ଦୁର୍ଦ୍ଦିନରେ ନଳିତା ଚାଷୀ

ହାଟଡିହୀ,୧୬।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅକରୁଆ ପଞ୍ଚାୟତ ଅକରୁଆ, ଆମ୍ବଗଡିଆ ଓ ଦଧିବାମନପୁର ଗ୍ରାମର ନଳିତା ଚାଷୀମାନେ ଦୁର୍ଦ୍ଦଶାରେ ଦିନ କାଟୁଥିବାବେଳେ ସରକାରୀ ପ୍ରୋତ୍ସାହନ ନ ମିଳିବା ପରିତାପର ବିଷୟ। ସେଥିଲାଗି ଏହି କୌଳିକ ବୃତ୍ତି ବୁଡ଼ିବାକୁ ବସିଲାଣି। ଆଗରୁ ଏହି ଚାଷ କରି ଚାଷୀମାନେ ବେଶ ଦୁଇ ପଇସା ରୋଜଗାର କରୁଥିଲେ। କିନ୍ତୁ ସମୟ ଏବଂ ସରକାରୀ ପ୍ରୋତ୍ସାହନ ଅଭାବରୁ ଏମାନଙ୍କୁ ଉଚିତ ମୂଲ୍ୟ ମିଳୁ ନ ଥିବାରୁ ଚାଷ କରି ମଧ୍ୟ ଏମାନେ କ୍ଷତି ସହୁଛନ୍ତି। ଅକରୁଆ ଗ୍ରାମରେ ପ୍ରାୟ ୩୦୦ ପରିବାର, ଦଧିବାମନପୁର ଗ୍ରାମରେ ପ୍ରାୟ ୧୮୦ ପରିବାର ଏବଂ ଆମ୍ବଗଡିଆ ଗ୍ରାମରେ ପ୍ରାୟ ୨୦ ପରିବାର ମୋଟ ପ୍ରାୟ ୫୦୦ ପରିବାର ନଳିତା ଚାଷ କରିଥାନ୍ତି।
ପ୍ରଥମେ ଖରାଟିଆ ହଳ କରାଯାଇ ମାଟିକୁ ଭଲଭାବେ ଖତ, ଗୋବର ଦିଆଯାଇଥାଏ। ପରେ ନଳିତା ମଞ୍ଜି ବୁଣାଯାଇଥାଏ। ଧିରେ ଧିରେ ଗଛ ବଡ ହେଲେ ପୋକ ଦାଉରୁ ରକ୍ଷା କରିବା ପାଇଁ ବିଭିନ୍ନ ପ୍ରକାରର ସାର ଓ ବିଷ ପ୍ରୟୋଗ କରାଯାଏ। ଗଛ ପରିପକ୍ୱ ହେଲେ ତାକୁ କାଟି ପାଣି ଥିବା ପାଟ କିମ୍ବା ପୋଖରୀରରେ ପକାଯାଇ ପଚାଇବାକୁ ପଡିଥାଏ। ଗଛରୁ ଝୋଟ ଏବଂ ଖାଡି ଆମଦାନୀ ହୋଇଥାଏ। ଝୋଟ ଓ ଖାଡିକୁ ଶୁଖାଇ ଦୂରଦୂରାନ୍ତ ଛକ ବଜାରରେ ନେଇ ବିକ୍ରି କରାଯାଇଥାଏ। ଝୋଟ କେଜି ୧୫ରୁ ୨୦ ଟଙ୍କା ଏବଂ ଖାଡି ଗୋଛା ୧୦ରୁ ୧୨ ଟଙ୍କା ବିକ୍ରି ହୋଇଥାଏ। ୧ଏକର ନଳିତା ଚାଷ କଲେ ପ୍ରାୟ ୧୪ରୁ ୧୫ହଜାର ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ପ୍ରାୟ ୮ କୁଇଣ୍ଟାଲ ଝୋଟ ଓ ଖାଡି ଆମଦାନି ହୋଇଥାଏ। ଏହି ନଳିତା ଚାଷୀମାନଙ୍କ ପାଇଁ ପ୍ରଶାସନ ତରଫରୁ ଅଦ୍ୟାବଧି ବଜାର ସୃଷ୍ଟି କରାଯାଇପାରିନି। ଦୀର୍ଘ ବର୍ଷ ଧରି ଚାଷୀମାନେ ଏହି ନଳିତା ଚାଷକୁ ନିଜର କୌଳିକ ବୃତ୍ତି ଭାବେ ଗ୍ରହଣ କରିଆସୁଛନ୍ତି। ଅଧିକାଂଶ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଓ କୀଟ ପୋକ ଆକ୍ରମଣରେ ଚାଷୀମାନେ ବ୍ୟାପକ କ୍ଷତି ସହିଥାନ୍ତି। କିନ୍ତୁ ଏମାନଙ୍କୁ କୌଣସି ପ୍ରଶାସନିକ ସହାୟତା ମିଳେନି। ଏହି ନଳିତା ଚାଷ ଏଠାକାର ମୁଖ୍ୟ ଚାଷ ଅଟେ। ଏହାକୁ ପାଥେୟ କରି ଚାଷୀମାନେ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି। କିନ୍ତୁ ସରକାରୀ ପ୍ରୋତ୍ସାହନ ଅଭାବରୁ ଦିନକୁ ଦିନ ଏହି ଚାଷ ହ୍ରାସ ପାଇବାରେ ଲାଗିଛି। ଝୋଟରୁ ଚାଷୀମାନେ ବିଭିନ୍ନ ସୁତୁଲୀ, କସ, ଦଉଡି, ଶିକା, ପଘା ତିଆରି କରି ବିକ୍ରି କରିଥାନ୍ତି। ଘରର ଅନ୍ୟ ସଦସ୍ୟ ମଧ୍ୟ ଏପରି ସାମଗ୍ରୀ ତିଆରିରେ ସାହାଯ୍ୟ କରିଥାନ୍ତି। ବର୍ଷ ସାରା ଗୁଜୁରାଣ ଏହି ଚାଷ ଦ୍ୱାରା ମେଣ୍ଟାଯାଇଥାଏ। ନଳିତା ଚାଷ ପାଇଁ ଏହି ଅଞ୍ଚଳ ବେଶ ଜଣାଶୁଣା। କିନ୍ତୁ ଏଠାକର ନଳିତା ଚାଷୀମାନଙ୍କୁ ସ୍ବାବଲମ୍ବୀ କରିବା ନିମନ୍ତେ ବ୍ଲକ କିମ୍ବା ଜିଲା ସ୍ତରରେ ଅଦ୍ୟାବଧି କୌଣସି ସୁବିଧା କରାଯାଇନି। ଦର ଦାମ ବୃଦ୍ଧି ହେତୁ ଏହି ଚାଷ ପ୍ରତି ଚାଷୀମାନେ ଏବେ ମୁହଁ ମୋଡୁଛନ୍ତି। ସରକାରୀ ସ୍ତରରେ ନଳିତା ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଇବା ନିମନ୍ତେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ଜାନୁୟାରୀ ୮ରୁ ଶ୍ରୀରାମଚରିତ ମାନସ ପାରାୟଣ: ଯୋଗଦେବେ ସୁନାମଧନ୍ୟ ପ୍ରବକ୍ତା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବଡ଼ ବ୍ରାହ୍ମଣସାହି ସ୍ଥିତ ଶ୍ରୀ ଗୋପାଳଜୀ ମଠ ପରିସରରେ ରବିବାର ଶ୍ରୀ ରାମଦୟା ପରିଷଦ ଦିଗପହଣ୍ଡି ଶାଖା...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri