Posted inଖେଳ

ଦୁର୍ନୀତି ଅଭିଯୋଗ: ଆଇଡବ୍ଲ୍ୟୁଏଫ୍‌ ଅଧ୍ୟକ୍ଷଙ୍କ ଇସ୍ତଫା

ବୁଡାପେଷ୍ଟ,୧୬।୫(ଏଏଫ୍‌ପି): ଅନ୍ତର୍ଜାତୀୟ ଓ୍ବେଟ୍‌ ଲିଫ୍ଟିଙ୍ଗ୍‌ (ଆଇଡବ୍ଲ୍ୟୁଏଫ୍‌) ଅଧ୍ୟକ୍ଷ ଟାମାସ ଆଜାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଓ ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗ କାରଣରୁ ସେ ନିଜ ପଦ ଛାଡିଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଏହି ଦୁଇଟି ଅଭିଯୋଗ ନେଇ ପ୍ରାମାଣିକ ଚଳଚ୍ଚିତ୍ର କରାଯାଇଥିଲା। ଦୀର୍ଘ ୪ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଓ୍ବେଟଲିଫ୍‌ଟିଙ୍ଗ୍‌ ପାଇଁ କାର୍ଯ୍ୟ କରିଆସିଥିବାରୁ ଟାମାସଙ୍କୁ ଆଇଡବ୍ଲ୍ୟୁଏଫ୍‌ ତରଫରୁ ଧନ୍ୟବାଦ ଜଣାଯାଇଛି। ଟାମାସଙ୍କୁ ପ୍ରଶଂସା କରି ଆଇଡବ୍ଲ୍ୟୁଏଫ୍‌ କାର୍ଯ୍ୟକାରୀ ସଭାପତି ଉର୍ସୁଲା ପପାନଡ୍ରିଆ ଫେଡେରେଶନ ଓ୍ବେବ୍‌ସାଇଟ୍‌ରେ ଉଲ୍ଲେଖ କରିଛନ୍ତି। ଏବେ ଏକ ନୂଆ ଉତ୍ସାହରେ ଆମେ କାର୍ଯ୍ୟ କରିବା ଆରମ୍ଭ କରିବୁ ବୋଲି ସେ କହିଛନ୍ତି।
ଗତ ଜାନୁୟାରୀରେ ଜର୍ମାନୀ ବ୍ରୋଡକାଷ୍ଟର ଏଆରଡି ଟାମାସଙ୍କ ବିରୋଧରେ ଏକ ରିପୋର୍ଟରେ ଦୁର୍ନୀତ ଅଭିଯୋଗ ଆଣିଥିଲା। ଡୋପିଂ ନିୟମ ଉଲ୍ଲଂଘନ ପାଇଁ ଡୋପିଂ କଣ୍ଟ୍ରୋଲରଙ୍କୁ ଅର୍ଥ ଦିଆଯାଇଥିଲା। ପରିସ୍ରା ନମୁନାକୁ ଚତୁରତାର ସହ ମାନୁପୁଲେଟ ବା କଦର୍ଥ କରି ଡୋପିଂ ପରୀକ୍ଷା ପାଇଁ ଦିଆଯିବାକୁ ପ୍ରୟାସ କରାଯିବାର ଅଭିଯୋଗ ଆସିଥିଲା। ୮୧ ବର୍ଷୀୟ ହଙ୍ଗେରୀ ଅଧିବାସୀ ଆଜାନ ୧୯୭୬ରୁ ଆଇଡବ୍ଳ୍ୟଏଫ୍‌ର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରିଆସୁଥିଲେ। ତେବେ ଗତ ୨୦ ବର୍ଷ ହେବ ସେ ଆଇଡବ୍ଲ୍ୟୁଏଫ୍‌ର ଅଧ୍ୟକ୍ଷ ଦାୟିତ୍ୱରେ ରହିଆସିଥିଲେ। ଏହାକୁ ବାଦ୍‌ ଦେଲେ ୫ ମିଲିୟନ ଆମେରିକୀୟ ଡଲାର ଅର୍ଥ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ପାଣ୍ଠିରୁ ନେଇ ଚତୁରତାର ସହ ଦୁଇଟି ସୁଇସ୍‌ ଆକାଉଣ୍ଟକୁ ଟ୍ରାନ୍ସଫର କରାଯିବା ନେଇ ମଧ୍ୟ ଏହି ରିପୋର୍ଟରେ ଅଭିଯୋଗ କରାଯାଇଛି।
ତେବେ ମୋତେ ଏହି ମାମଲାରେ ଫସାଇଦିଆଯାଇଛି ବୋଲି ଆଜାନ କହିଛନ୍ତି। ଏହି ପ୍ରାମାଣିକ ଚଳଚ୍ଚିତ୍ର ମୋର ୫୦ ବର୍ଷର କ୍ୟାରିୟରକୁ କଳଙ୍କିତ କରିଛି। ଯେତେଦିନ ମୋତେ ସୁଯୋଗ ମିଳିଛି ସେତେଦିନ ସୂଚାରୁ ରୂପେ ଦାୟିତ୍ୱ ସମ୍ଭାଳିଛି। କୋଭିଡ୍‌-୧୯ ସମସ୍ୟା ଶେଷ ହେବା ପରେ ନିର୍ବାଚନ ହେବ ଓ ନୂଆ ତଥା ଦକ୍ଷ ଲୋକ ଦାୟିତ୍ୱ ସମ୍ଭାଳି ଫେଡେରେଶନ ଆହୁରି କାର୍ଯ୍ୟକ୍ଷମ କରାଇବେ ବୋଲି ଆଜାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri