ଦୁର୍ଦ୍ଦିନରେ କଳିଙ୍ଗନଗର ଶିଳ୍ପାଞ୍ଚଳ: ବିକ୍ରି ଅପେକ୍ଷାରେ ନୀଳାଚଳ, ରୋହିତ

ଯାଜପୁର ଅଫିିସ, ୪ା୮: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଷ୍ଟିଲ ହବ୍‌ ଭାବେ ପରିଣତ କରିବାକୁ ରାଜ୍ୟ ସରକାର ସ୍ବପ୍ନ ଦେଖୁଛନ୍ତି। ଏହାବାଦ ମଧ୍ୟମ ଧରଣର ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ଇତିମଧ୍ୟରେ ୨ଥର ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ ଆୟୋଜନ କରି ଶିଳ୍ପ ସଂସ୍ଥାଗୁଡିକୁ ପୁଞ୍ଜି ବିନିଯୋଗ କରିବାକୁ ଆହ୍ବାନ ଦେଉଥିଲେ ହେଁ ସେମାନେ ପଛଘୁଞ୍ଚା ଦେଉଛନ୍ତି । ଅନ୍ୟପକ୍ଷେ କଳିଙ୍ଗନଗର ଶିଳ୍ପାଞ୍ଚଳର ୮ଟି ବୃହତ ଶିଳ୍ପ କାରଖାନା ଆର୍ଥିକ ଦୁର୍ବଳ ଅବସ୍ଥାକୁ ଚାଲି ଆସିଛି । ସୁସ୍ଥ ଶିଳ୍ପାୟନ ବାତାବରଣ ସୃଷ୍ଟି କରିବାରେ କାହାରି ଆନ୍ତରିକତା ନ ଥିବା ମନେ ହେଉଛି। କଞ୍ଚାମାଲ ଦର ବୃଦ୍ଧି, ମାନ୍ଦାବସ୍ଥା, ପରିବହନ ଖର୍ଚ୍ଚ ସମେତ ବିଦ୍ୟୁତ, ଶ୍ରମ ସାମର୍ଥ୍ୟ ଓ ବିଭିନ୍ନ ଚାନ୍ଦା ଆଦି କାରଣ ଯୋଗୁ ବିକ୍ରି ଦର ତୁଳନାରେ ଖର୍ଚ୍ଚ ଅଧିକ ହେଉଥିବା ଶିଳ୍ପ କର୍ତ୍ତୃପକ୍ଷ ଯୁକ୍ତି ବାଢୁଛନ୍ତି। ଗତ ୪ ବର୍ଷ ଧରି ନୀଳାଚଳ ଇସ୍ପାତ ନିଗମ ଲିଃ(ଏନ୍‌ଆଇଏନ୍‌ଏଲ) ୨୦୧୦ କୋଟି ଟଙ୍କା କ୍ଷତିରେ ଚାଲୁଥିବାବେଳେ ରୋହିତ ଫେରୋଟେକ୍‌ ମଧ୍ୟ ଗତ ୩ବର୍ଷ ଧରି କୋଟି କୋଟି ଟଙ୍କା କ୍ଷତି ସହିବାରେ ଲାଗିଛି। ରାଜ୍ୟର ଅନ୍ୟ କେତେକ ସ୍ଥାନରେ ଶିଳ୍ପ ସୁରୁଖୁରୁରେ ଚାଲିଥିବାବେଳେ କଳିଙ୍ଗନଗରରେ କାହିଁକି ବ୍ୟତିକ୍ରମ ଘଟୁଛି ସେ ନେଇ ସମୀକ୍ଷାର ବେଳ ଆସିଛି ବୋଲି ମତପ୍ରକାଶ ପାଇଛି। ଆରପିଡିଏସ୍‌ସି ବୈଠକ ପାଇଁ ସମୀକ୍ଷା ଚାଲିଥିବାବେଳେ ଏନ୍‌ଆଇଏନ୍‌ଏଲ ଓ ରୋହିତ ଫେରୋଟେକ ବିକ୍ରି ଅପେକ୍ଷାରେ ରହିଥିବା ଚର୍ଚ୍ଚା ହେଉଛି। କେଜେ ଇସ୍ପାତ, ମଇଥାନ ଷ୍ଟିଲ, ୟାଜଦାନି, ଯାଜପୁରରୋଡ ଫେରୋକ୍ରୋମ କାରଖାନା ବନ୍ଦ ପଡିଛି। ଜିନ୍ଦଲ ଷ୍ଟେନଲେସ ଷ୍ଟିଲ, ମଇଥାନ ଷ୍ଟିଲ ଓ ଭିସା ଷ୍ଟିଲ ସିଡିଆର(କର୍ପୋରେଟ ଋଣ ପୁନର୍ଗଠନ) ହୋଇଥିବାବେଳେ ମେସ୍କୋ ଷ୍ଟିଲ କାରଖାନା ଆର୍ଥତ୍କ ଦୁରାବସ୍ଥାର ସମ୍ମୁଖୀନ ହୋଇଛନ୍ତି। ଏହିକ୍ରମରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତ ୩ବର୍ଷ ମଧ୍ୟରେ ୪୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଓ କର୍ମଚାରୀ ଛଟେଇ ହୋଇ ସାରିଛନ୍ତି । ତେଣୁ ସରକାର ଏଥିପ୍ରତି ଅଧିକ ଧ୍ୟାନ ନ ଦେଲେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ହାତଗଣତି ଶିଳ୍ପ ରହିଯିବ ବୋଲି ମତପ୍ରକାଶ ପାଉଛି।
ମଧ୍ୟମ ଉଦ୍ୟୋଗ ଶିଳ୍ପ ସମ୍ପର୍କରେ ଜିଲା ଶିଳ୍ପକେନ୍ଦ୍ର ପାଖରେ କୌଣସି ଖବର ନାହିଁ। ଚଳିତ ବିଧାନସଭାରେ ବିଧାୟକ ଚକ୍ରମଣି କହଁର ପଚାରିଥିବା ତାରକା ଚିହ୍ନିତ ପ୍ରଶ୍ନସଂଖ୍ୟା ୧୬୬୧ର ଉତ୍ତରରେ କଳିଙ୍ଗନଗର ଆଞ୍ଚଳିକ ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ଆହୁରି ଦର୍ଶାଇଛନ୍ତି ଯେ, ଜିଲାରେ କେଉଁ ମଧ୍ୟମ ଉଦ୍ୟୋଗର ଆବଶ୍ୟକତା ଅଛି, ବିଗତ ଦିନରେ ୨ଥର ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ କେତୋଟି ଉଦ୍ୟୋଗ କେଉଁ ସ୍ଥାନରେ ପ୍ରତିଷ୍ଠା କରିବା ପାଇଁ ରାଜି ହୋଇଥିଲେ ତାହାର କିଛି ତଥ୍ୟ ନାହିଁ। ଏପରିକି କେଉଁ ଉଦ୍ୟୋଗ କେଉଁଠାରେ କାମ ଆରମ୍ଭ କଲେଣି ଓ କେତେ ପୁଞ୍ଜି ରାଜ୍ୟକୁ ଆସିଛି, କେତେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବା ହେବାର ଅଛି ଏହାର କୌଣସି ସୂଚନା କଳିଙ୍ଗନଗର ଆଞ୍ଚଳିକ ଶିଳ୍ପକେନ୍ଦ୍ର ପାଖରେ ନାହିଁ। ଯଦି ଏହି ଉତ୍ତରରେ ସତ୍ୟତା ରହିଛି ତେବେ ଏହାର ଅର୍ଥ କଳିଙ୍ଗନଗର ଶିଳ୍ପାଞ୍ଚଳରେ କୌଣସି ମଧ୍ୟମ ଉଦ୍ୟୋଗ ଆଗ୍ରହ ପ୍ରକାଶ କରିନାହାନ୍ତି। ତେଣୁ କେଉଁ କାରଣରୁ କଳିଙ୍ଗନଗର ଶିଳ୍ପାଞ୍ଚଳ ପ୍ରତି ଶିଳ୍ପପତିମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି ସେ ନେଇ ବିତର୍କର ଆବଶ୍ୟକତା ରହିଛି। ଏଠାରେ ଲାଭରେ ହ୍ରାସ ଘଟୁଥିବାରୁ ଦେଶର କର୍ପୋରେଟ ସେକ୍ଟର ସମୂହ ସେମାନଙ୍କ ଆଗାମୀ ପୁଞ୍ଜି ନିବେଶ ଯୋଜନାକୁ ସାମୟିକ ସ୍ଥଗିତ ରଖିଥିବା ଏଥିରୁ ସ୍ପଷ୍ଟ ହୋଇଛି। ଏହାସହ ଯେଉଁ ଶିଳ୍ପ କାରଖାନା ଚାଲିଛି ସେଠାରେ କେବଳ କର୍ମଚାରୀ ଛଟେଇ ଅର୍ଥନୈତିକ ଅସ୍ଥିରତାରେ ସହଯୋଗ କରିବ ତାହା ନୁହେଁ, ବରଂ ସାମାଜିକ ଅସ୍ଥିରତାର ମୂଳଦୁଆକୁ ଆହୁରି ମଜବୁତ କରିଛି ା ସମସ୍ୟା ବଢିଲାଣି, କର୍ମଚାରୀ ବିଦା ହୋଇଚାଲିଲେ ଅର୍ଥନୀତି ରୁଗ୍‌ଣ ହେବ ଏଥିରେ ସନ୍ଦେହ ନାହିଁ। ଏଥିଯୋଗୁ ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟକ୍ରମ ମଧ୍ୟ ପ୍ରଭାବିତ ହେଉଛି। କାରଖାନା ଯୋଗୁ ବିସ୍ଥାପିତ ଓ ପ୍ରଭାବିତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ଘଟିଛି । ଏହି କାରଣରୁ ଶୁକ୍ରବାର ଆରପିଡିଏସିର ସମୀକ୍ଷା ବୈଠକ କଳିଙ୍ଗନଗର କିମ୍ବା ଯାଜପୁର ଜିଲାରେ ନ ହୋଇ କଟକ ଆରଡିସି କାର୍ଯ୍ୟାଳୟରେ ହୋଇଥିବା ଆଲୋଚନା ହେଉଛି ା ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ, ଆରପିଡିଏସି ସମୀକ୍ଷା ବୈଠକ ଆରଡିସି କାର୍ଯ୍ୟାଳୟରେ କରିବାକୁ ଆରଡିସି ନିଷ୍ପତ୍ତି ନେଇଥିଲେ। ତେବେ ଆରପିଡିଏସି ବୈଠକ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅୟୋଜିତ ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri