌକା ମାରିଥିଲେ। ସେହିପରି ୪୮ରନରୁ ଖେଳ ଆରମ୍ଭ କରି କଲସୀ ୧୦୬ ରନର ଶତକୀୟ ପାଳିଖେଳି ଜଲାଜ ସାକ୍‌ସେନାଙ୍କ ବଲ୍‌ରେ ଋତୁରାଜ ଗାଏକ୍ୱାଡଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। କଲ୍‌ସୀ ୩୪୫ଟି ବଲର ସମ୍ମୁଖୀନ ହୋଇ ୮ଟି ଚୌକା ମାରିଥିଲେ। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଷନ ୫୦ ରନର ଶତକୀୟ ପାଳି ଖେଳି ଦିଓ୍ବେସ ପଠାନିଆ ବଲ୍‌ରେ ରିକି ଭୁଇଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ତେବେ ବାକି ବ୍ୟାଟ୍ସମ୍ୟାନ କେହି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ହରପ୍ରୀତ ସିଂ ୨, ଉନାଡ଼କଟ ୧, ଅକ୍ଷୟ ଓ୍ବାଖରେ ୨, ବରୁନ ଆରୋନ ୨, ଅକ୍ଷର ପଟେଲ ବିନୋ ସ୍କୋରରେ ଆଉଟ ହୋଇଥିବା ବେଳେ ଆଭେସ ବିନାସ୍କୋରରେ ଅପରାଜିତ ରହିଥିଲେ। ବୋଲିଂରେ ବ୍ଲୁ ତରଫରୁ ପଠାନିଆ ସର୍ବାଧିକ ୪, ସାକ୍‌ସେନା ୩, ଅନିକେତ ଚୌଥୁରୀ ୨ ଓ ସୌରଭ କୁମାର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଇଣ୍ଡିଆ ରେଡ୍‌ ପ୍ରଥମ ଇନିଂସ: ୧୨୪ ଓଭରରେ ୨୮୫ ଅଲଆଉଟ୍‌
(କଲ୍‌ସୀ-୧୦୬, ନାୟାର- ୯୯, କିଷନ- ୫୦, ପଠାନିଆ- ୪/୫୫, ସାକ୍‌ସେନା- ୩/୫୭, ଚୌଧୁରୀ- ୨/୬୯)।
ଇଣ୍ଡିଆ ବ୍ଲ ୁ: ୨୪ଓଭରରେ ୭୪/୩ (ଋତୁରାଜ- ୩୭, ବାଓ୍ବନେ- ୧୫*, ଅନମୋଲପ୍ରୀତ- ୬*, ଉନାଡ଼କଟ- ୨/୧୮, ଆଭେସ- ୧/୧୭ )।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri