ଦୁର୍ଘଟଣା ପୂର୍ବରୁ ୩ ଥର ଝଟକା ଦେଇଥିଲା ବିମାନ

କରାଚୀ/ଇସ୍‌ଲାମାବାଦ, ୨୪।୫(ପି.ଟି.): ପାକିସ୍ତାନର କରାଚୀଠାରେ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନର ୯୯ ଯାତ୍ରୀଙ୍କ ମଧ୍ୟରୁ ୯୭ ଜଣ ପ୍ରାଣ ହରାଇଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ୨ ଜଣ ବଞ୍ଚତ୍ୟାଇଛନ୍ତି। ଜିନ୍ନା ଅନ୍ତର୍ଜାତୀୟ ବିମାନବନ୍ଦର ନିକଟବର୍ତ୍ତୀ ଏକ ଘନ ଜନବସତି ଅଞ୍ଚଳରେ ବିମାନଟି ଖସିପଡ଼ିବା ସହ ଜଳିଯାଇଥିଲା। ଏହି ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳର ୧୧ ଜଣ ଆହତ ହୋଇଛନ୍ତି। ୯୭ଟି ମୃତଦେହ ମିଳିବା ସହ ୨ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ପାକ୍‌ ସେନା ପକ୍ଷରୁ କୁହାଯାଇଛି। ୨୫ଟି ଘର କ୍ଷତିଗ୍ରସ୍ତ ହୋଇଛି।
ତିନିଥର ଝଟକା ଦେବାରୁ ପାଇଲଟ ଦକ୍ଷତାର ସହିତ ବିମାନକୁ ଉପରକୁ ଉଠାଇଥିଲେ। ଉପରେ ୧୦ରୁ ୧୫ ମିନିଟ ଉଡ଼ିବା ପରେ ପାଇଲଟ ଅବତରଣ ସମ୍ପର୍କରେ ପୁଣିଥରେ ଘୋଷଣା କରିଥିଲେ। ଏହାର ମୁହୂର୍ତ୍ତକ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ଯାତ୍ରୀ ମୁହମ୍ମଦ ଜୁବୈର କହିଛନ୍ତି। ଦୁର୍ଘଟଣାରେ ପୋଡ଼ିଯାଇଥିବା ଜୁବୈର କରାଚୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ଦୁର୍ଘଟଣାରୁ ବର୍ତ୍ତିଥିବା ଅନ୍ୟ ଯାତ୍ରୀ ଜଣକ ହେଲେ ବ୍ୟାଙ୍କ ଅଫ୍‌ ପଞ୍ଜାବର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜଫର ମାସୁଦ। ତାଙ୍କର ଅଣ୍ଟା ଓ କଲାର ହାଡ଼ ଭାଙ୍ଗିଯାଇଛି। ସେ ଦାରୁଲ ସେହାତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଏୟାରବସ୍‌ ଏ-୩୨୦ ୨ ମାସ ପୂର୍ବରୁ ଯାଞ୍ଚ ହୋଇଥିଲା। ଦୁର୍ଘଟଣାର ଦିନକ ପୂର୍ବରୁ ଏହା ମୁସ୍‌କାଟରୁ ଲାହୋର ଫେରିଥିଲା। ବିମାନ ଇଞ୍ଜିନ, ଲ୍ୟାଣ୍ଡିଂ ଗିଅର ଓ ପ୍ରମୁଖ ସିଷ୍ଟମରେ କୌଣସି ତ୍ରୁଟି ନ ଥିଲା ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ମାର୍ଚ୍ଚ ୨୧ରେ ବିମାନକୁ ଯାଞ୍ଚ କରାଯାଇ ଏହା ନଭେମ୍ବର ୫ ପର୍ଯ୍ୟନ୍ତ ଉଡ଼ାଣ ଲାଗି ଉପଯୁକ୍ତ ବୋଲି ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (ସିଏଏ) ପକ୍ଷରୁ ଘୋଷଣା କରାଯାଇଥିଲା। ବିମାନର ବ୍ଲାକ୍‌ବକ୍ସ ଉଦ୍ଧାର ହେବା ସହ ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri