ଦୁର୍ଘଟଣା ରୋକିବାକୁ ନିର୍ମାଣ ହେବ ଟ୍ରକ୍‌ ଟର୍ମିନାଲ୍‌: ଟୁଇଟ୍‌ କରି ସୂଚନା ଦେଲେ ଜିଲାପାଳ

ଝାରସୁଗୁଡ଼ା ଅଫିସ,୬ା୬: ଝାରସୁଗୁଡ଼ା ଦେଇ ଯାଇଥିବା ଜାତୀୟ ରାଜପଥ -୪୯ରେ ପ୍ରାୟ ସମୟରେ ସଡ଼କ ଦୁର୍ଘଟଣା ଘଟୁଛି। ରାସ୍ତାକଡ଼ରେ ପାର୍କିଂ ହୋଇ ରହୁଥିବା ଟ୍ରକ୍‌ଗୁଡ଼ିକ ପାଇଁ ଏହା ବିଶେଷ ଭାବେ ହେଉଛି। ତେବେ ଏହି ଦୁର୍ଘଟଣାଗୁଡ଼ିକୁ ଏଡ଼ାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରାସ୍ତା କଡ଼ରେ ଠିଆ ହୋଇ ରହୁଥିବା ଟ୍ରକଗୁଡ଼ିକ ପାଇଁ ଏକ ଟର୍ମିନାଲ ନିର୍ମାଣ କରାଯିବା ନେଇ ଯୋଜନା କରାଯାଇଛି। ଏନେଇ ଜିଲାପାଳ ସରୋଜ କୁମାର ସାମଲ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଏହି ପଦକ୍ଷେପକୁ ଜିଲାର ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।